ଜଙ୍ଗଲରେ ଏକା ଏକାରହୁଥିବା ବାପା ମା’ ଛେଇଣ୍ଡ Dipaଙ୍କୁ ମିଳିଗଲେ ଆଉ ଏକ ମା’… ଦେଖନ୍ତୁ କଣ କହୁଛନ୍ତି Dipa

ନମସ୍କାର ବନ୍ଧୁଗଣ, ଖବର ବାଜିଲା ପରେ ଏବେ ଦୀପା ଙ୍କୁ ସାହାଜ୍ଯ ମିଳିଛି । ହଁ ଆଜ୍ଞା ନିଜ ଝିଅ ପରି ଜଣେ ଆଶାକର୍ମୀ ଦୀପାଙ୍କର ଯତ୍ନ ନେଉଛନ୍ତି । ଏ ହେଉଛନ୍ତି ସେହି ଦୀପାଯିଏ ଏତେ ବଡ ଜଙ୍ଗଲରେ ଏକା ରହୁଥିଲେ । ଆଉ ଏବେ ଦୀପାଙ୍କୁ ମିଳି ଯାଇଛି ତାଙ୍କ ମା ପରି ଏ ଆଶା ଦିଦି ଜଣକ ଯିଏ କି ତାଙ୍କର ଯତ୍ନ ନେଉଛନ୍ତି । ଗତ କିଛି ଦିନ ତଳେ ଦୀପା ଜଙ୍ଗଲରେ ଏକା ରହୁଥିଲେ ଯାହାର ଖବର ପ୍ରସାର ହୋଇଥିଲା । କାରଣ ତାଙ୍କ ବାପା ମା ଆରପାରିକୁ ଚାଲି ଯାଇଛନ୍ତି ଆଉ ଜଙ୍ଗଲରେ ଏକା ଛାଡି ଯାଇଛନ୍ତି ନାବାଳିକା ଦୀପା ଙ୍କୁ ।

ଦୀପା ବହୁତ କଷ୍ଟରେ ବଞ୍ଚୁଥିଲେ ଜଙ୍ଗଲରେ । ଏମିତିକି ତାଙ୍କ ପାଖରେ ଖାଇବାକୁ ଥିବା ସେ ଖାଇବା ବି ନ ଥିଲା । ଲୁଣ ଲଙ୍କାରେ ଭଟା ଖାଆନ୍ତି ତ କିଏ କେତେବେଳେ ଦେଲେ ଖାଇଥାନ୍ତି ନ ହେଲେ ଉପାସରେ ରୁହନ୍ତି ଦୀପା । କିନ୍ତୁ ଯେ ହେତୁ ବାପା ମା ନାହାନ୍ତି ତାଙ୍କର ଦେଖାଶୁଣା କରିବାକୁ ଖୋଲା ଜଙ୍ଗଲରେ କେହି ନ ଥିଲେ । ଆଉ ଘର ଟି ମଧ୍ୟ ଏକ ନିରୋଳା ସ୍ଥାନରେ ରହିଛି ଯେଉଁଠି କେହି ନାହାନ୍ତି । ଆଉ ସେଠାରେ ବନ୍ୟ ଜନ୍ତୁଙ୍କ ଭୟ ମଧ୍ୟ ଲାଗି ରହିଥିଲା ।

ଖବର ପ୍ରସାର ଏବା ପରେ ଆସା ଦିଦି ଆସି ପହଞ୍ଚି ନିଜ ଝିଅ ପରି ଦୀପାଙ୍କର ଯତ୍ନ ନେଉଛନ୍ତି । ଦୀପା ଏବେ ଖୁସି ମନରେ କହୁଛନ୍ତି ମୋତେ ସରକାର ଆଗକୁ ଆହୁରି ସାହାଜ୍ଯ କରିବା ଦରକାର । କିନ୍ତୁ ଏବେ ଆଶା ଦିଦି ଙ୍କୁ ନିଜ ମା ରୂପରେ ପାଇ ସେ ବହୁତ ଖୁସି ପ୍ରକାଶ କରିଛନ୍ତି । ଏହି ଖବର ଟି ପ୍ରସାର ହେବା ପରେ ତାଙ୍କ ଭଲ ମନ୍ଦ ବୁଝିବା ପାଇଁ ଅନେକ ବ୍ୟକ୍ତି ତାଙ୍କ ଘରକୁ ଆସୁଛନ୍ତି । ଏହା ସହ ପ୍ରଶାସନ ମଧ୍ୟ ଗୁରୁତର ନେଇ ତାଙ୍କ ନିକଟକୁ ପହଞ୍ଚି ପାରିଛି ।

ତେବେ ଦୀପା ଙ୍କ ବାପା କ୍ୟାନ୍ସର ରେ ପୀଡିତ ଥିବାର ଗତ କିଛି ଦିନ ପୂର୍ବେ ତାଙ୍କର ଦେହାନ୍ତ ଘଟିଥିଲା । ଆଉ ଗାଁ ଲୋକେ ମିଶି ଦୀପାଙ୍କ ବାପା ଶାନ୍ତିମ ସଂସ୍କାର କରିଥିଲେ । ଏହା ପରେ ଦୀପା ପୁରା ଏକା ହୋଇ ଯାଇଥିଲେ ଆଉ ଜଙ୍ଗଲରେ ରହି କାନ୍ଦୁଥିଲେ । ଏହା ପରେ ଗାଁ ଲୋକ କାନ୍ଦଣା ଶୁଣିବା ପରେ ସାହାଜ୍ଯର ହାତ ବଢାଇ ଥିଲେ । ତେବେ ଦେଖିବା ବାକି ରହିଲା ଆଗକୁ ଯାଇ ସରକାର ଦୀପା ଙ୍କୁ କଣ ସାହାଜ୍ଯ କରୁଛନ୍ତି ।

ଆଉ ଦୀପା ଙ୍କ ଭବିଷ୍ୟତ ଆଗକୁ ଯାଇ କେମିତି ଉଜ୍ଵଳ ହେଉଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *