ବନ୍ଧୁଗଣ ଶ୍ରୀକ୍ଷେତ୍ରରୁ ପ୍ରାୟ 2000 କିମି ଦୂରରୁ ଅର୍ଥାତ ହରିୟାନାରୁ ପୁରୀ ଆସିଥିଲେ ଶ୍ରଦ୍ଧାଳୁ । କାହିଁ କେତେ ଦିନରୁ ଇଚ୍ଛା ଥିଲା କାଳିଆକୁ ଦର୍ଶନ କରିବା ପାଇଁ । ସେଥିଲାଗି ତ ଏତେ ବାଟ ରୁ ଆସି ପହଞ୍ଚିଥିଲେ ପୁରୀରେ । ପ୍ରଥମେ ଜଗା ଦର୍ଶନ କରି ହୋଟେଲ ଫେରିଥିଲେ ଆଉ ପରେ ଘର ଲୋକଙ୍କୁ ଫୋନ କରି କହିଥିଲେ ଭଲରେ ଭଲରେ ଜଗା ଦର୍ଶନ ହେଲା । ବାସ ଏତିକି କଥାରେ ସେ ଟଳି ପଡିଲେ ।
ଆଉ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ତାଙ୍କର ପ୍ରା-ଣ ଚାଲିଗଲା । କାଳିଆ ଧାମ ଦର୍ଶନ କରିବେ ବୋଲି ଇଚ୍ଛା କରି ପୁଅ ମୋହନ ଓ ସ୍ଵାମୀ ଚୁଡିୟା ରାମଙ୍କ ସହ ଶ୍ରୀ କ୍ଷେତ୍ର ଆସିଥିଲେ ହରିୟାନାର ଧନୱନ୍ତି । ହେଲେ ଜଗନ୍ନାଥଙ୍କ ଦର୍ଶନ କରି ହାରିଲେ ସେ ନିଜର ଜୀବନ । ଜଗନ୍ନାଥ ଧାମକୁ ଆସି ସେ ପ୍ରା-ଣ ହ-ରା-ଇ-ବା ପରେ ସେ ସିନା ମୁକ୍ତି ପାଇଗଲେ କିନ୍ତୁ ଅଧା ରାସ୍ତାରୁ ହାତ ଛାଡି ଚାଲିଯିବାରୁ ସ୍ଵାମୀଙ୍କ ଆଖି ରୁ ଲୁହ ସୁଖୁ ନାହି ।
ମା କୁ ଧରି ବାହୁନି ବାହୁନି କାନ୍ଦୁଛି ପୁଅ । ଜୀବନ ଯିବା ପରେ ଏବେ ଶ-ବ ନେଇ ଘରକୁ ଫେରିବେ ସ୍ଵାମୀ ଆଉ ପୁଅ । ତେବେ ପୁରି ଆସି ମହାପ୍ରଭୂଙ୍କୁ ଦର୍ଶନ କରିବା ପରେ ପ୍ରା-ଣ ଚାଲି ଯାଇଥିବା କଥାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଚାଲିଛି । ଲୋକେ କହୁଛନ୍ତି ଜଗା ଦର୍ଶନ ପରେ ମ-ର-ଣ ଭାଗ୍ୟରେ ଥିଲେ ମିଳେ । ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ଭାବର ଠାକୁର । ଭକ୍ତ ର ଭକ୍ତିରେ ଦର୍ଶନ ଦେବାର ଠାକୁର ।
କାଳିଆ ର ଲୀଳା କାହାକୁ ବି ଅଛପା ନାହି । ସେ କେତେବେଳେ ଭକ୍ତ ହାତରୁ ନଡିଆ ନେଇଯାଏ ତ ପୁଣି କେବେ ଭକ୍ତ କୁ ସୁନା ଥାଳି ରେ ଖାଇବାକୁ ଦିଏ । ଯିଏ ଭକ୍ତି ରେ ଡାକେ ତାକୁ ସ୍ଵୟଂ ଦର୍ଶନ ଦିଏ କଳା ଶ୍ରୀମୁଖ । ଉଋ ରେ ବେ ଏମିତି ଏକ ଘଟଣା ଘଟିଛି ଯାହାକୁ ନେଇ ଖାଲି ଓଡିଶା ନୁହେଁ ବରଂ ସାରା ଦେଶରେ ଚାଲିଛି ଚର୍ଚ୍ଚା । ଭକ୍ତ ର ଭକ୍ତି ରେ କାଳିଆ ସାଆନ୍ତ ଖୁସି ଭାବରେ ଡାକିଲେ ସେ ଓ କରେ ।
ସବୁ ଦିନ ପରେ ଶ୍ରୀ ମନ୍ଦିର ରେ ସେଦିନ କାଲିଥିଲା ଶ୍ରୀ ଜୀଉଙ୍କର ନୀତିକାନ୍ତି । ନୀତି ନିର୍ଘଣ୍ଟ ଅନୁସାରେ ପହଡ ପଡିବା ପାଇଁ ପ୍ରସ୍ତୁତି ବି ସରିଥିଲା । ହେଲେ ପହଡ ପଡ଼ିପାରୁ ନ ଥିଲା । ସତେ ଯେପରି କାଳିଆ ଅପେକ୍ଷା କରିଥିଲା ତାର ଭକ୍ତ କୁ । ସତରେ ସେୟା ହିଁ ହେଲା । ଭକ୍ତ କୁ ଦର୍ଶନ ଦେବା ପରେ ପହଡ ପଡିଥିଲା କାଳିଆ ସାଆନ୍ତଙ୍କର ।
ଏ ହେଉଛନ୍ତି ସେ ଭାଗ୍ୟବାନ ଭକ୍ତ ଧନୱନ୍ତି ଯାହାକୁ ଦର୍ଶନ ଦେବା ଲାଗି ପହଡ ପକାଇ ନ ଥିଲେ କାଳିଆ ସାଆନ୍ତେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।