ଯେବେ ଶିବମନ୍ଦିରରେ ନିଜ ଭକ୍ତକୁ ଦର୍ଶନ ଦେଇ ଉଭାନ ହୋଇଗଲେ ସ୍ଵୟଂ ମହାଦେବ, ତା ପରେ ଯାହା ହେଲା…

ବାଳକ ରୂପ ଧରି ମହାଦେବ କାଲେ ନିଜର ଭକ୍ତର ରକ୍ଷା । ବାରଣାସୀରେ ଜଣେ ବହୁତ ବଡ ଭକ୍ତ ରହୁଥିଲେ ତାଙ୍କର ନାମ ଥିଲା ମହିପାଲ । ମହିପାଲ ବହୁତ ବଡ ଜମିଦାରୀ ଲୋକ ଥିଲେ । ସେ ମହାଦେବଙ୍କର ବହୁତ ବଡ ଭକ୍ତ ଥିଲେ । ସେ ସବୁ ବର୍ଷ ମହାଦେବଙ୍କର ଅନେକ ତୀର୍ଥ ମଧ୍ୟ କରୁଥିଲେ ।

ଏହା ସହିତ ଗରିବ ଲୋକଙ୍କୁ ମଧ୍ୟ ବହୁତ ଖାଇବା ପିଇବା ମଧ୍ୟ ଦେଉଥିଲେ । ତାଙ୍କର ଦୁଇଟି ପୁତ୍ର ଥିଲେ, ମହିପାଲ ଦୁଇଟି ପୁଅଙ୍କୁ ବହୁତ ଭଲ ଶିକ୍ଷା ଦେଉଥିଲେ ମହାଦେବଙ୍କ ବିଷୟରେ । କିନ୍ତୁ ସେଇ ଦୁଇଜଣ ସବୁବେଳେ ଭୁଲ କାମରେ ଲାଗି ରହୁଥିଲେ । ସେ ସବୁବେଳେ ମଦିରା ପାନ କରି ଜୁଆ ଖେଳରେ ଲିପ୍ତ ରହୁଥିଲେ ।


କୁହାଯାଏନା ସମୟ ସବୁବେଳେ ଏକାଭଳି ରହିନଥାଏ । ଦେଖୁ ଦେଖୁ ମହିପାଲ ବୃଦ୍ଧ ଅବସ୍ଥାରେ ଆସିଗଲେ । ଆଉ ତାଙ୍କର ଦୁଇ ପୁତ୍ରଙ୍କର ବିବାହ ମଧ୍ୟ ହୋଇଗଲା । କିନ୍ତୁ ସେଇ ଦୁଇଜଣ କୌଣସି କାର୍ଯ୍ୟ ବା ଚାକିରି କରୁନଥିଲେ । ନିଜ ପିତାଙ୍କ ଦ୍ଵାରା ଜମା କରାଯାଉଥିବା ଧନର ପ୍ରୟୋଗ କରୁଥିଲେ । ବୃଦ୍ଧ ହେବା ସହିତ ବହୁତ ପ୍ରକାର ରୋଗରେ ମଧ୍ୟ ସେ ପଡିଯାଇଥିଲେ । ସେ ବହୁତ ବିମାର ରହିବାକୁ ଲାଗିଥିଲେ । ବହୁତ ବଡ ବଡ ଡାକ୍ତର ତାଙ୍କର ଚିକିତ୍ସା କରିବାକୁ ମଧ୍ୟ ଚେଷ୍ଟା କରିଥିଲେ ।


କିନ୍ତୁ ସବୁ ଚେଷ୍ଟା ବିଫଳ ହୋଇଥିଲା । ସେ ଠିକ ହୋଇପାରିନଥିଲେ । ଦିନେ ଏମିତି ହେଲା ତାଙ୍କର ଦୁଇଟି ପୁତ୍ର ତାଙ୍କୁ ଧୋକା ଦେଇ କାଗଜରେ ତାଙ୍କର ଦସ୍ତଖତ ନେଇଗଲେ । ଯାହାବି ତାଙ୍କର ଧନ ସମ୍ପତି ଥିଲା ସେ ତାଙ୍କ ନାମରେ କରିନେଇଥିଲେ । ସେ ଭାବିଲେ ତାଙ୍କ ପଛରେ ସବୁ ପଇସା ଖର୍ଚ ହୋଇଯିବ ଆଉ ଆମ ପାଇଁ କିଛି ରହିବ ନହିଁ, ଏହା ଭାବି ମହିପାଲଙ୍କୁ ଘରରୁ ମଧ୍ୟ ବାହାର କରିଦେଲେ । ମହିପାଲ ବହୁତ ଚେଷ୍ଟା କଲେ କିନ୍ତୁ ତାଙ୍କର ଦୁଇ ପୁତ୍ର ମାନି ନଥିଲେ ।


ମହିପାଲ ଇଆଡେ ସିଆଡେ ବୁଲୁଥିଲେ । ତା ପରେ ସେ ଯାଇ ଶିବ ମନ୍ଦିରରେ ପହଞ୍ଚି ଥିଲେ ଆଉ ସେଠାରେ ସେ ରହିବାକୁ ଲାଗିଲେ । ବହୁତ ଦିନ ବୀଟିଗଲା ଆଉ ରାତି ଦିନ ଗୋଟିଏ ଜାଗାରେ ପଡି ରହୁଥିଲେ ସେ । ଆଉ ତାଙ୍କ ବିମାରୀକୁ ଦେଖିବା ପାଇଁ କେହି ନଥିଲେ । ତେବେ ଗୋଟିଏ ରାତିରେ ଏମିତି ହେଲା ଜଣେ ବାଳକ ଆସି କହିଲା ଶୁଣ ଆଉ ତୁମେ ମୋ ସହିତ ଆସ । ଆପଣ ଏଠି ରହିଲେ ଆପଣ ଅଧିକ ବିମାର ହୋଇଯିବେ । ମହିପାଲ ଯେତେ ମନା କଲା ଆଉ ଛୋଟ ବାଳକ ଜଣଙ୍କ ଜମା ନା ମାନି ଗୋଟିଏ କୁଟୀରକୁ ତାକୁ ନେଇଗଲା ।


ଆଉ ଫଳକ ଜଣକ ଗୋଟିଏ ଗ୍ଲାସ ଆଣି ଦେଲା ଆଉ କହିଲା କାଡା ପିଇ ଦିଅ । ଏଥିରେ ଆପଣ ଠିକ ହୋଇଯିବେ । ମହିପାଲ କହିଲେକି ମୁଁ ବହୁତ ବଡ ବଡ ଡାକ୍ତରଙ୍କୁ ଦେଖାଇଛି ସମସ୍ତେ ମନା କରିଦେଇଛନ୍ତି ଭଲ ହୋଇପାରିବି ନହିଁ ବୋଲି । ମହିପାଲ କାଡା ପିଇକି ସୋଇଗଲେ । ଯେତେବେଳେ ସେ ଉଠିଲେ ଆଖ ପାଖରେ ବାଳକକୁ ଦେଖିବାକୁ ପାଇ ନଥିଲେ । ଆଉ ସେ ଶରୀରରେ ବହୁତ ସୁସ୍ଥ ଅନୁଭବ କରୁଥିଲେ । ସେତେବେଳେ ଗୋଟିଏ ଲୋକ ଦୌଡି ଦୌଡି ଆସିଲା ଆଉ କହିଲାକି ତାଙ୍କର ଦୁଇ ପୁତ୍ରଙ୍କ ଘର ଜଳି ଗଲା ।


ଘର ସହିତ ସବୁ ଘର ଜିନିଷ ପତ୍ର ଓ କାଗଜ ପତ୍ର ଜଲିଗଲା । ମହିପାଲ ଭାବିଲେ ଗୋଟିଏ ରାତିରେ ଏମିତି ସବୁ କେମିତି ହୋଇଗଲା ମୋ ଦେହ ଭଲ ହେବା ସହିତ ପୁଅ ମାନଙ୍କୁ ମଧ୍ୟ ତାଙ୍କର କୁକର୍ମର ସଜା ମଧ୍ୟ ମିଳିଗଲା । ତା ପରେ ମହିପାଲ ସେହି ଶିବ ମନ୍ଦିରର ପୂଜାରୀଙ୍କ ପାଖରେ ପହଞ୍ଚିଲେ ଆଉ ତାଙ୍କୁ ସବୁ କଥା କହିଲେ । ପୂଜାରୀ କହିଲେ ମହାଦେବ ନିଜେ ଆଜି ଆପଣଙ୍କ ସାହାର୍ଯ୍ୟ କରିଛନ୍ତି । ସେଇ ବାଳକ ରୂପ ମହାଦେବଙ୍କର ଥିଲା । ଏହା ସୂନୀ ମହିପାଲ ତାଙ୍କର ଲୁହକୁ ରୋକୀ ପାରିନଥିଲେ । ଆଉ କହିଲେ ମୋତେ କ୍ଷମା କରିଦେବ ମୁଁ ଆପଣଙ୍କୁ ଚିହ୍ନି ପାରିନଥିଲି । ଏମିତି ହିଁ ହୋଇଥାଏ ଭକ୍ତିରେ ଶକ୍ତି ।

Leave a Reply

Your email address will not be published. Required fields are marked *