Special Story: ଦିନେ ଥିଲେ ଦୁର୍ଦାନ୍ତ ଖଳନାୟକ ହେଲେ ଆଜି ପରିସ୍ଥିତି କଲା ପାନ ଦୋକାନୀ, ଯାତ୍ରା ଜଗତର ଏହି ପ୍ରସିଦ୍ଧ ଖଳନାୟକ ଯାହା କହିଲେ ଶୁଣି ଆପଣ ବି କାନ୍ଦି ପକେଇବେ

କରୋନା ସମସ୍ତଙ୍କର ଜୀବିକା ଛଡାଇ ନେଇଛି । ଯେଉଁମାନେ ଗୋଟିଏ ସମୟରେ ନିଜର କାମ କରି ବହୁତ ଖୁସିରେ ଚଳୁଥିଲେ ଆଜି ସେମାନଙ୍କ ମଧ୍ୟରୁ କିଛି ଲୋକମାନେ ରାସ୍ତାକୁ ଚାଲି ଆସିଛନ୍ତି । ଅର୍ଥାତ କରୋନା ଯୋଗୁ ତାଙ୍କ କାମ ବନ୍ଦ ହୋଇ ଯାଇଛି । ଯେଉଁ କାରଣରୁ ଆଜି ସେ ବେସାହାର ହୋଇ ଯାଇଛନ୍ତି ।

କରୋନା ଯୋଗୁ ଆଜି ପ୍ରାୟତଃ ଲୋକମାନେ ନିଜର ଜୀବିକା ହରାଇ ଘରେ ବସିଛନ୍ତି । ଯଦି ଯାତ୍ରା ଦୁନିଆ ବିଷୟରେ କହିବା ତେବେ ଏଠି ବି ଏହିଭଳି କିଛି ପରିସ୍ଥିତି ଦେଖା ଦେଉଛି । କରୋନା ଯୋଗୁ ଯାତ୍ରା ସବୁ ବନ୍ଦ ହୋଇ ଯାଇଛି । ଏମିତିରେ ଯାତ୍ରା କରୁଥିବା କଳାକାରମାନଙ୍କ ରୋଜଗାର କହିଲେ କିଛି ନୁହେଁ । କିଛି ଲୋକମାନେ ତ ରାସ୍ତାରେ ଛୋଟ ଛୋଟ ଦୋକାନ କରି ନିଜର ଭରଣ ପୋଷଣ କରୁଛନ୍ତି । କହିବାକୁ ଗଲେ ଏହିଭଳି କିଛି ଯାତ୍ରା ଦୁନିଆର ପ୍ରସିଦ୍ଧ ଭିଲିଆନ ଦାମ ପଣ୍ଡାଙ୍କ ସହ ଘଟିଛି ।

ଓଉପଦା ରୁ ଗଣ୍ଡିପେଡାକୁ ସଂଯୋଗ କରୁଥିବା ରାସ୍ତା ଦେଇ ଯିବା ସମୟରେ ଗୋଟିଏ ଛୋଟ ଦୋକାନ କରି ବସିଛନ୍ତି ଯାତ୍ରା ଦୁନିଆର ପ୍ରସିଦ୍ଧ ଖଳନାୟକ ଦାମ ପଣ୍ଡା । ଯାହାଙ୍କ ନାଁରେ ଦିନେ ଯାତ୍ରାର ସବୁ ଟିକେଟ ବିକ୍ରି ହୋଇ ଯାଉଥିଲା । ଯାହାଙ୍କୁ କିଣିବା ପାଇଁ ଗୋଟିଏ ସମୟରେ ଯାତ୍ରା ମାଲିକମାନଙ୍କ ମଧ୍ୟରେ ବିବାଦ ଲାଗି ରହୁଥିଲା । ଯାହାଙ୍କର ଡାଇଲାଗ ଶୁଣିଲେ ଲୋକମାନେ ଟଙ୍କା ଫିଙ୍ଗୁଥିଲେ । ଏହା ସହିତ ତାଙ୍କ ଡାଇଲାଗରେ ଯାତ୍ରା ମଞ୍ଚ ଥରି ଯାଉଥିଲା ।

ଦାମ ପଣ୍ଡା ଯାତ୍ରା ଜଗତରେ ସବୁଠୁ ଚର୍ଚିତ ଓ ପ୍ରସିଦ୍ଧ କଳାକାରମାନଙ୍କ ମଧ୍ୟରୁ ଜଣେ ଥିଲେ । କିନ୍ତୁ ସମୟର ଖେଳ ଦେଖନ୍ତୁ କରୋନା ଯୋଗୁ ଆଜି ସେ ରାସ୍ତା କଡରେ ଛୋଟ ପାନ ଦୋକାନ କରି ପାନ, ବିସ୍କୁଟ ଓ ପେଟ୍ରୋଲ ଇତ୍ୟାଦି ବିକ୍ରି କରି ନିଜର ଭରଣ ପୋଷଣ କରୁଛନ୍ତି । ଦାମ ପଣ୍ଡା ଜଣେ ମିଡିଆ କର୍ମୀଙ୍କ ସହ କଥାବାର୍ତ୍ତା କରି କହିଲେ କି ମୋ ଭାଗ୍ୟ ମୋତେ ଏମିତି ଗୋଟିଏ ସ୍ଥାନକୁ ପଠାଇ ଦେଇଛି ଯେଉଁଠି ମୁଁ ବର୍ତ୍ତମାନ ଏହି ଛୋଟ ଦୋକାନତି କରି ନିଜର ଭରଣ ପୋଷଣ କରୁଛି ।

ସେ ଆଗକୁ କହିଲେ କି ମୋତେ ଭଗବାନ ଯାତ୍ରାରେ କାମ କରିବା ପାଇଁ ପଠାଇ ଥିଲେ ଓ ତାହାରି ପାଇଁ ମୁଁ ଜନ୍ମ ହୋଇଥିଲି । କିନ୍ତୁ ବର୍ତ୍ତମାନ ମୁଁ ଯେଉଁ କାମ କରୁଛି, ଏହା ଦେଖି ମୋତେ ଲାଗୁଛି କି ମୋ ଜନ୍ମ ଆବଶ୍ୟକ ନ ଥିଲା । ମୁଁ ମୁହଁରେ ମେକଅପ ନେଇ ଅଭିନୟ କରୁଥିଲି । ମୁଁ ଭିକ ମଗା ଅଭିନୟ ମଧ୍ୟ କରିଛି । ଏହା ସହିତ ଚରିତ୍ରଗତ କିଛି ଅଭିନୟ କରିଛି । କିନ୍ତୁ ପ୍ରାୟତଃ ମୁଁ ଖଳନାୟକ ରୂପରେ ନଜର ଆସିଛି ।

ସେହି ସମୟରେ ଲୋକମାନେ ମୋର ଅଭିନୟ ଦେଖି ତାଳି ମାରୁଥିଲେ ଓ ମୋ ବେକରେ ଟଙ୍କାର ହାର ବି ପିନ୍ଧାଉ ଥିଲେ । କିନ୍ତୁ ବର୍ତ୍ତମାନ ଯେତେବେଳେ ମୁଁ ଭିକାରି ହୋଇଗଲି ତେବେ କେହି ବି ସହାନୁଭୁତି ଦେଖାଉ ନାହାନ୍ତି । ଏହା କେବଳ ଦାମ ପଣ୍ଡା କାହାଣୀ ନୁହେଁ ଯାତ୍ରା ଦୁନିଆରେ କାମ କରୁଥିବା ସବୁ କଳାକାରମାନଙ୍କର ଏହା କାହାଣୀ ଅଟେ । କରୋନା ସମସ୍ତଙ୍କୁ ରାସ୍ତା କଡର ଭିକାରି କରିଦେଇଛି । କିନ୍ତୁ କହିଦେଉଛୁ କି ଦାମ ପଣ୍ଡାଙ୍କ ଅବସ୍ଥା ବିଷୟରେ ଜାଣିବା ପରେ ରାଉରକେଲାର ଜଣେ ଭଦ୍ରଲୋକ ତାଙ୍କୁ ୧୫,୦୦୦ ଟଙ୍କା ସାହାର୍ଯ୍ୟ କରିଛନ୍ତି । ସେ ସେହି ଟଙ୍କା ଦ୍ଵାରା ଏହି ଛୋଟ ଦୋକାନଟିକୁ କରି ବସିଛନ୍ତି ।

Leave a Reply

Your email address will not be published. Required fields are marked *