ଯେବେ ମା ପାର୍ବତୀ Vishnuଙ୍କୁ କରିଥିଲେ ମନ୍ଦିରରେ ବନ୍ଦ, ତାପରେ ଯାହା ହେଲା Mahadev ମଧ୍ୟ ଡରି ଯାଇଥିଲେ- ଦେଖନ୍ତୁ Video 

ବଦ୍ରିନାଥ ଏହା ସେହି ଜାଗା ଅଟେ ଯେଉଁଠି ସିବା ଓ ପାର୍ବତୀ ରହୁଥିଲେ । ଏହା ତାଙ୍କର ଘର ଥିଲା । ଗୋଟେ ଦିନ ବିଷ୍ନୁଙ୍କ ପାଖକୁ ନାରଦ ଗଲେ ଆଉ କହିଲେ ଆପଣ ମାନବ ମାନଙ୍କ ପାଇଁ ଗୋଟିଏ ଖରାପ ମିଶାଲ ଅଟନ୍ତି । ସବୁ ସମୟରେ ଶେଷନାଗ ଉପରେ ଶୋଇରହୁଛନ୍ତି । ଆଉ ଆପଣଙ୍କ ପତ୍ନୀ ଲକ୍ଷ୍ମୀ ସବୁବେଳେ ଆପଣଙ୍କ ସେବାରେ ଲାଗି ରହୁଛନ୍ତି ଆଉ ସବୁବେଳେ ଆପଣଙ୍କୁ ଶ୍ରଦ୍ଧା କରୁଛନ୍ତି ।

ଏହି ଗ୍ରହର ଅନ୍ୟ ପ୍ରଣିବକା ପାଇଁ ଆପଣ ଭଲ ଉଦାହରଣ ନୁହନ୍ତି । ଆପଣଙ୍କୁ ସୃଷ୍ଟିର ସବୁ ଜୀବ ମାନଙ୍କ ପାଇଁ କିଛି ଅର୍ଥ ପୂର୍ଣ କାର୍ଯ୍ୟ କରିବା ଦରକାର । ଏହି ଆଲୋଚନାରୁ ବଞ୍ଚିବା ପାଇଁ ଏହା ସହିତ ନିଜ ଉଥାନ ପାଇଁ ବିଷ୍ଣୁ ତପ ଆଉ ସାଧନା କରିବା ପାଇଁ ଆଉ ଠିକ ଜାଗା ଖୋଜିବା ପାଇଁ ହିମାଲୟ ପର୍ଯ୍ୟନ୍ତ ଆସିଥିଲେ । ତାଙ୍କୁ ସେଠାରେ ମିଳିଥିଲା ବଦ୍ରିନାଥ । ଗୋଟିଏ ବହୁତ ଭଲ ଛୋଟ ଘର ଯାହା ସେ ଭାବି ଥିଲେ ଠିକ ସେହି ଭଳି ଥିଲା ।


ସାଧନା ପାଇଁ ସବୁଠୁ ଆଦର୍ଶ ଜାଗା ତାଙ୍କୁ ଲାଗିଥିଲା । ତାପରେ ତାଙ୍କୁ ଜଣା ପଡିଥିଲା ଏହାତ ଶିବଜିଙ୍କ ନିବାସ ବୋଲି । ଆଉ ସେତ ବହୁତ ଖତରନାକ ବ୍ୟକ୍ତି ଅଟନ୍ତି । ଯଦି ତାଙ୍କ ରାଗ ଆସିଗଲା ତେବେ ସେ ସବୁ ଭୁଲିଯିବେ । ଆଉ ସେଠାରେ ପାଖକୁ ଶିବ ପାର୍ବତୀ ବୁଲିବାକୁ ଯାଇଥିଲେ ।

ଯେବେ ସେ ଘରକୁ ଆସିଦେଖିଲେ ଗୋଟେ ଛୋଟ ବାଳକ ସେଠାରେ ଜୋର ଜୋର କାନ୍ଦୁଚି । ପାର୍ବତୀ ମା ଙ୍କୁ ଦୟା ଆସିଲା ସେ ତାଙ୍କୁ ଉଠାଇବାକୁ ଚେଷ୍ଟା କଲେ ଆଉ ଶିବ ପାର୍ବତୀଙ୍କୁ ରୋକିଥିଲେ ଆଉ କହିଲେ ଏହି ବାଳକକୁ ଜମାବି ଛୁଆଁନି । ପାର୍ବତୀ କହିଲେ କେତେ ନିଷ୍ଠୁର ଅଟ ତୁମେ । ଦେଖତ କେତେ ଜୋରରେ କାନ୍ଦୁଚି ପିଲାଟି । ମହାଦେବ କହିଲେ ଯାହା ତମେ ଦେଖୁଛ ତାକୁ ଭରସା ଜମା କରନ୍ତୁ ନହିଁ । ମୁଁ କହୁଚିନା ଏହି ବାଳକକୁ ଜମାବି ଉଠାଅ ନହିଁ । ପାର୍ବତୀ କହିଲେ ଆପଣ ଯାହାବି କୁହନ୍ତୁ ମୋତେ କିଛି ଫରକ ପଡିବ ନହିଁ । ମୋ ଭିତରର ମା ଏହି ଛୁଆକୁ ଏମିତି କାନ୍ଦୁ ଥିବାର ଜମାବି ଦେଖିପାରିବା ନହିଁ ।

ଆଉ ପିଲାଟିକୁ ଉଠାଇ କୋଳରେ ଧରିଲେ । ପିଲାଟି ମା ପାର୍ବତୀଙ୍କ କୋଳରେ ଥିଲା ଆଉ ଶିବଙ୍କ ଆଡକୁ ଚାହିଁ ହସୁଥିଲା । ମହାଦେବ ଏହାର ପରିଣାମ ଜାଣିଥିଲେ । ଶିବ କହିଲେ ଯାହା ହେବ ଦେଖାଯିବା ଆଉ ତାକୁ ଖୁଆଇ ପିଆଇ ଘରେ ଛାଡି ସ୍ନାନ କରିବା ପାଇଁ ଶିବଙ୍କ ସହିତ ପଳାଇ ଗଲେ ।

ସେଠାରେ ଗରମ ପାଣିର କୁଣ୍ଡ ଥିଲା ସେଠାରେ ଗାଧୋଇବା ପାଇଁ ଯାଇଥିଲେ । ଯେତେବେଳେ ଆସିଦେଖିଲେ ଘର ଭିତର ଆଡୁ ବନ୍ଦ ଥିଲା । ଶିବ ଜାଣିଥିଲେକି ଖେଳ ଏବେ ଆରମ୍ଭ ହୋଇଗଲାଣି ବୋଲି । ପାର୍ବତୀ ଆଶ୍ଚର୍ଯ୍ୟ ଥିଲେ ଦ୍ଵାରା ଭିତରୁ କିଏ ବନ୍ଦ କଲା । ଶିବାଜି କହିଲେ ମୁଁ କହିଥିଲି ଏହି ପିଲାଟିକୁ ଜମାବି ଉଠାଅ ନହିଁ ବୋଲି, ସେଇ ବାଳକକୁ ଆଣିଲ ଏବେ ସିଏ ଘରକୁ ଭିତରୁ ବନ୍ଦ କରିଦେଲା ।

ପାର୍ବତୀ ପଚାରିଲେ ଏବେ କଣ କରିବା ଶିବଙ୍କ ପାଖରେ ଦୁଇଟି ବିକଳ୍ପ ଥିଲା ତାକୁ ଜାଳିକି ଭସ୍ମ କରିଦେବେ ନହେଲେ ତାକୁ ଛାଡିକି ପଳାଇ ଯିବେ । ପାର୍ବତୀ କହିଲେ ବହୁତ ସୁନ୍ଦର ପିଲାଟି ଅଟେ । ଚାଲ ଅଲଗା କୁଆଡେ ଯିବା । ଏହି ଭଳି ଶିବ ଓ ପାର୍ବତୀ ମାଙ୍କୁ ଏହିଭଳି ବାହାର କରିଦେଇଥିଲେ ଭଗବାନ ବିଷ୍ଣୁ । ଅନ୍ୟ ଜାଗା ଖୋଜିବାକୁ ସେ ଚାଲି ଚାଲି ବାହାରି ପଡିଲେ । ବଦ୍ରିନାଥ ଓ କେଦାର ନାଥ ଭିତରେ ମାତ୍ର ଦଶ କିଲୋମିଟର ଦୂରତା । ଆଉ ଶେଷରେ ସେ କେଦାରନାଥରେ ରହିଗଲେ ଏହିଭଳି ଶିବଜି ନିଜ ଘର ହରାଇ ଥିଲେ । ଆଉ ସେ ବନିଯାଇଥିଲା ବିଷ୍ଣୁ ଙ୍କ ବଦ୍ରିନାଥ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *