ବନ୍ଧୁଗଣ ଆପଣ ଜାଣିଥିବେ ଆମ ଶରୀରରେ ଆତ୍ମାର ବାସ କିଛି ସମୟ ପାଇଁ ହୋଇଥାଏ । ଯେଉଁ ଜୀବନ ଚକ୍ର ଜରିଆରେ ଗୋଟିଏ ଶରୀରରୁ ଅନ୍ୟ ଶରୀରକୁ ସ୍ଥାନାନ୍ତର ହୋଇଥାଏ । କିନ୍ତୁ ଏକ ଶରୀରକୁ ତ୍ୟାଗ କରିବା ଓ ନୂଆ ଶରୀର ଢାରଣ କରିବା ମଧ୍ୟରେ ଆତ୍ମା କେଉଁଠାରେ ରହିଥାଏ ଏହା ପ୍ରଶ୍ନ ଉଠିଥାଏ । ଆଜି ଆମେ ଆପଣଙ୍କୁ ଏହି ବିଷୟରେ ବିସ୍ତାର ଭାବେ କହିବାକୁ ଯାଉଛୁ । ସନାତନ ଧର୍ମରେ ମଣିଷର ଜୀବନ ମରଣ ସଜ ଜଡିତ ଅନେକ ରହସ୍ୟ କୁହାଯାଇଛି । ଗରୁଡ ପୁରାଣରେ ବର୍ଣ୍ଣିତ ଅଛି କି ଯେବେ ଆତ୍ମା ଶରୀର ତ୍ୟଗା କରେ ତାକୁ ପରଲୋକ ନେବା ପାଇଁ ଯମଦୂତ ମାନେ ସେଠାରେ ଉପସ୍ଥିତ ରହିଥାନ୍ତି ।
ଭଲ କାମ କରୁଥିବା ଆତ୍ମାକୁ ସହଜରେ ପରଲୋକ ଗମନ କରିଥାନ୍ତି । କିନ୍ତୁ ଖରାପ କାମ କରିଥିବା ବ୍ୟକ୍ତିକୁ ଯମଦୂତ ମାନେ ଜବରଦସ୍ତି ନେଇଥାନ୍ତି । ଯେଉଁଠାରେ ବ୍ୟକ୍ତି ଭଲ ଓ ଖରାପ କାମ କରିଥିବା ଫଳ ପ୍ରାପ୍ତ କରିଥାନ୍ତି । ଶରୀର ତ୍ୟାଗ କରିବା ପରେ ଆତ୍ମା ୧୩ ଦିନ ଯାଏଁ ଘରେ ରହିଥାଏ । ଯାତରା କରିବା ସମୟରେ ଆତ୍ମାକୁ ଭୟଙ୍କର ରାସ୍ତା ଦେଇ ଅତିକ୍ରମ କରିବାକୁ ପଡିଥାଏ ।
ଗରୁଡ ପୁରାଣରେ ଯମପୁରରେ ବୈତରଣୀ ନଦୀର ଉଲେଖ କରାଯାଇଛି ଯାହା ରକ୍ତ ଓ ବିଷ୍ଠାରେ ପରିଣତ ହୋଇଥାଏ । ଯେଉଁ ବ୍ୟକ୍ତି ଗାଈ ଦାନ କରିଥିବ ସେ ସହଜରେ ବୈତରଣୀ ନଦୀ ପାର ହୋଇଥାଏ । କିନ୍ତୁ ଯେଉଁ ବ୍ୟକ୍ତି ଏହି ପୂଣ୍ୟରୁ ବଞ୍ଚିତ ହୋଇଥାନ୍ତି ସେ ଏହି ନଦୀରେ ରହିଥାନ୍ତି ଆଉ ଯମଦୂତ ମାନେ ତାଙ୍କୁ ବାରମ୍ବାର ଧକ୍କା ଦେଇ ଯମପୁର ନେଇଥାନ୍ତି ।
୧୭ ଦିନର ଯାତ୍ରା କରିବା ପରେ ୧୮ ଦିନରେ ଆତ୍ମା ଯମପୁରକୁ ପହଞ୍ଚିଥାଏ । ଏହା ପରେ ଆତ୍ମା ପୁଷ୍ପ ନଦୀରେ ପାହଞ୍ଚିଥାଏ । ଯାହାର ଜଳ ସ୍ଵଚ୍ଛ ହେବା ପଦ୍ମା ଫୁଲ ରହିଥାଏ । ସେଠାରେ ଆତ୍ମା ଗଛର ଛାୟାରେ ବିଶ୍ରାମ କରିଥାଏ । ଏହି ଗଛ ମୂଳେ ବସିବା ସମୟରେ ଆତ୍ମାକୁ ପୁତ୍ର ଦ୍ଵାରା କରାଯାଇଥିବା ପିଣ୍ଡଦାନ ପ୍ରାପ୍ତ ହୋଇଥାଏ ।
ନଦୀ ପାର କରିବା ପରେ ଯମପୁରରେ ପ୍ରବେଶ କରିବା ସହ ଯମରାଜଙ୍କ ଦର୍ଶନ କରିଥାଏ । ଯାହାର ଚାରିପାଖରେ ପାଖରେ ଭୟଙ୍କର ପଶୁ ରହିଥାନ୍ତି । ଖରାପଅକାମ କରିଥିବା ବ୍ୟକ୍ତିକୁ ଯମରଜା ନର୍କ ପଠାଇଥାନ୍ତି । ଭଲ କାମ କରିଥିବା ବ୍ୟକ୍ତି ଯମପୁରକୁ ଯାତ୍ରା ନ କରି ତାଙ୍କ ପାଇଁ ସ୍ଵତନ୍ତ୍ର ବିମାନ ଆସିଥାଏ ଯେଉଁଠାରେ ବସି ସେମାନେ ବୈକୁଣ୍ଠ ପ୍ରାପ୍ତ କରିଥାନ୍ତି ।
ମାନାଯାଏ ଯେଉଁ ବ୍ୟକ୍ତିକୁ ବିଷ୍ଣୁଙ୍କ ଏହି ଲୋକରେ ରହିବାକୁ ଅନୁମତି ମିଳିଥାଏ ସେମାନଙ୍କୁ ଦିତୀୟ ଜନ୍ମ ନ ମିଳି ମୋକ୍ଷ ପ୍ରାପ୍ତ ହୋଇଥାଏ । ରାକ୍ଷସ ଭଳି କାମ କରିଥିବା ବ୍ୟକ୍ତି ପ୍ରେତ ଯୋନିରେ ରହିଥାନ୍ତି । କିଛି ଦିନ ପରେ ସେମାନେ ଧରିତ୍ରିରେ ଜନ୍ମ ନେଇଥାନ୍ତି । ଜନ୍ମ ନେବା ପୂର୍ବରୁ ସେମାନେ ପିତୃଲୋକରେ ରହିଥାନ୍ତି ଯେଉଁଠାରେ ତାଙ୍କର ନ୍ୟାୟ ହୋଇଥାଏ ।
ତେବେ ଆତ୍ମା ମୃତ୍ୟୁ ପରେ ଯମଲୋକରେ ଓ ଜନ୍ମ ହେବା ପୂର୍ବରୁ ପିତୃଲୋକରେ ରହିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।