ଯେଉଁ ପିଲାଟିକୁ ଅଳିଆଗଦାରୁ ଉଠାଇ ଆଣି ଆପଣାର କଲେ, ସେହି ପିଲାଟି ୨୫ ବର୍ଷ ପରେ ବଡ ହେଇ ଏମିତି ସୁଝିଲା ଋଣ

ବନ୍ଧୁଗଣ ଆମ ଭାରତ ବର୍ଷରେ ସବୁ ପ୍ରକାରାର ବ୍ୟକ୍ତି ମିଳି ଯାଆନ୍ତି । ଧନିରୁ ଗରିବ ସବୁ ଧରଣର ବ୍ୟକ୍ତି ମାନଙ୍କର ଚିନ୍ତା ଧାରା ପ୍ରାଏ ସମାନ ହୋଇନଥାଏ । କିନ୍ତୁ ସବୁ ପରିସ୍ଥିତିକୁ ସାମ୍ନା କରି ଯଦି ଦୁଖୀ ଗରିବ ଲୋକଟିଏ ଅନ୍ୟ କାହାକୁ ଆଶ୍ରୟ ପାଇଁ କୋଳେଇ ନେଇଆସିଥାଏ ତେବେ ତାହାଠାରୁ ବଡ କଥା ବା କେଉଁଟା ହୋଇପାରେ । ବନ୍ଧୁଗଣ ଏହି ଘଟଣାଟି ହେଉଛି ଆସାମର ଏଠାରେ ଏକ ସୌବରା ନାମକ ଚାଷୀ ନିଜ ଠେଲା ଗାଡିଟିରେ ଛିଡା ହୋଇ ପରିବା ବିକୁଥିଲା । ସେହି ଚାଷୀ ଜଣଙ୍କ ବହୁତ ଦୁଖରେ ଜୀବନ ଜାପାନ କରୁଥିଲା ।

ନିଜ ଘରେ ଦୁଇ ମୁଠାର ଭାତ ରାନ୍ଧି ଖାଇବା ତାହା ପାଇଁ ବହୁତ କଷ୍ଟକର ହୋଇଯାଉଥିଲା । ମାତ୍ର ଯେତେ କଷ୍ଟର ସମ୍ମୁଖୀନ ହେଲେ ମଧ୍ୟ ସେ ନିଜ ବଳରେ ନିଜ ଝିଅଟିକୁ ଶିକ୍ଷିତ କରିଛି । ସେ ତାହାର ଝିଅକୁ ପାଠ ପଢାଇ ଆଜିଭଳି ଦିନରେ ବହୁତ ବଡ ଲୋକ କରିସାରିଛି । ତାହାର ଝିଅ ଏବେ ଲୋକସଭା ଆୟୋଗର ପରୀକ୍ଷା ପାସ କରିସାରିଛି ।

ବର୍ତମାନ ସେ ଏହି ପରୀକ୍ଷାରେ ପାସ କରି ଚାକିରି ମଧ୍ୟ ପାଇ ସାରିଲେଣି । ସୌବରା ଗୋଟେ ଇନ୍ଟରଭିଉରେ କହିଥିଲେ ଯେ ସେ ଯେତେବେଳେ ୩୨ ବର୍ଷର ଥିଲେ, ସେତେବେଳେ ସେ ଗୋଟେ ସାଇଡରେ ପରିବା ବିକ୍ରି କରୁଥିଲେ । ସେହି ସମୟରେ ସେ ପାଖ ଅଳିଆ ବୁଦାରୁ ଗୋଟିଏ ଶିଶୁଟି କାନ୍ଦୁଥିବାର ଆବାଜ ଶୁଣିଥିଲେ । ଏହାଶୁଣି ସେ ଧାଇଁକି ସେହି ଜାଗା ନିକଟକୁ ଗଲା । ସେଠାରେ ସେ ଦେଖିବାକୁ ପାଇଲା ଯେ କେହିଜଣେ ଗୋଟିଏ ନବଜାତ ଶିଶୁକୁ ଆଲିଆଗଦାରେ ଛାଡି ଚାଲି ଯାଇଛି । ସେ ସେହି ସମୟରେ ସେହି ଶିଶୁ କନ୍ୟାଟିକୁ ଉଦ୍ଧାର କଲେ ।

ସେ ନିଜ ଘରକୁ ଆଣି ତାହାର ସମସ୍ତ ଦାଇତ୍ଵ ବହନ କଲେ ଏବଂ ନିଜେ ବିବାହ ନ କରିବାର ନିସ୍ପତି ମଧ୍ୟ ନେଲେ । ସେ ସେହି ଶିଶୁକନ୍ୟାଟିର ନାମ ଜ୍ଯୋତି ରଖିଲେ । ଜ୍ଯୋତିକୁ ଶିକ୍ଷିତ କରାଇଲେ । ଜ୍ଯୋତି ୨୦୧୨ ମସିହାରେ କମ୍ପୁଟର ସାଇନ୍ସରେ ଗ୍ରାଜୁଏଶନ କଲେ । ଏହା ପରେ ଜ୍ଯୋତି ଲୋକ ସଭା ଆୟୋଗରେ ହେଉଥିବା ପରିକ୍ଷାକୁ ମଧ୍ୟ ପାସ କରିଦେଲେ । ଏବଂ ଏବେ ସେ ବହୁତ ଉଚ୍ଚ ପୋଷ୍ଟରେ ଚାକିରି ମଧ୍ୟ କରିଛନ୍ତି । ଜ୍ଯୋତି ନିଜର ଚେଷ୍ଟା ବଳରେ ପ୍ରମାଣ କରିଦେଲେ ଯେ ତାଙ୍କୁ ତାଙ୍କ ବାପା ଅଳିଆ ଗଦାରୁ ଉଠେଇ ଆଣି କିଛି ଭୁଲ କରିନାହାନ୍ତି ।

ସୌବରା କୁହନ୍ତି ଯେ ଆଜିଭଳି ଦିନରେ କେହି କାହାକୁ ପଚାରନ୍ତି ନାହିଁ । ଜନ୍ମ କରିଥିବା ବାପା-ମା, ହୁଅନ୍ତୁ କିମ୍ବା ବନ୍ଧୁ ପରିବାର ବର୍ଗ ହୁଅନ୍ତୁ । ସମସ୍ତେ ଯିଏ ଯାହା କଥା ଚିନ୍ତା କରିଥାନ୍ତି । ଆହୁରି ସେ ଏଭଳି ମଧ୍ୟ କହିଛନ୍ତି ଯେ ସେ ଅଳିଆ ଗଦାରୁ କୌଣସି ଶିଶୁ କନ୍ୟାକୁ ଉଦ୍ଧାର କରି ନାହାନ୍ତି । ସେ ଗୋଟିଏ ମୂଲ୍ଯବାନ ହିରାକୁ ନିଜ ପ୍ରାଙ୍ଗଣକୁ ନେଇ ଆସିଛନ୍ତି । ଯାହାର ମୂଲ୍ୟ ସେ ପାଇ ସାରିଛନ୍ତି । ଏହା ଇଶ୍ୱୋରଙ୍କର ବରଦାନ ସ୍ଵୋରୂପ ଅଟେ ବୋଲି ସେ କହିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀଟି ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *