ଯେତେବେଳେ Shilpa Shetty ସହ ଏୟରପୋର୍ଟରେ ସମସ୍ତଙ୍କ ସାମ୍ନାରେ ହେଲା କିଛି ଏମିତି…

ଶିଲ୍ପା ସେଠୀଙ୍କୁ କିଏ ଅବା ଜାଣି ନାହିଁ ଶିଲ୍ପା ବହୁତ ସୁନ୍ଦର ଅଭିନେତ୍ରୀ ଅଟନ୍ତି, ତାଙ୍କ ଅଭିନୟ ଓ ତାଙ୍କ କଥା ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥାଏ । ଶିଲ୍ପା ନିଜ ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ରଖନ୍ତି ଓ ନିଜ ସହ ନିଜ ପରିବାର ଲୋକଙ୍କୁ ମଧ୍ୟ ସ୍ଵସ୍ଥ ରହିବା ପାଇଁ ଭଲ ଭଲ ପ୍ରୋଟିନ ଯୁକ୍ତ ଖାଦ୍ୟ ତିଆରି କରନ୍ତି ।

ଶିଲ୍ପା ଆଜି ନିଜ ବୟସ ଏମିତି ପୋଜିସନ ଅଛନ୍ତି ଯେଉଁଠି ତାଙ୍କ ବୟସ ୪୪ ଜମା ବି ଲାଗୁ ନାହିଁ କିନ୍ତୁ ତାଙ୍କ ବୟସ ୪୪ ଅଟେ । ଶିଲ୍ପା ସବୁଦିନ ଯୋଗ କରନ୍ତି ଓ ଯୋଗ ସହ ବହୁତ କିଛି କରିବା ପସନ୍ଦ କରନ୍ତି ଯାହା ଦ୍ଵାରା ତାଙ୍କ ସ୍ୱାସ୍ଥ୍ୟ ଭଲ ରହୁ ।

Image Courtesy: Google

କଣ ଆପଣ ଜାଣିଛନ୍ତି ଶିଲ୍ପା କରାଟେରେ ବ୍ଲାକ ବେଲ୍ଟ ପାଇଛନ୍ତି ଓ ତାଙ୍କୁ ନିଜ ଶରୀର ଉପରେ ବହୁତ ଧ୍ୟାନ ରହିଥାଏ । ତେବେ ଆସନ୍ତୁ ଶିଲ୍ପା ସେଠୀଙ୍କ ସହ କଣ ହେଲା ଓ ସେ ନିଜ ଇଣ୍ଟରଭ୍ୟୁରେ କଣ କହିଲେ । ରଙ୍ଗ ଭିନ୍ନତା ଇଣ୍ଡସଟ୍ରିରେ ବହୁତ ହୋଇଥାଏ ଏହା ଆମେ ସମସ୍ତେ ଜାଣିଛୁ ଓ ଏହା ବାହାର ଦେଶରେ ବଢିଯାଇଥାଏ ଶେଟ୍ଟୀ ସମସ୍ତେ ନିଜକୁ ବହୁତ ସ୍ଵତନ୍ତ୍ର ଚିନ୍ତା ଧାରା ଲୋକ ବୋଲି କୁହନ୍ତି କିନ୍ତୁ କିଛି କିଛି ଏମିତି ଘଟଣା ହୋଇଥାଏ ଯାହା ଦ୍ଵାରା ରଙ୍ଗ ଭିନ୍ନତା ସାମ୍ନାରେ ଦେଖା ଯାଇଥାଏ ।

Image Courtesy: Google

ଶିଲ୍ପା ଶେଟ୍ଟୀ କିଛି କାମ ପାଇଁ ଅଷ୍ଟ୍ରେଲିଆ ଯାଇଥିଲେ ଓ ଶେଟ୍ଟୀ ତାଙ୍କୁ ସିଡନୀ ଏୟରପୋର୍ଟରେ ରଙ୍ଗ ଭିନ୍ନତା ଶିକାର ହବାକୁ ପଡିଥିଲା ସେ ଏୟର ଲାଇନ୍ସ ପାଇଁ ଗୋଟେ ଟ୍ବିଟ କରିଥିଲେ ଯେଉଁଥିରେ ସେ ସବୁ କଥା ଲେଖିଥିଲେ । ସେ କହିଲେ ଆମେ ଏୟରପୋର୍ଟ ପହଞ୍ଚିଲୁ ଯାହା ପରେ ବ୍ୟାଗ ଚେକ ପରେ ଆମେ କାଉଣ୍ଟରରେ ପହଞ୍ଚିଲୁ ଯେଉଁଠି କାଉଣ୍ଟରରେ ଥିବା ମହିଳା କହିଲେ ଆପଣଙ୍କ ବ୍ୟାଗ ଓଭର ସାଇଜ ଅଛି ଏହାକୁ ଓଭର ସାଇଜ ବ୍ୟାଗ ମାନାଙ୍କ ସହ ରଖନ୍ତୁ ମୁଁ ତାଙ୍କୁ ବହୁତ ଋକ୍ଵେଷ୍ଟ କଲି ଯେ ମୋ ବ୍ୟାଗ ଓଭର ୱେଟ ନାହିଁ ।

Image Courtesy: Google

କିନ୍ତୁ ସେ ମତେ ଅନ୍ୟ କାଉଣ୍ଟରକୁ ପଠେଇଲେ ଯେଉଁଠି ପହଞ୍ଚିଲା ପରେ ମୁଁ ସେହି କାଉଣ୍ଟରରେ ଥିବା ମହିଳାଙ୍କୁ ପଚାରିଲି କଣ ମୋ ବ୍ୟାଗ ଓଭର ୱେଟ ଅଛି ମହିଳା ଜଣକ କହିଲେ ଆପାନଙ୍କ ବ୍ୟାଗ ଓଭର ୱେଟ ନାହିଁ ଆପଣଙ୍କ ବ୍ୟାଗ ଆରାମସେ ଚେକଇନ ହୋଇପାରିବ । ମୁଁ ଫେରିକି ଫଷ୍ଟ କାଉଣ୍ଟରକୁ ଆସିଲି ଓ ମୋ ବ୍ୟାଗ ଚେକଇନ କରିବା ପାଇଁ ନିବେଦନ କଲି କିନ୍ତୁ ସେ ଫୁଣି ମନା କରି ଦେଲେ ଓ କାଉଣ୍ଟର ବନ୍ଦ ହବାରେ କେବଳ ୫ ମିନିଟଥିଲା ସେଥିପାଇଁ ମୁଁ ଶୀଘ୍ର ଯାଇ ଓଭର ଲଗେଜରେ ମୋ ବ୍ୟାଗ ଜମା କଲି ଓ ଫ୍ଲାଇଟରେ ବସିଲି ।

Image Courtesy: Google

ମୁଁ ବିଜନେସ କ୍ଳାସରେ ଯାତ୍ରା କରିଥିଲି ତେବେ ରଙ୍ଗ ଭିନ୍ନତା ନୁହ ଏୟରଲାଇନ୍ସକୁ ନିଜ ଷ୍ଟାଫ ମାନଙ୍କୁ ଲୋକଙ୍କ ସାହାଜ୍ଯ କରିବା ଶିଖାଇବା ଉଚିତ ଅଟେ, ଏହା ସହ ଶିଲ୍ପା ନିଜ ବ୍ୟାଗ ଫଟୋ ମଧ୍ୟ ସୋଶିଅଲ ମିଡିଆରେ ପକାଇଛନ୍ତି ଓ ପଚାରିଛନ୍ତି କଣ ଆପଣଙ୍କୁ ମୋ ବ୍ୟାଗ ଦେଖି ଲାଗୁଛି ଯେ ଏହା ଓଭର ୱେଟ ଅଛି ? ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *