ଯେତେବେଳେ କେହି ଆମକୁ ମନେ ପକାଇ ଥାଏ ତ ଆମକୁ ଏହି ସବୁ ସଂକେତ ମିଳିଥାଏ

ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଜଣାଇବୁ କି ଯଦି ଆପଣଙ୍କ ପ୍ରିୟ ମଣିଷ ଆପଣଙ୍କୁ ମନ ପକାଏ ତେବେ ଆପଣଙ୍କୁ କେଉଁ କେଉଁ ସଂକେତ ସବୁ ମିଳିଥାଏ । ଆମକୁ ସେତେବେଳେ କିଛି ସଂକେତ ମିଳିଥାଏ ଯେତେବେଳେ ଆମର ବହୁତ ନିକଟତର ମଣିଷ ଆମ ସହ ବିତାଇଥିବା ସେହି ସୁବର୍ଣ୍ଣ ମୁହୂର୍ତ୍ତକୁ ମନ ପକାଇ ଥାଏ । ତେବେ କିଛି ଦିନ ହେବ ଆମେ ସେହି କଥା ଭାବୁଥିଲୁ କି ଯଦି ଆମକୁ କିଏ ମନ ପକାଉଛି ତେବେ ଆମେ ତାହା କେମିତି ଜାଣିବା । ତେଣୁ ଆଜି ଆମେ ଆପଣଙ୍କୁ ସେହି କିଛି ସଂକେତ ବିଷୟରେ କହିବା ଯାହାଦ୍ୱାରା ଆପଣ ଜାଣିପାରିବେ କି ଆପଣଙ୍କୁ କିଏ ମନ ପକାଉଛି ।

ତେବେ ପ୍ରଥମେ ହେଲା ଆପଣ କୌଣସି କାମ ରେ ବ୍ୟସ୍ତ ଅଛନ୍ତି ଏବଂ ସେହି ମଣିଷ କୁ ଜମା ବି ମନ ପକାଉ ନାହାଁନ୍ତି ହେଲେ ତଥାପି ଆପଣ ତାର ସ୍ୱପ୍ନ ଦେଖୁଛନ୍ତି । ତା ସହ ଏକାଠି ସମୟ ବିତାଇବାର ଦେଖୁଛନ୍ତି । ତେବେ ଏହା ସେତେବେଳେ ହୋଇଥାଏ ଯେତେବେଳେ ସେହି ଲୋକ ଆପଣଙ୍କୁ ମନ ପକାଇଥାଏ । ଏହା ହେଉଛି ସେହି ଶକ୍ତି ଯାହା ତାଙ୍କ ପାଖରୁ ଆପଣଙ୍କ ପାଖକୁ ଆଣିଥାଏ ।

ଦ୍ୱିତୀୟ ରେ ହେଉଛି ତାହା କି ଆପଣ ଖାଲି ରେ ଘରେ ବସିଛନ୍ତି କିଛି ବି କାମ କରୁନାହାଁନ୍ତି ଏବଂ କାହା ସହ ବି କଥା ହେଉନାହାଁନ୍ତି ତଥାପି ଆପଣ ତା ବିଷୟରେ ବିତାଇଥିବା କିଛି ମୁହୂର୍ତ୍ତ ବିଷୟରେ ଭାବୁଛନ୍ତି ଏବଂ ଆପଣ ତାହା ଭାବିକି ମନେ ମନେ ହସୁଛନ୍ତି ଏବଂ ଆପଣ ଏହା ଭାବୁଛନ୍ତି କି ମୁଁ କଣ ପାଇଁ ଏହା ଭାବୁଛି । ତେବେ ଆପଣ ଜାଣିଯାଅନ୍ତୁ କି ସେ ଆପଣଙ୍କ ର କିଛି ଶକ୍ତ ଏବଂ ସ୍ମରଣୀୟ କଥା ଭାବୁଛି । ତେଣୁ ତା ଭାବନା ଆପଣଙ୍କ ପାଖରେ ପହଞ୍ଚି ଯାଇଥାଏ ।

ତୃତୀୟ ରେ ଆପଣଙ୍କ କାନ ପାର୍ଶ୍ୱ ରେ ଗୋଟେ ଅଲଗା ପ୍ରକାର ଭାଇବ୍ରେସନ ହୋଇଥାଏ । ଏହା ଜଣ ଜଣଙ୍କ ର ହୋଇଥାଏ । ଏହା ସେତେବେଳେ ହୁଏ ଯେତେବେଳେ କେହି ଆପଣଙ୍କୁ ମନ ପକାଏ କିମ୍ଵା ଆପଣଙ୍କ ବିଷୟରେ କଥା ହୋଇଥାଏ । ସେତେବେଳେ ଆପଣଙ୍କୁ ଏହି ଅନୁଭବ ହୋଇଥାଏ । ତେବେ ଆପଣ ସେତେବେଳେ ଜାଣି ଯାଆନ୍ତୁ କି ଆପଣଙ୍କ ଵିଷୟ ରେ କେହି ଜଣେ ଭାବୁଛି ।

ଆପଣ କିଛି ଜରୁରୀ କାମ କରୁଛନ୍ତି ଏବଂ ଆପଣ ଆପଣଙ୍କ ଅଫିସ କାମ ରେ ପୂରା ବ୍ୟସ୍ତ ଅଛନ୍ତି ତଥାପି ଆପଣଙ୍କ ସାମ୍ନା ରେ ସେହି ବ୍ୟକ୍ତି ର ନାମ ଯଦି ବାରମ୍ବାର ଆସୁଛି ତେବେ ଆପଣ ଜାଣିଯାଅନ୍ତୁ ଯେ ସେ ଆପଣଙ୍କୁ ମନ ପକାଉଛି ଏବଂ ଆପଣ ଏହା ଦେଖିକି ନିଜେ ମନେମନେ ଖୁସି ମଧ୍ୟ ହୋଇଯିବେ । ତ ସେତେବେଳେ ତା ଭାବନା ଟା ଆପଣଙ୍କ ପାଖରେ ପହଞ୍ଚି ଥାଏ । ବେଳେବେଳେ ଆମ ମାନଙ୍କ ର ଆଖି ଡେଇଁ ଥାଏ ଯେ କୌଣସି ଆଖି ହେଉ ନା କାହିଁକି । ଏହା ଆମ ସହ ସେତେବେଳେ ହୋଇଥାଏ ଯେତେବେଳେ ଆମକୁ ଜଣେ ବହୁତ ମନ ପକାଇ ଥାଏ ।

ଜରୁରୀ ନୁହେଁ କି ସମସ୍ତଙ୍କର ସମାନ ଲକ୍ଷଣ ହିଁ ହେବ ଅଲଗା ଅଲଗା ମଧ୍ୟ ହୋଇପାରେ । ତେବେ ଆମେ ଦୁହେଁଦୁହିଁ ଙ୍କ ଠାରୁ ତ ବହୁତ ଦୂର ରେ ଥାଉ କିନ୍ତୁ ଆମର ସେହି ଶକ୍ତି ଆମକୁ ତାହା ଅନୁଭବ କରାଇଦେଇଥାଏ । ଏମିତି ବହୁତ ଜିନିଷ ଅଛି ଯାହାକୁ ଖାଲି ପାଖରେ ହିଁ ରହିବା ଆବଶ୍ୟକ ନୁହେଁ କିଛି ଜିନିଷ କୁ ଆମେ ଅନୁଭବ ମଧ୍ୟ କରିଥାଉ । ତେଣୁ ଯଦି ଆପଣଙ୍କ ସହ ଏମିତି କିଛି ବି ଘଟଣା ଘଟୁଛି ତେବେ ଆପଣ ଜାଣି ଯାଆନ୍ତୁ ଯେ ଆପଣଙ୍କ ଖାସ ଲୋକ ଆପଣଙ୍କୁ ମନ ପକାଉଛି ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ ।

Leave a Reply

Your email address will not be published. Required fields are marked *