ବନ୍ଧୁଗଣ ରାସ୍ତାରେ ଅଜଣା ଝିଅଟି ବୁଲୁଥିବାର ଦେଖି ସ୍ଥାନୀୟ ଲୋକେ ତାକୁ ତାର ନାଁ, ଠିକଣା ପଚାରିଥିଲେ କିନ୍ତୁ ସେ କିଛି କହିଲା ନାହି । ଯିଏ ଯେତେ ପଚାରିଲି କିଛି କହିଲା ନାହି ବର୍ମ ମୁଁ ଯୁଆଡେ ଯିବୀ ମୋତେ ଛାଡ ବୋଲି ଉତ୍ତର ଦେଲା ଝିଅଟି । ଝିଅଟିର ଏଭଳି ଉତ୍ତର ଶୁଣିବା ପରେ ଗାଁ ଲୋକେ ଏକାଠି ହେଲା ବେଳକୁ ସମୟ ରାତି ହୋଇସାରିଥିଲା । ମଝିରେ ମଝିରେ ଝିଅକୁ ପେଟ ଧରି କାନ୍ଦୁଥିଲା ଆଉ ଅବସ୍ଥା ଦେଖି ଲାଗୁଥିଲା ମାନସିକ ସ୍ତରରେ ସାମାନ୍ୟ ଅସୁସ୍ଥ ଥାଇପାରେ ।
ତେବେ କେବେ ଠାରୁ ଏ ପିଲା ବୁଲୁଛି, କାହିଙ୍କୁ ବୁଲୁଛି ଓ କେମିତି ଏଠାକୁ ଆସିଲା ଜାଣିବା ପାଇଁ ଯେବେ ଚେଷ୍ଟା କରିଲେ ବି ଜଣାପଡିଲା ନାହି । ଗାଁ ଲୋକେ ଖାଇବାକୁ ଦେବା ପରେ ଝିଅଟି ଖାଇଲା ନାହି ତେଣୁ ବାଧ୍ୟ ପ୍ରଶାସନକୁ ଜଣାଇଥିଲେ ଗାଁ ଲୋକେ । ଆସ୍କା ବ୍ଲକ ଅନ୍ତର୍ଗତ ପାଟେଳିଗୁଡା ଗାଁ ରୁ ଏହି ନାବାଳିକାଙ୍କୁ ଉଧାର କରି ପ୍ରଶାସନକୁ ହସ୍ତାନ୍ତର କରିଛନ୍ତି ଗାଁ ଲୋକେ । ଉଧାର ହୋଇଥିବା ନାବାଳିକା କହୁଛି ମୁଁ ଯିବୀ ଚାଲି ଚାଲି ପଳେଇବି ମୋ ଗୋଡରେ ଯିବୀ କିନ୍ତୁ ଠିକଣା କହିବି ନାହି ।
କିଛି ଲୋକେ ତା କଥା ଶୁଣି ହସୁଥିଲେ ତ ଆଉ କିଛି ବ୍ୟସ୍ତ ହେଉଥିଲେ । ଦୀପାବଳି ଦିନ ରାତିରେ ଝିଅକୁ ଗାଁ ଲୋକେ ରାତିରେ ଦେଖିଥିଲେ ଆଉ ତାର ଅବସ୍ଥା ଦେଖି ଲାଗୁଥିଲା ଦିନେ ଦୁଇ ହେବ ସେ ଏମିତି ବୁଲୁଛି । ରାତିରେ କୌଣସି ସ୍ଥାନରୁ ଆସି ପାଟେଳିଗୁଡ ଗାଁ କୁ ପଳାଇ ଆସିଥିବା ଜଣା ପଡିଛି । ନାବାଳିକା କୁ ସମସ୍ତେ ପ୍ରଶ୍ନ କରିଥିଲେ କିନ୍ତୁ ତାର ଏପଟସେପଟ ଉତ୍ତର ଶୁଣିବା ପରେ ଗାଁ ଲୋକେ ଜାଣିପାରିଲେ ସେ କିଛି କହିବାକୁ ଚାହୁଁ ନାହି । କେଉଁ ପରିସ୍ଥିତିରେ ଘରୁ ଚାଲି ଆସିଛି ନାବାଳିକା ବା ଅନାଥ ଆଶ୍ରମରୁ ଆସୁଛି ବା ଅନ୍ୟ କେଉଁ ଜାଗାରୁ ଆସିଛି ତାହା ବି ସ୍ପଷ୍ଟ ହୋଇ ନାହି ।
ଗାଁ ର ମହିଳା ଝିଅକୁ ଅନେକ ପଚାରିଥିଲେ ପ୍ରଶ୍ନ କିନ୍ତୁ ସେ କିଛି ଶୁଣିଲା ନାହି । ପୋଲିସକୁ ଖବର ଦେବା ପରେ ପ୍ରଶାସନ ଅଧିକାରୀ ପହଞ୍ଚି ଝିଅକୁ ମେଡିକାଲରେ ଚିକିତ୍ସା କରାଇ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରିଛନ୍ତି । ଝିଅକୁ ଦେଖିଲେ ଲାଗୁଛି ତାକୁ କେହି ଅପହରଣ କରିବା ବେଳେ ସେ ଖସି ପଳାଇ ଆସିଛି ସେଥିପାଇଁ ତାକୁ ମାନସିକ ଶକ୍ତ ଧକ୍କା ଲାଗିଛି । ଆଖପଖର କୌଣସି ଗାଁ ରୁ ଝିଅଟି ଚାଲି ଆସି ଯାଇଛି
। ଯଦି ଝିଅଟି ରାଗି କରି ଘରୁ ଚାଲି ଆସିଛି ତେବେ ତାର ପରିବାରର ଅବସ୍ଥା କଣ ହେଉଥିବ ତାହା ଆପଣ ମାନେ ଭାବୁଥିବେ । ରାଜ୍ୟରେ ଏଭଳି ଘଟଣା ବହୁ ମାତ୍ରା ରେ ବଢି ଚାଲିଛି । କାରଣ ଗତ କିଛି ଦିନ ତଳେ ଭୁବନେଶ୍ଵର ରୁ ଜଣେ ନାବାଳକ କୁ ଉଧାର କରାଯାଇଥିଲା ।
ତେବେ ଏହି ସବୁ ଘଟଣା ଏକ ସଂଯୋଗ ନା ଅନ୍ୟ କିଛି କାରଣ ରହିଛି ପୋଲିସ ସେଥିପାଇଁ ଧ୍ୟାନ ଦେବା ଦରକାର । ବନ୍ଧୁଗଣ ଆପଣଙ୍କର ଏହି ମାମଲା କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।