ଯେବେ ସଚ୍ଚା ପ୍ରେମ ହେବ ଆପଣଙ୍କୁ ମିଳିବ ଏହି ସବୁ ସଂକେତ- Krishna Vani

ଏହି ଦୁନିଆର ସବୁଠୁ ଭଲ ଅନୁଭବ ହେଉଛି ପ୍ରେମ । ଯାହାକୁ ଜୀବନରେ ଥରେ ପ୍ରେମ ହୋଇଯାଏ ସେ ହିଁ ଜାଣିଛି ଏହି ଭାବନାର କେତେ ମହତ୍ଵ ଓ ମୂଲ୍ୟ । କହିବାକୁ ଗଲେ ଏହି ଦୁନିଆରେ ସମସ୍ତଙ୍କୁ କୌଣସି ନା କୌଣସି ମଣିଷ ସହ ପ୍ରେମ ହୋଇଛି । କାହାକୁ ନିଜର ପ୍ରେମ ମିଳିଯାଏ ତ କାହାକୁ ନିଜର ପ୍ରେମ ମିଳେ ନାହିଁ । ଶ୍ରୀ କୃଷ୍ଣ ପ୍ରେମ ବିଷୟରେ କିଛି ଉପଦେଶ ଦେଇଛନ୍ତି ।

କହିବାକୁ ଗଲେ ଏହି ଦୁନିଆରେ ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ମନରୁ ପ୍ରେମ କରିଥାନ୍ତି କିନ୍ତୁ ଏହା ସତ୍ବେ ବି ସାମ୍ନାରେ ଥିବା ବ୍ୟକ୍ତି ତାଙ୍କ ପ୍ରେମ ବିଷୟରେ ବୁଝି ପାରେ ନାହିଁ । ଏହିଭଳି ସ୍ଥିତିରେ କଣ କରିବା ଉଚିତ ଶ୍ରୀ କୃଷ୍ଣ କହିଛନ୍ତି ।

ପ୍ରେମ ସଂସାରର ସବୁଠୁ ପବିତ୍ର ବନ୍ଧନ ଅଟେ । କିନ୍ତୁ ସତ କଥା ହେଲା ଏହା ବନ୍ଧନ ଠାରୁ ମୁକ୍ତି ଅଟେ, ସ୍ଵତନ୍ତ୍ରତା ଅଟେ । ଅର୍ଥାତ ଯଦି କୌଣସି ମଣିଷ ଆପଣଙ୍କ ପ୍ରେମକୁ ମନା କରି ଦେଉଛି, କେହି ବି ଆପଣଙ୍କର ପ୍ରେମକୁ ବୁଝି ପାରୁ ନାହିଁ ତେବେ କଣ ହେବ । ଏହିଭଳି ସ୍ଥିତିରେ କିଛି ଲୋକମାନେ ଦୁଃଖିତ ହୋଇଯିବେ, କିଛି ଲୋକମାନେ ଛଳ କରି ନିଜର ପ୍ରେମକୁ ହାସଲ କରିବାକୁ ଚେଷ୍ଟା କରିବେ ତ ଅନ୍ୟ ପଟେ କିଛି ଲୋକମାନେ ବଳ ପୂର୍ବକ ନିଜର ପ୍ରେମକୁ ସ୍ଵୀକାର କରିବେ ।

କିନ୍ତୁ ଏହା ଆବଶ୍ୟକ ନୁହେଁ ଯାହାକୁ ଆପଣ ପ୍ରେମ କରୁଥିଲେ ସେ ବି ଆପଣଙ୍କୁ ଭଲ ପାଇବ । କହିଦେଉଛୁ କି ପ୍ରେମ କୌଣସି ବସ୍ତୁ ନୁହେଁ କିମ୍ବା ରାଜ୍ୟ ନୁହେଁ ନା ହିଁ ଟଙ୍କା ଯାହାକୁ ଆପଣ ବଳ ପୂର୍ବକ ନିଜର କରିବେ । ପ୍ରେମ ସେହି ଶକ୍ତି ଅଟେ ଯାହା ଆପଣଙ୍କ ପାଇଁ ସବୁ ବନ୍ଧନକୁ ଭାଙ୍ଗି ପାରିବ । କିନ୍ତୁ ସ୍ଵୟଂ କୌଣସି ବନ୍ଧନରେ ଫସି ନ ଥାଏ । ଯାହାକୁ ବି ଆପଣ ପ୍ରେମ କରୁଛନ୍ତି ତାକୁ ସ୍ଵତନ୍ତ୍ର ଛାଡି ଦିଅନ୍ତୁ ।

କାରଣ ସ୍ଵତନ୍ତ୍ରତା ହିଁ ସେହି ଭାବ ଅଟେ ଯାହା ଜୀବକୁ ସବୁଠୁ ଅଧିକ ପ୍ରିୟ ଅଟେ । ଯଦି ପ୍ରେମ ମନରୁ ହୋଇଥିବ ତେବେ ସେ ନିଶ୍ଚିତ ରୂପରେ ବୁଝି ପାରିବ । ସେହି ସମୟ ପର୍ଯ୍ୟନ୍ତ ନିସ୍ଵାର୍ଥ ଭାବରେ ପ୍ରେମ କରନ୍ତୁ । ଦେଖିବେ ଆପଣଙ୍କ ମଧ୍ୟରେ ଯେଉଁ ପାଚିରି ଅଛି ତାହା ହଟିଯିବ । ତେବେ ତା ମନରେ ପ୍ରେମ ଆସିଯିବ ଓ ମନ ପ୍ରସନ୍ନ ହୋଇ ଯିବ ।

Leave a Reply

Your email address will not be published. Required fields are marked *