ଜନ୍ମରୁ ହିଁ ଏହି 4ଟି ରାଶି ହୋଇଥାନ୍ତି ଭାଗ୍ୟର ଧନୀ, ଦେଖନ୍ତୁ ଆପଣଙ୍କ ରାଶି ନୁହେଁ ତ ? Jyotisha Shastra

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ବ୍ଯକ୍ତିର ଜନ୍ମ କୁଣ୍ଡଳୀ ତାର ଆଇନା ହୋଇଥାଏ । ସମସ୍ତଙ୍କର ରାଶି ଓ ଗ୍ରହର ଗତି ବିଧି ଅଲଗା ଲଗା ରହିଥାଏ । ଗ୍ରହ ମାନଙ୍କର ପରିବର୍ତ୍ତନ ଯୋଗୁ ରାଶି ମାନଙ୍କର ପରିବର୍ତ୍ତନ ହୋଇଥାଏ । ନାମର ପ୍ରଥମ ଅକ୍ଷରରୁ ବ୍ୟକ୍ତିର ସ୍ଵଭାବ ଓ ଚରିତ୍ର ଓ ଭବିଷ୍ୟତ ବିଷୟରେ ଜଣା ପଡିଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ୧୨ ଗୋଟି ରାଶି ମଧ୍ୟରୁ ଏମିତି ୪ଟି ରାଶି ରହିଛି ଯାହା ବହୁତ ଭାଗ୍ୟଶାଳୀ ଅଟନ୍ତି । ତେବେ ଆସନ୍ତୁ ଜାଣିବା ସେହି ରାଶି ଗୁଡିକ କଣ ରହିଛି ।

ମେଷ ରାଶି : ଏହି ରାଶି ହେଉଛି ରାଶି ଚକ୍ରର ପ୍ରଥମ ରାଶି । ଏହି ରାଶିର ସ୍ଵାମୀ ଗ୍ରହ ମଙ୍ଗଳ ଗ୍ରହ ହୋଇଥାଏ । ଏହି ରାଶିର ଲୋକଙ୍କର ନେତୃତ୍ଵ କରିବାର କ୍ଷମତା ରହିଥାଏ । ଏହି ବ୍ୟକ୍ତି ପରିଶ୍ରମ କରିବାରୁ ପ୍ରତେକ କ୍ଷେତ୍ର ରେ ସଫଳତା ପାଇଥାନ୍ତି । ଏହି ରାଶିର ବ୍ୟକ୍ତିଙ୍କର ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ତାଳମେଳ ଠିକ ରହିଥାଏ । ଛାତ୍ର ମାନେ ପାଠ ପଢା ରେ ରୁଚି ରଖିଥାନ୍ତି ।

ବିଛା ରାଶି : ଏହି ରାଶିର ଗ୍ରହ ହେଉଛନ୍ତି ମଙ୍ଗଳ ଗ୍ରହ । ଏହି ରାଶିର ବ୍ୟକ୍ତି ପ୍ରତେକ କାର୍ଯ୍ୟକୁ ସାହସର ସହ କରିଥାନ୍ତି । ଏମାନେ ଅସମ୍ଭବ କାମକୁ ସମ୍ଭବ କରି ଦେଖାଇଥାନ୍ତି । ଏମାନେ ନିଜର କାମ ସଚୋଟତାର ସହ କରିଥାନ୍ତି । ଏହି ଲୋକ ମାନେ ସବୁ କାମକୁ ନିଷ୍ଠାର ସହ କରିଥାନ୍ତି । ସମାଜରେ ଏମାନଙ୍କର ମାନ ସମାନ ବୃଦ୍ଧି ପାଇବା ସହ ଯଶ ଓ କୀର୍ତ୍ତି ମଧ୍ୟ ସ୍ଥାପନ ହୋଇଥାଏ । ଏହି ରାଶିର ବ୍ୟକ୍ତି ମାନେ ମାତା ପିତା ଙ୍କ ସହଯୋଗ ପ୍ରାପ୍ତ କରିଥାନ୍ତି ।

ମକର ରାଶି : ଗ୍ରହ ମାନଙ୍କ ମଧ୍ୟରେ ଭଗବାନ ଶନିଦେବଙ୍କର ସବୁଠାରୁ ଅଲଗା ସ୍ଥାନ ରହିଥାଏ । ଏହି ରାଶିର ଗ୍ରହ ଦେବ ହେଉଛନ୍ତି ଶନିଦେବ । ଏହି କାରଣରୁ ଏହି ରାଶିର ବ୍ୟକ୍ତିଙ୍କ ଉପରେ ଭଗବାନ ଶନିଦେବଙ୍କ କୃପା ରହିଥାଏ । ଏମାନଙ୍କ ଠାରେ ଆତ୍ମବିଶ୍ଵାସ ଭରି ହୋଇ ରହିଥାଏ । ଏମାନେ କୌଣସି କାମରେ ନେତୃତ୍ଵ ନେବାରେ ସକ୍ଷମ ହୋଇଥାନ୍ତି । କଠିନ ପରିଶ୍ରମ ଓ ପ୍ରବଳ ଆତ୍ମବିଶ୍ଵାସ ପାଇଁ ମେନ ଉଚ୍ଚ ସ୍ତରରେ ସଫଳତା ପ୍ରାପ୍ତ କରିଥାନ୍ତି । ବେପାର ଓ ବାଣିଜ୍ୟ କ୍ଷେତ୍ର ରେ ଏମାନେ ଲାଭବାନ ହୋଇଥାନ୍ତି ।

କୁମ୍ଭ ରାଶି : ଏହି ରାଶି ରାଶିଚକ୍ର ର ୧୧ତମ ରାଶି ଅଟେ । ଏହାର ଗ୍ରହ ହେଉଛି ଶନିଦେବ । ଏହି ରାଶିର ବ୍ୟକ୍ତି ସଚୋଟତାର ସହ କାମ କରିଲେ ସଫଳହୋଇଥାନ୍ତି । ଏମାନେ କୌଣସି କାର୍ଯ୍ୟ କରିବା ପୂର୍ବରୁ ଅଧିକ ଚିନ୍ତା ବିଚାର କରିବା ପରେ ସଠିକ ଯୋଜନା କରିଥାନ୍ତି । ଏମାନେ ବହୁତ ବୁଦ୍ଧିମାନ ହୋଇ ଥିବାରୁ ପରିସ୍ଥିତିକୁ ବହୁତ ଜଲ୍ଦି ଅନୁମାନ କରିଥାନ୍ତି । ଏମାନଙ୍କୁ ଅନ୍ୟ ରାଶି ମାନଙ୍କ ତୁଳନାରେ ଶକ୍ତିଶାଳୀ ଓ ଭାଗ୍ୟଶାଳୀ ବିଚାର କରାଯାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *