ଯାହାକୁ ରଖେ ଅନନ୍ତ, କି କରିପାରିବ ବଳବନ୍ତ, ଚକା ତଳୁ ଏମିତି ବଞ୍ଚିଲା ବ୍ୟକ୍ତି ଜଣଙ୍କ…. Video ଦେଖି ବିଶ୍ଵାସ କରିବା ମୁସ୍କିଲ

ସବୁଦିନ କୌଣସି ନା କୌଣସି ସ୍ଥାନରେ ରାସ୍ତାରେ ଦୁର୍ଘଟଣା ଅବଶ୍ୟ ହୋଇଥାଏ । ଯେଉଁ କାରଣରୁ କେତେକ ବ୍ୟକ୍ତିଙ୍କ ଜୀବନ ମଧ୍ୟ ଚାଲିଯାଏ ଓ ଅନ୍ୟ କେତେକ ବ୍ୟକ୍ତି ଆଘାତ ହୋଇ ହସ୍ପିଟାଲରେ ଚିକିତ୍ସିତ ହୁଅନ୍ତି । ସଡକ ଦୁର୍ଘଟଣାକୁ କମ କରିବା ପାଇଁ ସରକାର ବିଭିନ୍ନ ପ୍ରକାରର ପଦକ୍ଷେପ ମଧ୍ୟ ନେଉଛନ୍ତି । କିନ୍ତୁ କିଛି ଲୋକମାନଙ୍କ ଭୁଲ ଯୋଗୁ ଏହିଭଳି ଦୁର୍ଘଟଣା ହୋଇଥାଏ । ଆପଣମାନେ ବି ସବୁଦିନ ଦୁର୍ଘଟଣାର କୌଣସି ନା କୌଣସି ଭିଡିଓ ଦେଖୁଥିବେ ।

ଯେଉଁଥିରେ ଗାଡି ଚାଳକର ଭୁଲ ଯୋଗୁ କିଛି ଲୋକମାନେ ଦୁର୍ଘଟଣାର ଶିକାର ହୋଇଥାନ୍ତି । କିନ୍ତୁ ବେଳେ ବେଳେ ଏମିତି ବି ହୋଇଥାଏ କି ଭଗବାନଙ୍କ ଦୟାରୁ କିଛି ବ୍ୟକ୍ତି ବଡ ବଡ ଦୁର୍ଘଟଣାରୁ ବଞ୍ଚି ଯାଆନ୍ତି ଯାହାକି କୌଣସି ଚମତ୍କାର ଠାରୁ କମ ହୋଇ ନ ଥାଏ ।

ଏହିଭଳି ବହୁତ ଭିଡିଓ ଆପଣ ଦେଖିଥିବେ । ବହୁତ କମ ଲୋକମାନେ ଏହିଭଳି ବଡ ବଡ ଦୁର୍ଘଟଣାରୁ ବଞ୍ଚି ଥାନ୍ତି । ନଚେତ ଏହିଭଳି ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିର ମୃତ୍ୟୁ ସୁନିଶ୍ଚିତ । ଆଜି ଆମେ ଆପଣଙ୍କ ପାଇଁ ଏହିଭଳି ଏକ ଭିଡିଓ ନେଇ ଆସିଛୁ ।

ଯେଉଁଥିରେ ବ୍ୟକ୍ତି ମୃତ୍ୟୁ ମୁଖରୁ ବଞ୍ଚି ଗଲା ଓ ଏହା କୌଣସି ବଡ ଚମତ୍କାର ଠାରୁ କମ ନୁହେଁ । ଜାତୀୟ ରାଜପଥରେ ଏକ ଯାତ୍ରୀବାହି ବସ ଯାଉଥିଲା । ବସ ଟି ଦାହୋଦରୁ ଗୋଧ୍ରା ଯାଉଥିଲା । କିନ୍ତୁ ଏହି ସମୟରେ ଏକ ଅଘଟଣ ଘଟିଗଲା ।

ବସ ଟି ଯେତେବେଳେ ଗୋଟିଏ ମୋଢ ଅତିକ୍ରମ କରିଛି ଠିକ ସେହି ସମୟରେ ବସର ଡାହାଣ ପଟେ ଆସୁଥିବା ଏକ ବାଇକ ଚାଳକ ନିଜ ଗାଡିକୁ ଅତି ଦ୍ରୁତ ଗତିରେ ଚଳାଇ ବସକୁ କାଟିବାକୁ ଚେଷ୍ଟା କରୁଥିଲେ । କିନ୍ତୁ ଏହି ସମୟରେ ବାଇକ ଚାଳକ ନିଜ ଗାଡିରୁ ଭାରସାମ୍ୟ ହରାଇ ବସର ଆଗ ଚକ ତଳକୁ ଖସି ଗଲା ଓ ବ୍ୟକ୍ତିର ବାଇକଟି ଆଗକୁ ଛିଟିକି ଚାଲି ଯାଇ ଥିଲା । ଏହା ପରେ ବସ ଚାଳକ ସଙ୍ଗେ ସଙ୍ଗେ ଗାଡିକୁ ବ୍ରେକ ମାରି ଅଟକାଇ ଦେଲେ ।

ଏହା ପରେ ସମସ୍ତେ ଚିନ୍ତା କରିଲେ କି ବୋଧେ ବ୍ୟକ୍ତି ଜଣଙ୍କର ମୃତ୍ୟୁ ହୋଇ ଯାଇଛି । କିନ୍ତୁ ବ୍ୟକ୍ତି ଜଣକ ବସ ତଳୁ ସିଧା ବାହାରି ଆସିଲେ । ଏହାକୁ ଦେଖି ବସ ଡ୍ରାଇଭର ସହ ସମସ୍ତେ ଆଚମ୍ବିତ ହୋଇଗଲେ । ଯେମିତି ଭଗବାନଙ୍କ କୃପା ଏହି ବ୍ୟକ୍ତି ଉପରେ ଥିଲା ସେଥିପାଇଁ ଏକ ବଡ ଦୁର୍ଘଟଣାରୁ ଏହି ବ୍ୟକ୍ତି ଜଣକ ବଞ୍ଚି ଗଲା । ଏହା କୌଣସି ବଡ ଚମତ୍କାର ଠାରୁ କମ ନୁହେଁ । ଏହିଭଳି ଦୃଶ୍ୟ ବହୁତ କମ ଦେଖିବାକୁ ମିଳିଥାଏ । ଯେଉଁଠି ଏତେ ବଡ ଦୁର୍ଘଟଣାରୁ କିଏ ବଞ୍ଚୁଛି । ଏହି ପୁରା ଦୃଶ୍ୟ ସେହି ଜାତୀୟ ରାଜପଥରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିଲା । ବର୍ତ୍ତମାନ ଏହି ଭିଡିଓ ଟି ଚାରିଆଡେ ଘୁରି ଭୁଲୁଛି ।

Leave a Reply

Your email address will not be published. Required fields are marked *