ଏହି ଗଛ ଘରେ ଲଗାଇଲେ ଘରକୁ ମାଡିଆସିବ କୋଟି କୋଟି ଟଙ୍କା

ଆପଣ ମାନେ ଜାଣିଥିବେ ଆମେ ଘରେ ଯେଉଁ ଗଛ ଗୁଡିକ ଲଗାଇଥାଉ ତାହା ଆମ ପରିବେଶକୁ କେତେ ସୁନ୍ଦର କରିଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଏମିତି କିଛି ଗଛ ଲତା ଅଛନ୍ତି ଯେଉଁ ଗୁଡିକ ଘରେ ଲଗାଇବା ଦ୍ଵାରା ବ୍ଯକ୍ତିର ଭାଗ୍ୟ ବଦଳିଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଗଛ ବିଷୟରେ କହିବାକୁ ଯାଉଛୁ ଯାହା ଘରେ ଲଗାଇବା ଦ୍ଵାରା ଘରେ ନାକାରାତ୍ମକ ଉର୍ଜର ବିନାଶ ହେବ ସହ ଘରେ କେବେ ବି ଧନ ହାନି ହେବ ନାହି ।

୧- ତୁଳସୀ ଗଛ : ହିନ୍ଦୁ ଧର୍ମ ରେ ତୁଳସୀ ଗଛକୁ ଔଷଧୀୟ ଭାବେ ବ୍ୟବହାର କରାଯାଏ । ଏହି ଗଛର କିଛି ବିଶେଷ ମହତ୍ଵ ରହିଛି । ତୁଳସୀ ଗଛକୁ ସମସ୍ତେ ନିଜ ଘରେ ଲଗାଇ ପୂଜା କରିଥାନ୍ତି । ତୁଳସୀ ଗଛ ଘରେ ରହିଲେ ଧନର ଅଭାବ ରହେ ନାହି । ଏହା ସହ ଘରେ ଥିବା ସମସ୍ତ ଖରାପ ଶକ୍ତିର ଅନ୍ତ ହୋଇଥାଏ । ଏହି ଗଛ କୁ ଘର ଉତ୍ତର-ପୂର୍ବ ଦିଗରେ ଲଗାଇବା ଉଚିତ ।

ଅଁଳା ଗଛ : ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ଗଛ ଘରେ ଲଗାଇଲେ ମା ଲକ୍ଷ୍ମୀ ଙ୍କ କୃପା ପ୍ରାପ୍ତ ହୋଇଥାଏ । ଏହି ଗଛ ଘରେ ଲଗାଇବା ଦ୍ଵାରା ପରିବେଶ ଶୁଦ୍ଧ ହୋଇଥାଏ । ଏହା ବ୍ଯତୀତ ଘରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ । ଏହି ଗଛ ଘରେ ଲଗାଇବା ଦ୍ଵାରା ଘର ଉନ୍ନତି ହେବା ସହ ଧନର ବୃଦ୍ଧି ହୋଇଥାଏ ।

୩- ଗଙ୍ଗଶିଉଳି ଗଛ : ଏହି ଗଛ ଘରେ ଲଗାଇଲେ କେବେ ଦରିଦ୍ରତା ଦେଖାଯାଏ ନାହି । ଏହି ଗଛର ଫୁଲ ଘରର ପରିବେଶକୁ ସୁଗନ୍ଧିତ କରିବା ସହ ଧନ ଲାଭର କାରଣ ହୋଇଥାଏ । ତେଣୁ ଆପଣ ଘରେ ଗଙ୍ଗଶିଉଳି ଗଛ ଲଗାଇବା ଉଚିତ ।

୪- ସମି ଗଛ : ଏହି ଗଛ ଘରେ ଲଗାଇଲେ ଏହା ସୌନ୍ଦର୍ଜୀ ବଢାଇବା ସହ ଏହି ଗଛର ଫୁଲ କେବେ ବି ଧନ ହାନି ହେବାକୁ ଦିଏ ନାହି । ଏହି ଗଛକୁ ଆପଣ ନିଜ ବଗିଚା ବା ଅନ୍ୟ କୌଣସି ଜାଗାରେ ଲଗାଇ ପାରିବେ ।

୫- ଅପରାଜିତା ଗଛ : ଏହି ଗଛ ଘରେ ଲଗାଇଲେ ଏହା ଶୋଭା ବଢାଇବା ସହ ଏହି ନୀଳ ରଙ୍ଗର ଫୁଲ ଆର୍ଥିକ ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଥାଏ । ଅପରାଜିତା ଫୁଲ ଆମ ଲକ୍ଷ୍ମୀଙ୍କ ପ୍ରତୀକ ବୋଲି ମାନଯାଏ । ଘରର ସୁଖ ସମୃଦ୍ଧି ବୃଦ୍ଧି କରିବା ପାଇଁ ଏହି ଗଛର ବିଶେଷ ମହତ୍ଵ ରହିଛି ।

ତେବେ ଏହି ସବୁ ଗଛ ଘରେ ଲଗାଇବା ଦ୍ଵାରା ସୁଖ ସମୃଦ୍ଧି ଆସିବା ସହ ଧନ ବୃଦ୍ଧି ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *