ଝିଅ ଭବିଷ୍ୟତକୁ ନେଇ ଚିନ୍ତାରେ କି? ଏହି ଯୋଜନାରେ କରନ୍ତୁ ନିବେଶ

ବାପା ମା ହେବା ଏହି ଦୁନିଆର ସବୁଠୁ ବଡ ଖୁସି ହୋଇଥାଏ । ଯେତେବେଳେ ଜଣେ ସ୍ଵାମୀ ସ୍ତ୍ରୀ ନିଜ ସନ୍ତାନର ପିତା ମାତା ହୋଇଥାନ୍ତି ତେବେ ହିଁ ଯାଇ ସେମାନେ ସମ୍ପୂର୍ଣ ପରିବାର ହୋଇଥାନ୍ତି । ଏହି ଦୁନିଆରେ ସମସ୍ତେ ନିଜର ସନ୍ତାନକୁ ଜନ୍ମ ଦେବା ପାଇଁ ବହୁତ ଉତ୍ସାହିତ ଥାନ୍ତି । କିନ୍ତୁ କେବେଳ ସନ୍ତାନକୁ ଜନ୍ମ ଦେବା ପରେ ଜଣେ ମାତା ପିତାଙ୍କ ଦାୟିତ୍ଵ ସମାପ୍ତ ହୋଇଯାଏ ନାହିଁ । କହିବାକୁ ଗଲେ ସନ୍ତାନ ଜନ୍ମ ହେବା ପରେ ହିଁ ଜଣେ ମାତା ପିତାଙ୍କ ଅସଲ ଯାତ୍ରା ଆରମ୍ଭ ହୋଇଥାଏ ।

କାରଣ ଜନ୍ମ ହେବା ପରେ ତାଙ୍କର ଲାଳନ ପାଳଣ ଓ ଶିକ୍ଷା ଇତ୍ୟାଦି ବିଭିନ୍ନ ପ୍ରକାରର ଚିନ୍ତା କରିଥାନ୍ତି ମାତା ପିତା । ବିଶେଷ କରି ଝିଅ ଜନ୍ମ ହେବା ପରେ ତ କେତେକ ମାତା ପିତାଙ୍କ ଚିନ୍ତା ଆହୁରି ଅଧିକ ବଢିଯାଏ ।

ସମସ୍ତେ ଚାହାନ୍ତି କି ତାଙ୍କ ଝିଅ ଅନ୍ୟ ସମସ୍ତଙ୍କ ଭଳି ଭଲ ଶିକ୍ଷା ଗ୍ରହଣ କରୁ ସମସ୍ତଙ୍କ ସହ କାନ୍ଧ ସହ କାନ୍ଧ ମିଶାଇ ଚାଲୁ । ଏମିତିରେ କେତେକ ମାତା ପିତା ଝିଅ ଜନ୍ମ ହେଉ ହେଉ ଟଙ୍କା ନିବେଶ କରିବା ଆରମ୍ଭ କରି ଦିଅନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଯୋଜନା ବିଷୟରେ କହିବୁ । ଯାହା ମାଧ୍ୟମରେ ଆପଣ ନିଜ ଝିଅ ପାଇଁ ଭଲ ଭବିଷ୍ୟତ ଗଠନ କରି ପାରିବେ । ପାଠ ପଢା ଠାରୁ ଆରମ୍ଭ କରି ବିବାହ ଯାଏ ଆପଣ ବିନା ଚିନ୍ତାରେ ରହିବେ ।

ସେହି ଯୋଜନା ହେଉଛି ସୁକନ୍ୟା ସମୃଦ୍ଧି ଯୋଜନା । ଏହି ଯୋଜନା ଅନ୍ତର୍ଗତ ଆପଣ ମାତ୍ର ୨୫୦ ଟଙ୍କାରେ ବ୍ୟାଙ୍କରେ ଏକେ ଖାତା ଖୋଲି ଝିଅର ଭବିଷ୍ୟତ ପାଇଁ ଟଙ୍କା ଜମା କରି ପାରିବେ । କିନ୍ତୁ ଏହି ଯୋଜନା ଅନ୍ତର୍ଗତ ବ୍ୟାଙ୍କ ଖାତାରେ ଆପଣ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା କରି ପାରିବେ । ଝିଅକୁ ୨୧ ବର୍ଷ ହେବା ପର୍ଯ୍ୟନ୍ତ ଆପଣ ଏହି ଆକାଉଣ୍ଟକୁ ଚାଲୁ ରଖି ପାରିବେ । କିନ୍ତୁ ମ୍ୟାଚ୍ୟୁରିଟି ଟଙ୍କା ଆପଣ ୧୮ ବର୍ଷରେ ବି ବାହାର କରି ପାରିବେ ।

ଯଦି ଆପଣ ଏହି ଯୋଜନା ଅନୁସାରେ ମାସକୁ ୩୦୦୦ ଟଙ୍କା ଜମା କରୁଛନ୍ତି ତେବେ ଏହା ବର୍ଷକୁ ୩୬୦୦୦ ଟଙ୍କା ହୋଇଯିବ । ଯାହାକି ୧୪ ବର୍ଷ ପରେ ୭.୬ ପ୍ରତିଶତ ବଢି କମ୍ପାଉଣ୍ଡିଂ ହିସାବରେ ଆପଣଙ୍କୁ ୯,୧୧,୫୭୪ ଟଙ୍କା ମିଳିବ । ୨୧ ବର୍ଷ ବେଳକୁ ଏହି ଟଙ୍କା ୧୫,୨୨,୨୨୧ ଟଙ୍କା ହୋଇଯିବ । କିନ୍ତୁ ଏହି ଯୋଜନାରେ ଆକାଉଣ୍ଟ ଖୋଲିବାକୁ ବିଭିନ୍ନ ପ୍ରକାରର ପ୍ରମାଣ ପତ୍ର ଦେବାକୁ ପଡି । ଆପଣ ପ୍ରଥମେ ବ୍ୟାଙ୍କରୁ ସୁକନ୍ୟା ସମୃଦ୍ଧି ଯୋଜନା ଫର୍ମ ଆଣି ଫିଲପ କରନ୍ତୁ ।

ଏହା ପରେ ଏହି ଫର୍ମ ସହିତ ଝିଅର ପ୍ରମାଣ ପତ୍ର, ବାପା ମାଆଙ୍କୁ ପ୍ରମାଣ ପତ୍ର ବି ଦବାକୁ ପଡିବ । ପରିଚୟ ପତ୍ରରେ ଆପଣ ଆଧାର କାର୍ଡ, ରାସନ କାର୍ଡ, ପ୍ୟାନ କାର୍ଡ, ଡ୍ରାଇଭିଙ୍ଗ ଲାଇସେନ୍ସ ଇତ୍ୟାଦି ଦେଇ ପାରିବେ । ଆପଣ ସମସ୍ତଙ୍କ ବ୍ୟାଙ୍କରେ ଏହି ସୁବିଧା ନେଇ ପାରିବେ । ଯାହା ଦ୍ଵାରା ଆପଣ ନିଜର ଝିଅର ଏକ ଉନ୍ନତ ଭବିଷ୍ୟତ ଗଢି ପାରିବେ । କିନ୍ତୁ ସବୁଠୁ ବଡ ମହତ୍ଵ ପୂର୍ଣ କଥା ହେଉଛି କି ଏହି ଯୋଜନାରେ ନିବେଶ କରିବା ପାଇଁ ଆପଣଙ୍କ ଝିଅର ବୟସ ୧୦ ବର୍ଷରୁ କମ ହେବା ଦରକାର ।

Leave a Reply

Your email address will not be published. Required fields are marked *