ବିବାହରେ ବିଳମ୍ବ ହେଉଥିଲେ ବା ବାରମ୍ବାର ଭାଙ୍ଗି ଯାଉଥିଲେ, ଶୀଘ୍ର ବିବାହ ପାଇଁ କରନ୍ତୁ ଏହି ସହଜ ଉପାୟ- Jyotisha Upaya

ବନ୍ଧୁଗଣ ଭାରତରେ ଗୁଜୁରାତି ର ପ୍ରୟୋଗ ଅନେକ ସମୟରୁ ହୋଇ ଆସୁଛି । ଖାଇବା ବା ପୂଜା ପାଠରେ ହେଉ ଗୁଜୁରାତି ର ପ୍ରୟୋଗ ହୋଇଥାଏ । ସେମିତିରେ ଗୁଜୁରାତି ଦେଖିବାକୁ ଛୋଟ କିନ୍ତୁ ଯଦି ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଯଦି ଏହାର ବ୍ୟବହାର କରାଯାଏ ତେବେ ଏହାର ବହୁତ ଭଲ ଫାଇଦା କରାଇଥାଏ । ଆଜି ଆମେ ଆପଣଙ୍କୁ କହିବୁ ଯଦି କୌଣସି ବ୍ୟକ୍ତି ଙ୍କର ବିବାହରେ ବାଧା ଆସୁଛି ତେବେ ଗୁଜୁରାତିର ପ୍ରୟୋଗ ଦ୍ଵାରା ସେମାନେ କିପରି ତାହା ଦୂର କରି ପାରିବେ ।

ଯେଉଁ ଲୋକ ମାନଙ୍କର ବାହାଘରରେ ବାଧା ଆସୁଛି ସେମାନଙ୍କୁ ମାସର ଶୁକ୍ଳ ପକ୍ଷ ର ପ୍ରଥମ ଗୁରୁବାର ରେ କେଉଁ ବି ମନ୍ଦିର କୁ ଯାଇ ଶୁଦ୍ଧ ଘିଅ ର ଦୀପ ଜଳାଇ ୨ଟି ଗୁଜୁରାତି ସହ ୫ ପ୍ରକାରର ମିଠା ଅର୍ପିତ କରନ୍ତୁ । ଯଦି ଝିଅ ମାନଙ୍କର ବିବାହରେ ବାଧା ହେଉଛି ତେବେ ଶୁକ୍ଳ ପକ୍ଷ ର ପ୍ରଥମ ଗୁରୁବାର ଦିନ ଏହି ଉପାୟ କରନ୍ତୁ । ଆଉ ଯଦି ପୁଅ ମାନଙ୍କର ବିବାହରେ ବାଦାହ ହେଉଛି ବିବାହରେ ଶୁକ୍ଲ ପକ୍ଷ ର ପ୍ରଥମ ଶୁକ୍ରବାର ଦିନ ଅରନ୍ତୁ । ଏହି ଉପାୟ କରିବା ଦ୍ଵାରା ବିବାହର ଯୋଗ ଖୋଲିବ ।

ଯେଉଁ ମାନେ ସୁନ୍ଦର ସ୍ତ୍ରୀ ର କାମନା କରିଥାନ୍ତି ସେମାନେ ଶୁକ୍ଳ ପକ୍ଷ ର ପ୍ରଥମ ଗୁରୁବାରରେ ୫ଟି ଗୁଜୁରାତି ସହ ହଳଦିଆ ବସ୍ତ୍ର କୌଣସି ଗରିବଙ୍କୁ ଦାନ କରନ୍ତୁ । ଏହି ଉପାୟ ଟି ୫ଟି ଗୁରୁବାର କରିବେ ତେବେ ଆଶ୍ଚର୍ଯ୍ୟ ଜନକ ଲାଭ ଦେଖିବାକୁ ପାଇବେ । ଆଉ ଗୋଟେ ଉପାୟ ହେଉଛି ଯାହାର ମ୍ୟାରେଜ ହେଉ ନ ଥିବ ବା ବାରମ୍ବାର ନିର୍ବନ୍ଧ ଭାଙ୍ଗୁ ଥିବ ବା ଜାତକରେ ବିବାହର ବାଧା ହେଉଥିବ ତେବେ ଏହି ଉପାୟ କୁ କରନ୍ତୁ । ଏହି ଉପାୟ ଟି କୌଣସି ପୁଅ, ଝିଅ ବା ସେମାନଙ୍କ ପରିବାର କରି ପାରିବେ ।

ଏଥିପାଇଁ ୨ଟି ଜିନିଷ ଦରକାର ଯଥା ସୌଭାଗ୍ୟ ମାଳା ଓ ବିବାହ ବାଧା ଦୂର ହେବାର ଯନ୍ତ୍ର । ସକାଳୁ ଜଲ୍ଦି ଉଠି ସ୍ନାନ ଆଦି କରି ଛୋଟ ପିଢା ଆଣି ସେହି ପିଢା ଉପରେ ନାଲି ରଙ୍ଗର କାନା ରଖନ୍ତୁ । ଯନ୍ତ୍ର କୁ ପ୍ରଥମେ କ୍ଷୀରରେ ଧୋଇ ପାଣିରେ ଧୋଇବେ । ପୁଣି ଏହାକୁ ଗୋଟେ ଭଲ କନାରେ ପୋଛି ଦିଅନ୍ତୁ । ଏହା ପରେ ପିଢା ଉପରେ ଯନ୍ତ୍ର ସ୍ଥାପିତ କରି ଚନ୍ଦନ, ଫୁଲ, ସିନ୍ଦୁର ଅର୍ପଣ କରନ୍ତୁ । ଏହା ପରେ ନିଜ ମନର ଇଚ୍ଛା କହି ପ୍ରଣାମ କରିବେ ।

ପାଣି ଫୁଲକୁ ଡାହାଣ ହାତରେ ନେଇ ସଂକଳ୍ପ ନେଇକହିବେ ଜଲ୍ଦି ବାହା ହେବା ପାଇଁ ଏହା କରୁଛନ୍ତି । ଏହା କହି ସୌଭାଗ୍ୟମାଳା ରେ ୧୧ ଥର ଜପ କରିବେ । ଏହାକୁ ୨୧ ଦିନ ଯାଏଁ ଲଗାତାର କରନ୍ତୁ । ମନ୍ତ୍ର ଟି ହେଲା ଓମ ହୋଇ କାମଦେବାୟ ରତ୍ଯୋ ସର୍ବ ଦୋଷ ନିବାରଣାୟ ଫଟ । ୨୧ ଦିନ ପରେ ମାଲା ଓ ଯନ୍ତ୍ରକ ନେଇ ପାଣିରେ ପ୍ରଭାବିତ କରିବେ ଦେଖିବେ ବିବାହରେ ଥିବା ବାଧା ଦୂର ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *