ଯେଉଁ ବ୍ୟକ୍ତିଙ୍କ ଛାତିରେ ଥାଏ ଅଧିକ ବାଳ, ସେମାନେ ତାଙ୍କ ଜୀବନରେ ବହୁତ କିଛି ଖାସ ପାଇଥାନ୍ତି, ଜାଣନ୍ତୁ ଅନ୍ୟ ଅଙ୍ଗରେ ଥିବା ବାଳର ମାନେ

ଦୁନିଆରେ ସବୁ ମଣିଷଙ୍କ ଶରୀରରେ ବାଳ ଥାଏ । କେବଳ ମୁଣ୍ଡର ବାଳ ନୁହେଁ ଶରୀରର ଅନ୍ୟ ଅଙ୍ଗରେ ମଧ୍ୟ ବାଳ ଥାଏ । ଆପଣ ଏମିତି ମଧ୍ୟ ମଣିଷ ଦେଖିଥିବେ ଯାହା ଶରୀରର ଅଲଗା ଅଲଗା ଅଙ୍ଗରେ ଅଲଗା ଅଲଗା ବାଳ ଉଠିଥାଏ । ଉଦାହାରଣ ସ୍ୱରୂପ ହାତ ଓ ଗୋଡରେ ଅଧିକ ବାଳ ଆସିବା, ଦାଢି ବହୁତ କଷ୍ଟରେ ଉଠିବା ସେଥିରେ ପୁଣି କାହାର ଛୋଟ କାହାର ପତଳା କାହାର ମୋଟା କାହାର ଘନ ଦାଢି ଆଦି ଉଠେ । ଏହି ସବୁ କିଛି ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟ ବିଷୟରେ କୁହେ ।

ଶରୀରର ଅଙ୍ଗରେ ବାଳର ମାନେ

ହାତ ଓ ଗୋଡରେ ଅଧିକ ବାଳ –

ଯେଉଁ ବ୍ୟକ୍ତିଙ୍କ ହାତ ଓ ଗୋଡରେ ଅଧିକ ବାଳ ଥାଏ ତାଙ୍କ ଜୀବନରେ ବହୁତ କଷ୍ଟ ଦେଖା ଦିଏ । ତାଙ୍କ ଲାଇଫରେ ଖୁସି ଅଧିକ ସମୟ ପାଇଁ ରହିନଥାଏ ଏବଂ ସମସ୍ୟା ଆସୁଥାଏ ଏବଂ ଯାଉଥାଏ ।

ହାତ ଓ ଗୋଡରେ କମ ବାଳ –

ଯେଉଁ ବ୍ୟକ୍ତିଙ୍କ ହାତ ଓ ଗୋଡରେ କମ ବାଳ ଥାଏ ତାଙ୍କ ଲାଇଫ ବହୁତ ଐଶୋ ଆରାମ ଗୁଜରି ଥାଏ । ଏପରି ଲୋକଙ୍କ ଭାଗ୍ୟ ବହୁତ ସାଥ ଦେଇଥାଏ, ଏମାନଙ୍କୁ ପଇସାକୁ ନେଇକି ଅଧିକ କଷ୍ଟ କରିବାକୁ ପଡିନଥାଏ ।

ମହିଳାଙ୍କ ମୁହଁରେ ବାଳ –

ଯେଉଁ ମହିଳାଙ୍କ ମୁହଁରେ ବାଳ ଅଧିକ ଆସେ, ସେମାନେ ବହୁତ ପରିଶ୍ରମୀ ହୋଇଥାନ୍ତି । ଏପରି ମହିଳାଙ୍କୁ ଜୀବନରେ କିଛି ମିଳିନଥାଏ ତାଙ୍କୁ ନିଜ ପରିଶ୍ରମ ଦ୍ଵାରା ହିଁ ସବୁ କିଛି ମିଳିଥାଏ ।

ମୁଣ୍ଡରୁ ଛୁଟି ଉଡିଯିବା –

ଯେଉଁ ବ୍ୟକ୍ତିଙ୍କ ମୁଣ୍ଡରୁ ଛୁଟି ଉଡିଯାଏ କିମ୍ବା କିଛି ନଥାଏ, ସେମାନେ ହିଁ ତାଙ୍କ ଜୀବନରେ ବହୁତ ପଇସା କମନ୍ତି ।

ଛାତି ଉପରେ ଅଧିକ ବାଳ –

ଯେଉଁ ଲୋକଙ୍କ ଛାତି ଉପରେ ଅଧିକ ବାଳ ଥାଏ, ସେମାନେ ବହୁତ ବାହାଦୁର ଅଟନ୍ତି । ଏହି ଲୋକମାନେ କାହାକୁ ବି ଡରନ୍ତି ନାହିଁ । ସବୁ କାମକୁ ଫୁଲ ଟୂ ବିଂଦାସ ହୋଇକି କରନ୍ତି ।

ଛାତି ଉପରେ କମ ବାଳ –

ଯେଉଁ ଲୋକଙ୍କ ଛାତି ଉପରେ କମ ବାଳ ଥାଏ, ସେମାନେ ବହୁତ ଶାନ୍ତ ସ୍ଵଭାବର ହୋଇଥାନ୍ତି । ତାଙ୍କୁ ରାଗ ବହୁତ କମ ମାଡିଥାଏ । ତାଙ୍କୁ ସମସ୍ଯାରୁ ଦୂରେଇ ରହିବାକୁ ହିଁ ଭଲ ଲାଗେ ।

ଶରୀରର ପଛ ପଟେ ବାଳ –

ଯେଉଁ ବ୍ୟକ୍ତିଙ୍କ ଶରୀରର ପଛ ପଟେ ବାଳ ଅଧିକ ଥାଏ, ସେମାନେ ବହୁତ ରୋମାଣ୍ଟିକ ହୋଇଥାନ୍ତି ।

କାଖରେ ଅଧିକ ବାଳ –

ଯେଉଁ ବ୍ୟକ୍ତିଙ୍କ କାଖରେ ଅଧିକ ବାଳ ଥାଏ,ସେମାନେ ବହୁତ ଜଳଦି ଟିକେ ଟିକେ କଥାରେ ରାଗିଯାନ୍ତି ।

ପିଠିରେ ବାଳ ହେବା –

ଯେଉଁ ବ୍ଯକ୍ତିର ପିଠିରେ ଅଧିକ ବାଳ ଥାଏ, ସେମାନଙ୍କୁ ତାଙ୍କ ଭବିଷ୍ୟତରେ ଏକ ସୁନ୍ଦର ସ୍ତ୍ରୀ ମିଳିବ ।

Leave a Reply

Your email address will not be published. Required fields are marked *