ପୁରୁଣା ରୁ ପୁରୁଣା ପ୍ଲୀହା ଏବଂ ଯକୃତ ରୋଗ ହେବ ଭଲ, ବାସ୍ ଏହି ଜିନିଷ ଖାଇକି ଦେଖନ୍ତୁ- Health Tips

ଆଜିକାଲି ପ୍ରାୟତଃ ଲୋକମାନେ ପ୍ଳୀହା ଅର୍ଥାତ Splenitis ଓ ଯକୃତ ଅର୍ଥାତ ଲିଭର ସମ୍ବନ୍ଧିତ ରୋଗରେ ସମସ୍ତେ ପୀଡିତ ଅଛନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଦୁଇଟି ଘରୋଇ ଉପଚାର କହିବୁ ଯାହାକୁ ସେବନ କରିବା ଦ୍ଵାରା ଆପଣ ନିଜର ପ୍ଲୀହା ଓ ଯକୃତ ସମ୍ବନ୍ଧିତ ସମସ୍ୟାକୁ ଅତି ସହଜରେ ଦୂର କରି ପାରିବେ ।

ତେବେ ଜାଣି ନିଅନ୍ତୁ କି ଏହି ଘରୋଇ ଉପଚାରକୁ କେମିତି ତିଆରି କରିବେ ଓ ସେବନ କରିବେ । ପ୍ରାୟତଃ ଲୋକମାନେ ପ୍ଳୀହା ଅର୍ଥାତ Splenitis ବିଷୟରେ ଜାଣି ନ ଥାନ୍ତି । କହିଦେଉଛୁ କି ପ୍ଳୀହା ଅର୍ଥାତ Splenitis ଶରୀରର ପଞ୍ଜରା ହାଡ ତଳେ ବାମ ପାର୍ଶ୍ଵରେ ରହିଥାଏ ।

ଶରୀରରେ ଏହାର କାର୍ଯ୍ୟ ହେଉଛି ପାଚକ ଓ ପିତ୍ତକୁ ରଞ୍ଜିତ କରି ରକ୍ତରେ ପରିଣତ କରିବା । କିନ୍ତୁ ଯଦି ଆପଣ ଶରୀରର ଉପରୁ ହାଡ ତଳକୁ ଚିପିବେ ତେବେ ଏହା ଜଣା ପଡିବ ନାହିଁ । କାରଣ ଏହା ଶରୀରର ବହୁତ ଭିତରେ ଥାଏ । କହିବାକୁ ଗଲେ ଯଦି ଆପଣ ବହୁତ ଦିନ ହେବ ଜରରେ ପୀଡିତ ଅଛନ୍ତି ଓ ଏହି ଜର ଯଦି ଟାଇଫଡ ଜର ଅଟେ ତେବେ ହିଁ ପ୍ଳୀହା ଅର୍ଥାତ Splenitis ହୋଇଥାଏ ।

ଅର୍ଥାତ ଏହା ବଢିଯାଏ । ଯଦି ଆପଣଙ୍କ ଶରୀରରେ ପ୍ଳୀହା ବଢି ଯାଉଛି ତେବେ ଆପଣଙ୍କୁ ପେଟ ସମ୍ବନ୍ଧିତ ରୋଗ ନଜର ଆସିବ । ଯଦି ପ୍ଳୀହା ବୁଦ୍ଧି ହେଉଛି ତେବେ ଆପଣଙ୍କୁ ଅଳ୍ପ ଜର, ଦୁର୍ବଳତା ଭଳି ଅନେକ ସମସ୍ୟା ବି ହବ ।

କିନ୍ତୁ ଆଜି ଆମେ ଆପଣଙ୍କୁ ପ୍ଳୀହା ରୋଗକୁ ଦୂର କରିବା ପାଇଁ ଏକ ଘରୋଇ ଉପଚାର କହିବୁ । ପ୍ରଥମେ ଆପଣ ଅମୃତଭଣ୍ଡାରୁ କ୍ଷୀର ବାହାର କରନ୍ତୁ । ୧୫ ରୁ ୨୦ ବୁନ୍ଦା ଅମୃତଭଣ୍ଡା କ୍ଷୀରରେ ଏକ ଚାମଚ ଚିନି ମିଶାନ୍ତୁ । ଏହି କ୍ଷୀର ଓ ଚୀନକୁ ସକାଳ ଖାଲି ପେଟରେ ସେବନ କରନ୍ତୁ ।

ଏହିଭଳି କିଛି ସେବନ କରିବା ପରେ ଆପଣଙ୍କ ପ୍ଳୀହା ରୋଗ ଦୂର ହୋଇଯିବ । ବର୍ତ୍ତମାନ ଚାଳନ୍ତୁ ଜାଣିବା ଯଦି ଆପଣଙ୍କୁ ଲିଭର ସମସ୍ୟା ଅଛି ତେବେ ଆପଣ କେମିତି ଠିକ କରିବେ । କହିଦେଉଛୁ କି ପ୍ଳୀହା ରୋଗ ଯେଉଁ କାରଣରୁ ହୋଇଥାଏ ଲିଭର ସମସ୍ୟା ବି ସେଥିପାଇଁ ହୋଇଥାଏ ।

କିନ୍ତୁ ଏହା ସହିତ ଅତ୍ୟଧିକ ମଦ୍ୟପାନ ଦ୍ଵାରା ଲିଭର ସମସ୍ୟା ହୋଇଥାଏ । ଯଦି ଆପଣଙ୍କ ଲିଭର ସମସ୍ୟା ଅଛି ତେବେ ଏହି ଘରୋଇ ଉପଚାରକୁ ଆପଣାନ୍ତୁ । ପ୍ରଥମେ ଆପଣ ୨୫୦ ଗ୍ରାମ କ୍ଷୀରକୁ ଗୋଟିଏ ପାତ୍ରରେ ରଖି ତାକୁ ଗରମ କରନ୍ତୁ । କିଛି ସମୟ ପର୍ଯ୍ୟନ୍ତ କ୍ଷୀର ଫୁଟିବା ପରେ ଏହାକୁ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ । ଏଥିରେ ଦୁଇ ଚାମଚ ମହୁ ମିଶାନ୍ତୁ । ପ୍ରତଦିନ ସ୍କାଲେ ମୁହଁ ହାତ ଧୋଇ ଏହି କ୍ଷୀର ସେବନ କରନ୍ତୁ ।

Leave a Reply

Your email address will not be published. Required fields are marked *