ଦଶହରା ରେ ଆସୁଛି ଆଉ ଏକ ସିଭିୟର Cyclone, ଶୁଣନ୍ତୁ ଏ ନେଇ କଣ କହୁଛନ୍ତି ଆମ ପାଣିପାଗ ବିଶେଷଜ୍ଞ, ଦେଖନ୍ତୁ Video

ଦଶହରାର ଠିକ ପରେ ପରେ ମାଡ ହୋଇପାରେ ବାତ୍ୟା । ୧୦ ତାରିଖରେ ବଙ୍ଗପୋସାଗରରେ ଲଘୁଚାପ ସୃଷ୍ଟି ହେଉଛି । ଅଧିକ ଘନୀଭୂତ ହୋଇଆ ବାତ୍ୟାର ରୂପନେବା ବୋଲି ଆଶଙ୍କା କରାଯାଉଛି । ସେପଟେ ଦକ୍ଷିଣ ଚୀନ ସାଗରରେ ମଧ୍ୟ ଗୋଟିଏ ଲଘୁଚାପ ଦାନା ବନ୍ଧୁଛି । ବଙ୍ଗୋପୋସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ସହିତ ମିଶି ଯାଇପାରେ । ଦୁଇଟି ଲଘୁଚାପ ମିସିଗଲା ପରେ ଏହା ଅଧିକ ଶକ୍ତିଶାଳୀ ହେବ । ଭୀଷଣ ସାମୁଦ୍ରିକ ଝଡର ରୂପ ନେବାର ସମ୍ଭାବନା ରହିଛି ।


ବାତ୍ୟା ପାଇଁ ଅନୁକୂଳ ହେଉଛି ପାଣିପାଗ । କେନ୍ଦ୍ର ଏବଂ ଦକ୍ଷିଣ ବଙ୍ଗପୋସାଗରରେ ସମୁଦ୍ର ପତନ ତାପମାତ୍ରା ଓ ବାୟୁ ମଣ୍ଡଳ ତାପମାତ୍ରା ର ସ୍ଥିତି ଏମିତି ହୋଇଛି ଯେ ଲଘୁଚାପ ଅଧିକ ଘନୀଭୂତ ହୋଇ ସାମୁଦ୍ରିକ ଝଡ ସୃଷ୍ଟି ହେବାର ଆଶଙ୍କା ରହିଛି । ଧୀରେ ଧୀରେ ଏହା ଅଧିକରୁ ଅଧିକ ଘନୀଭୂତ ହୋଇ ଲଘୁଚାପ୍ରା ରୂପ ନେବ । ମିଆମାର , କମ୍ବୋଡିଆ, ଥାଇଲାଣ୍ଡ ଉପସାଗର ଅତିକ୍ରମ କରି ଦକ୍ଷିଣ ବଙ୍ଗପୋସାଗର ମୁହାଁଇବ ।


ବଙ୍ଗପୋସାଗର ଓ ଦକ୍ଷିଣ ଚୀନ ସାଗର ସୃଷ୍ଟି ହେଉଥିବା ଲଘୁଚାପ ମିଶିଗଲେ ଏହା ଅଧିକ ଶକ୍ତିଶାଳୀ ହେବ ବୋଲି କୁହାଯାଉଛି । ଯେହେତୁ ସମୁଦ୍ର ଭିତର ସ୍ଥିତି ଅନୁକୂଳ ରହିଛି ତେଣୁ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ଏହା ବାତ୍ୟା ହେବାର ବାହହୁତ ସମ୍ଭାବନା ରହିଛି । ଅଧିକ ଘନୀଭୂତ ହୋଇ ଏହାର ରୂପ ବିଷୟରେ ୧୩ ତାରିଖ ଆଡକୁ ଜଣା ପଡିବ ।

ସମୁଦ୍ର ଭିତରେ ଲଘୁଚାପ ଚାରି ରୁ ପାଞ୍ଚ ଦିନ ରହୁଥିବାରୁ ଏହା ବାତ୍ୟାର ରୂପ ନେବ । ଯଦି ବାତ୍ୟାର ରୂପ ନେବା ତେବେ ଉତ୍ତର ଆନ୍ଧ୍ରା ପ୍ରଦେଶ ଓ ଦକ୍ଷିଣ ଓଡିଶା ଭିତରେ ବାତ୍ୟା ମାଡ ହେବାର ଆଶଙ୍କା ରହିଛି । ଭୀଷଣ ସାମୁଦ୍ରିକ ଝାଡା ସୃଷ୍ଟି ହେବାର ସମ୍ଭାବନା ମଧ୍ୟ ରହିଛି । ଏହାର ପ୍ରଭାବରେ ଓଡିଶାର ଦକ୍ଷିଣ ଭାଗ ଯେଉଁ ଜିଲା ସବୁ ରହିଲା ଗଞ୍ଜାମ , ଗଜପତି, ଏହି ସବୁ ଜିଲା ମାନଙ୍କରେ ବର୍ଷାର ବହୁତ ସମ୍ଭାବନା ରହିଛି । ଦଶହରା ର ପରେ ପରେ ଏହି ବାତ୍ୟାର ସାମ୍ନା କରିବାକୁ ପଡିପାରେ ।

Leave a Reply

Your email address will not be published. Required fields are marked *