ଜାଣନ୍ତୁ ପୂର୍ବ ଜନ୍ମରେ କେମିତି ହୋଇଥିଲା ଆପଣଙ୍କର ମୃତ୍ୟୁ ? Astrology

ବନ୍ଧୁଗଣ ମୃତ୍ୟୁ ପରେ ବ୍ୟକ୍ତି ସହ କଣ ହୋଇଥାଏ ତାହା ଅନେକ ଶସ୍ତ୍ରରେ ଲେଖାଅଛି । ପୂରଣ ଅନୁଯାୟୀ ବ୍ୟକ୍ତିକୁ ନିଜର କର୍ମ ଅନୁଯାୟୀ ମୃତ୍ୟୁ ପରେ ଦଣ୍ଡ ମିଳିଥାଏ । କିନ୍ତୁ କଣ କେବେ କେହି ଜାଣିଛନ୍ତି କି ପୂର୍ବର ଜନ୍ମର କେଉଁ ଭୁଲ ପାଇଁ ମଣିଷକୁ କଷ୍ଟ ଭୋଗ କରିବାକୁ ପଡିଥାଏ । ମୃତ୍ୟୁ ପରେ ମଣିଷ ନିଜର ଶରୀର ପୃଥିବୀ ଉପରେ ଛାଡି ଯାଇଥାଏ କିନ୍ତୁ ସୂକ୍ଷ୍ମ ଶରୀର କାରଣରୁ ମଣିଷ ନିଜର କର୍ମ ଅନୁଯାୟୀ ଫଳ ପାଇଥାଏ । କର୍ମ ଫଳ ଭୋଗିବାକୁ ଆତ୍ମାକୁ ନିଜର କର୍ମ ଅନୁଯାୟୀ ସ୍ଵର୍ଗ ବା ନର୍କ ପ୍ରାପ୍ତ ହୁଏ ।

ସ୍ଵର୍ଗ ସୁଖ ସାଧନରେ ଓ ନର୍କରେ କଷ୍ଟ ଭୋଗିବାକୁ ପଡେ । ଗରୁଡ ପୁରାଣ, ନାରଦ ପୁରାଣରେ କୁହାଯାଇଛି ନର୍କ ୩୬ ପ୍ରକାରର । ଯେଉଁ ବ୍ୟକ୍ତି ଆତ୍ମହତ୍ୟା କରିଥାଏ ସେ ପୂର୍ବ ଜନ୍ମରେ କରିଥିବା ପାପକୁ ପର ଜନ୍ମରେ ଭୋଗ କରିଥାଏ । ଯେଉଁ ବ୍ଯକ୍ତିର ନିଜର ବାଣୀ ଉପରେ ସଂଯମ ନ ଥାଏ କିମ୍ବା ଭୋକିଲା ମଣିଷକୁ ବା ଅତିଥିଙ୍କୁ ଖାଇବା ନ ଦେଇ ନିଜେ ଭୋଜନ କରିଥାଏ ଏଭଳି ଲୋଭୀ, ସ୍ଵାର୍ଥୀ ମଣିଷଙ୍କର ନର୍କରେ ସ୍ଥାନ ମିଳିଥାଏ । କୁଣ୍ଡଳୀ, ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ ବ୍ୟକ୍ତି ପୂର୍ବ ଜନ୍ମ ବିଷୟରେ ଜାଣିପାରିବ ।

ଏ ଜନ୍ମରେ ବ୍ୟକ୍ତି ଯେମିତି ଅବସ୍ଥାରେ ରହିଥାଏ ତାହା ତାର ପୂର୍ବର ଜନ୍ମର କର୍ମର ଫଳ ହୋଇଥାଏ । ଉର୍ବ ଜନ୍ମର ଭଲ କର୍ମ ଏ ଜନ୍ମରେ ସୁଖ ଦେଇଥାଏ ଓ ପୂର୍ବ ଜନ୍ମର ଖରାପ କାମ ଏ ଜନ୍ମରେ ଉଜାଗର ହୋଇଥାଏ । ଗର୍ଭବରେ ଶିଶୁର କୁଣ୍ଡଳୀ ଜନ୍ମ ସମୟରେ ଉଚ୍ଚ ବା ସ୍ଵରାଶି କିମ୍ବା ବୁଧ ବା ଚନ୍ଦ୍ରର ସ୍ଥିତିରେ ଥିଲେ ପୂର୍ବ ଜନ୍ମରେ ସଦଗୁଣ ବ୍ୟାପାରୀ ଥିବାର ସୂଚକ ମିଳିଥାଏ । ଯଦି ଲଗ୍ନ ବୁଧ ଥାଏ ତେବେ ବ୍ୟକ୍ତି ପୂର୍ବ ଜନ୍ମରେ ବାଣିପୁତ୍ର ହୋଇଥାଏ ।

କୌଣସି ଶିଶୁର କୁଣ୍ଡଳୀରେ ଲଗ୍ନରେ ମଙ୍ଗଳ ଉଚ୍ଚ ରାଶି ବା ସ୍ଵରାଶିରେ ଥାଏ ତେବେ ପୂର୍ବ ଜନ୍ମରେ ଯୋଦ୍ଧା ଥିଲା । ଯଦି ମଙ୍ଗଳ ଷଷ୍ଠ, ସପ୍ତମ, ଦଶମ ଭାବରେ ଥାଏ ଏମିତି ମାନାଯାଏ ନବଜାତ ଶିଶୁ ପୂର୍ବ ଆଜନ୍ମରେ କ୍ରୋଧୀ ଥିଲା । ଶିଶୁର କୁଣ୍ଡଳୀରେ ୪ରୁ ଅଧିକ ଗ୍ରହ ଉଚ୍ଚ ରାଶିର ବା ସ୍ଵାରଶିର ହୋଇଥାଏ ତେବେ ନବଜାତ ଉତ୍ତମ ଯୋନିରେ ଜଣ ନେଇଥାଏ । ଯଦି ଜାତକଙ୍କର କୁଣ୍ଡଳୀରେ ୪ ଗ୍ରହ ନିଚ୍ଚ ରାଶିରେ ଥାଏ ଏମିତି ମାନାଯାଏ ନବଜାତ ପୂର୍ବ ଜନ୍ମରେ ଆତ୍ମହତ୍ୟା କରିଛି ।

ଶିଶୁର କୁଣ୍ଡଳୀରେ ଲଗ୍ନାଧି ଗୁରୁ ହେଲେ ପୂର୍ବ ଜନ୍ମରେ ନବଜାତ ଧାର୍ମିକ ସ୍ଵଭାବର ଥିଲା । କୁଣ୍ଡଳୀରେ ଉଚ୍ଚ ଗୁରୁ ହୋଇ ଲଗ୍ନ ଦେଇଥାଏ ତେବେ ପୂର୍ବ ଜନ୍ମରେ ଜାକ ଧର୍ମାତ୍ମା, ସଦଗୁଣୀ ଥିଲା । ଗୁରୁ ଗ୍ରହରେ ଷଷ୍ଠ, ନବମ ଭାବରେ ତେବେ ନବଜାତ ପୂର୍ବ ଜନ୍ମରେ ସନ୍ୟାସୀ ଥିଲା ।

କୁଣ୍ଡଳୀରେ ଷଷ୍ଠ, ଅଷ୍ଟମ, ୧୨ ଭାବରେ ଥିଲେ କିମ୍ବା ତୁଳା ରାଶିର ଥିଲେ ପୂର୍ବ ଜନ୍ମରେ ଜାତକ ଭ୍ରଷ୍ଟ ଜୀବନଯାପନ କରୁଥିଲା । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *