ଯେବେ ଖରାପଶକ୍ତି ଠାରୁ ନିଜ ଭକ୍ତକୁ ରକ୍ଷା କରିବା ପାଇଁ ପହଞ୍ଚିଥିଲେ ପ୍ରଭୁ ହନୁମାନ, ତା ପାରେ ଯାହା ଘଟିଲା ଦେଖି ସବୁ ଆଶ୍ଚର୍ଯ୍ୟ ରହିଗଲେ

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ଘଟଣା ବିଷୟରେ ନେଇ ଆସିଛୁ ଯାହାକୁ ସହଜରେ ବିଶ୍ଵାସ କରି ହେବ ନାହି । ଏହି ଘଟଣା ଟି ମଧ୍ୟ ପ୍ରଦେଶର କ୍ଵାଲିୟର ସହରରେ ରହୁଥିବା ରାକେଶ ନାମକ ବ୍ୟକ୍ତିଙ୍କ ସହ ଘଟିଛି । ରାକେଶ ନିଜ ପୁରା ପରିବାର ସହ କ୍ଵାଲିୟର ସହରରେ ରହୁଥିଲେ । ତାଙ୍କର ଗୋଟେ ଛୋଟ ଦୋକାନ ଥିଲା । ସେହି ଦୋକାନରୁ ଯାହା ରୋଜଗାର କରୁଥିଲେ ସେଥିରେ ତାଙ୍କର ପରିବାରର ଜୀବିକା ନିର୍ବାହ ହେଉଥିଲା ।

ସେ ପ୍ରଭୁ ହନୁମାନଙ୍କର ପରମ ଭକ୍ତ ଥିଲେ । ସେ ମଙ୍ଗଳବାର ଦିନ ପ୍ରଭୁ ହନୁମାନଙ୍କର ବ୍ରତ କରିବା ସହ ହନୁମାନ ଚାଳିଶ ପାଠ ଧୂମଧାମରେ କରନ୍ତି । ଗୋଟେ ସମୟରେ ରାକେଶ କୌଣସି କାମ ପାଇଁ ବାହାରକୁ ଯାତ୍ରା କରିଥିଲେ । କିନ୍ତୁ ଫେରିବା ସମୟରେ ବହୁତ ରାତି ହୋଇ ଯାଇଥିଲା ।

ଅନେକ ସମୟ ଧରି ରାକେଶ ବସର ଅପେକ୍ଷାରେ ଥିଲେ ମଧ୍ୟ ତାଙ୍କୁ ବସ ମିଳି ନ ଥିଲା । ଏହା ପରେ ରାକେଶ ବସର ଅପେକ୍ଷା ନ କରି ଆଗକୁ ବଢିବାରେ ଲାଗିଲେ । କିଛି ବାଟ ଯିବା ପରେ ସେ କିଛି ଶବ୍ଦ ଶୁଣିବାକୁ ପାଇଲେ । ତାଙ୍କୁଆ ଏମିତି ଲାଗିଲା ଯେ ପଛରୁ ତାଙ୍କ ଗୋଡକୁ କେହି ଶାକ୍ତ କରି ଧରିଛି । ସେ ନିଜ ଗୋଡ ଛଡାଇବାକୁ ଅନେକ ଚେଷ୍ଟା କରିଲେ ମଧ୍ୟ ଅସଫଳ ହୋଇଥିଲେ ।

ସେ ଅନୁଭବ ଅକରିଲେ ଯେ କୌଣସି ଅଦୃଶ୍ୟ ଶକ୍ତି ତାଙ୍କୁ ଏତେ ମାତ୍ରାରେ ବଶ କରିଛି ଯେ ସେ ତଳେ ପଡିଥିଲେ ମଧ୍ୟ ଉଠିପାରୁ ନ ଥିଲେ । ତାଙ୍କ ଗୋଡରେ କାହାର ନଖ ଚିହ୍ନ ହେବାରୁ ତାଙ୍କୁ ବହୁତ କଷ୍ଟ ଅନୁଭବ ହୋଇଥିଲା । ଏହା ପରେ ସେ କିଛି ମାର୍ଗ ନ ପାଇବାରୁ ପ୍ରଭୁ ହନୁମାନଙ୍କ ନାମ ସ୍ମରଣ କରିବାକୁ ଲାଗିଲେ । ଏହା ପରେ ଯାହା ଘଟିଲା ଯାହା ଶୁଣିଲେ ହୋସ ଉଡିଯିବ । କିଛି ସମୟ ପରେ ରାକେଶଙ୍କ ପାଖରେ କିଛି ଛାଇ ଥିବାର ଦେଖି ସେ ଅଧିକ ଭୟଭୀତ ହୋଇ ପଡିଲେ । ରାକେଶଙ୍କ ଉପରେ ଅଦୃଶ୍ୟ ଛାଇ ପଡିବା ପରେ ତାଙ୍କ ଗୋଡରେ ହୋଇଥିବା ଆଘାତ ଦୂର ହୋଇଗଲା ।

ଏହା ପରେ ରାକେଶ ଉଠି ପାରିଥିଲେ । ଯେବେ ରାକେଶ ସେହି ଛାଇକୁ ଭଲ ଭାବେ ଦେଖିଲେ ସେହି ସମୟରେ ଜାଣିବାକୁ ପାଇଲେ ଯେ ଗୋଟେ ପୁଛ ରହିବା ସହ ହାତରେ ଗଦା ଥିବାର ଦୃଶ୍ୟ ହେଉଛି । ଏହା ପରେ ରାକେଶ ଜାଣିବାକୁ ପାଇଲେ ସେହି ଅଦୃଶ୍ୟ ଛାଇ ହେଉଛି ପ୍ରଭୁ ହନୁମାନଙ୍କର ଯିଏ ତାଙ୍କୁ ବିପଦରୁ ରକ୍ଷା କରିଛନ୍ତି । ଏହି ଘଟଣା ପରେ ରାକେଶଙ୍କର ପ୍ରଭୁ ଙ୍କ ପୋରତି ଅଧିକ ବିଶ୍ଵାସ ବଢିଗଲା । ତେବେ ଏହି ଘଟଣା ଟି ବାସ୍ତବରେ ସତ୍ୟ ଘଟଣା ଅଟେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କାରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *