ଯାହା ଚାହିଁବେ ତାହା ପାଇବେ, ବାସ ଏହାକୁ ଥରେ ଶୁଣି ନିୟ- Krishna Vani

ଆପଣ ମାନେ ଜାଣିଥିବେ ଚୁମ୍ବକ ଲୁହାକୁ କିପରି ଭାବେ ଆକର୍ଷଣ କରିଥାଏ । ମଣିଷ ମଧ୍ୟରେ ସେହିଭଳି ଏକ ଚୁମ୍ବକ ରହିଛି । ତାହା ହେଉଛି ମଣିଷର ବିଚାର । ମଣିଷ ଯାହା ବିଚାର କରିଥାଏ ତାହା ଫଳ ଭଲ ହୋଇଥାଏ ତ ଖରାପ ମଧ୍ୟ ହୋଇଥାଏ । ମଣିଷର ବିଚାର ଉପରେ ନିର୍ଭର କରିଥାଏ ଯେ ସେ ଭବିଷ୍ୟତରେ ଭଲ ଫଳ ପ୍ରାପ୍ତ କରିବ ନାଁ ଖରାପ ଫଳ ପ୍ରାପ୍ତ କରିବ । ମଣିଷର ବିଶ୍ଵାସ ଉପରେ ସେ ନିଜକୁ କେମିତ ଗଢିବ ତାହା ନିର୍ଧାରିତ ହୋଇଥାଏ । ତେଣୁ ମଣିଷକୁ ନିଜ ଚିନ୍ତାଧାରା ଭଲ ରଖିଲେ ଫଳ ସାକାରାତ୍ମକ ମିଳିଥାଏ ।

ଉଦାହରଣ ସ୍ୱରୂପ ଗୋଟେ ଫଳ କୁ ଗଛରୁ କାଟି ଆଣି ସେବନ କରିଲେ ମଣିଷର ଭୋକ ମେଣ୍ଟିଥାଏ । ଏହା ସହ ଗୋଟେ ଫଳ କାଟିବା ପରେ ଆଉ ଏକ ନୂତନ ଫଳର ଜନ୍ମ ହୋଇଥାଏ । ଏହା ଛଡା ସେହି ଫଳର ମଞ୍ଜିରୁ ଆଉ ଏକ ନୂତନ ଗଛ ମଧ୍ୟ ଜନ୍ମ ନେଇଥାଏ । ଠିକ ସେହିପରି ମଣିଷ ନିଜ ଉଦ୍ୟମ ରେ ବିଫଳ ହୋଇଗଲେ ନିରାଶ ନ ହୋଇ ପୁଣି ଥରେ ନିଜର ଚେଷ୍ଟା ଜାରି ରଖିବା ଉଚିତ ବୋଲି ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି । ମଣିଷ ନିଜର ମନୋବଳ ଦୃଢ କରି ଆଗକୁ ବଢିଲେ ନିଶ୍ଚିନ୍ତ ଭାବେ ଜୀବନରେ ସଫଳତା ପ୍ରାପ୍ତ କରିବ । ବ୍ୟକ୍ତି ଜୀବନରେ ଅ-ପ-ରା-ଧୀ କେମିତି ହୁଏ ତାହା କେହି କେବେ ବୁଝନ୍ତି ନାହି ।

କୌଣସି ବ୍ୟକ୍ତି ଜନ୍ମରୁ ଅ-ପ-ରା-ଧୀ ହୋଇ ଆସେ ନାହି । ବରଂ ବ୍ୟକ୍ତିର କାମନାରୁ ଜନ୍ମ ହୁଏ ଈର୍ଷା, ଛଳ, କପଟ ଯାହା ଦ୍ଵାରା ବ୍ୟକ୍ତି ଅ-ପ-ରା-ଧ କରିବାକୁ ଅଗ୍ରସର ହୋଇଥାଏ । ତେଣୁ ପ୍ରତେକ ମଣିଷ ନିଜ କାମନା ଉପରେ ନିୟନ୍ତ୍ରଣ ରଖିଲେ ଜୀବନରେ ବିଜୟ ଲାଭ କରିବ । ମଣିଷ ନିଜ କାମ ଉପରେ ନିୟନ୍ତ୍ରଣ କରିଲେ ଅ-ପ-ରା-ଧ କରିବାର ପ୍ରଶ୍ନ ଉଠୁନି । ବନର ରାଜା ଯେତେ ଶକ୍ତିଶାଳୀ ହେଇଥାଉ ନାଁ କାହିଁକି କିନ୍ତୁ ସେ ନିଜର ଭୋକ ମେଣ୍ଟେଇବା ପାଇଁ ନିଜ ଶିକାର ନିଜେ କରିଥାଏ । ନିଜେ ପରିଶ୍ରମ କରି ନିଜ ଖାଦ୍ଯ ସଂଗ୍ରହ କରିଥାଏ । ଠିକ ସେହି ଭଳି ବ୍ୟକ୍ତି ନିଜ ଜୀବନରେ ନିରନ୍ତର ପରିଶ୍ରମ କରିବା ଉଚିତ ।

ବ୍ୟକ୍ତି ସଫଳତାର ଯେତେ ଉପରକୁ ଯାଇଥିଲେ ମଧ୍ୟ ପରିଶ୍ରମ ଜାରି ରଖିବା ଉଚିତ । କାରଣ ପରିଶ୍ରମ ହିଁ ଜୀବନ ଏହାର ଅନ୍ତ ନାହି । ମଣିଷ ଜୀବନରେ ସଫଳତା ପାଇବା ପାଇଁ ଏକ ଲକ୍ଷ୍ୟ ରହିବା ଉଚିତ । କାରଣ ଲକ୍ଷ୍ୟ ଥିଲେ ମଣିଷ କଣ କରିବ କଣ ନାହି ତାହା ନିଜେ ସ୍ଥିର କରି ପାରିବ । ଯଦି ମଣିଷ ନିଜ ମନକୁ ସଂଯମ କରି ପାରିଲା ତେବେ ସେ ଜୀବନରେ ଉନ୍ନତି ଆଡକୁ ଅଗ୍ରସର ହୋଇ ପାରିବ । ପକ୍ଷୀ ମାନେ ଯେମିତି ଖୋଲା ଆକାଶରେ ଉଡିବାକୁ ପସନ୍ଦ କରନ୍ତି ମଣିଷ ମଧ୍ୟ ନିଜର ଚେଷ୍ଟା ଜାରି ରଖିବା ଦ୍ଵାରା ସଫଳତା ପାଇ ପାରିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *