ଏଭଳି ୩ଟି ପ୍ରଶ୍ନ ଯାହା ପୁଅ ମାନଙ୍କୁ ପଚାରିବାକୁ ଝିଅ ମାନେ ଲାଜ କରନ୍ତି- କଣ ଆପଣ ଜାଣିଛନ୍ତି କି ?

ଆପଣତ ଜାଣିଥିବେ ଏବେକାର ସମୟରେ ଝିଅମାନେ ନିଜ ମନ ପସନ୍ଦର ପୁଅଙ୍କୁ ନିଜର ଜୀବନସାଥୀ ଭାବେ ଚୟନ କରିଥାନ୍ତି । ଉଭୟ ପୁଅ ଏବଂ ଝିଅ ଖୋଲାଖୋଲି ଭାବେ କଥା ହେଉଛନ୍ତି । ଆଜିକାଲିର ଝିଅମାନେ ଯେତେ ଆଧୁନିକ ଆଡକୁ ଗତିକଲେ ମଧ୍ୟ ଏମିତି କିଛି କଥା ଅଛି ଯେଉଁଟା ସେମାନେ ନିଜର ଜୀବନସାଥୀକୁ କହିବାକୁ ଲାଜ କରିଥାନ୍ତି । ଆଜି ଆମେ ଏମିତି କିଛି କଥା ବିଷୟରେ କହିବାକୁ ଯାଉଛୁ ।

ଆପଣ ଦେଖିଥିବେ ସବୁବେଳେ ପୁଅମାନେ ନିଜର ପ୍ରେମ ନିବେଦନ କରିଥାନ୍ତି । ଝିଅମାନେ ଯେତେବୀ ଖୋଲା ହୃଦୟର ହୁଅନ୍ତୁ ନା କାହିଁକି ବା ଯେତେବୀ ଆଧୁନିକ ହେଇଥାନ୍ତୁ ସେମାନେ କେବେହେଲେ ପ୍ରେମ ନିବେଦନ କରିନଥାନ୍ତି ।

ସେମାନେ ସବୁବେଳେ ଚାହାନ୍ତି ପୁଅମାନେ ପ୍ରେମ ନିବେଦନ କରନ୍ତୁ । କୌଣସି ଝିଅ ନିଜର ପ୍ରେମ ନିବେଦନ କରି ନଥାନ୍ତି । ଆପଣ ବହୁତ କମ ଝିଅଙ୍କୁ ଦେଖିଥିବେ ଯେଉଁମାନେ ପୁଅଙ୍କ ପୂର୍ବରୁ ପ୍ରେମ ନିବେଦନ କରିଥାନ୍ତି । ଝିଅମାନଙ୍କୁ ସଜେଇହେବା ବହୁତ ପସନ୍ଦ, ତେଣୁ ସେମାନେ ଏମିତି କପଡା ପିନ୍ଧନ୍ତି ଯେଉଁଥିରେ ସେମାନେ ବହୁତ ସୁନ୍ଦର ଦେଖାଯିବେ ।

ଝିଅମାନେ ମେକପ କରିବାକୁ ବହୁତ ପସନ୍ଦ କରିଥାନ୍ତି । ସେମାନେ ଯେତେବେଳେ ବାହାରକୁ ବୁଲିବାକୁ ଯାଆନ୍ତି ସେମାନେ ନିଜକୁ ଭଲଭାବେ ସଜେଇ ହେଇ ଯାନ୍ତି । ଏହି ସମୟରେ ସେମାନେ ସବୁବେଳେ ଏହିକଥା ଭାବନ୍ତି ଯେମିତି ତାଙ୍କର ଭିତରର ବସ୍ତ୍ର ବାହାରକୁ ଦେଖା ନଯାଉ । ସେ ନିଜର ଜୀବନସାଥୀ ସହ ଯାଉଥିଲେ ମଧ୍ୟ ଏଥିପାଇଁ ସତର୍କ ରହିଥାନ୍ତି । କାରଣ ଏହିକଥା ସେମାନେ କାହାକୁ କହିପାରନ୍ତି ନାହିଁ ।

ଝିଅମାନେ ଯେତେବି ଆଧୁନିକ ହେଲେ ମଧ୍ୟ ସେମାନେ କେବେବି ପୁଅମାନଙ୍କ ସହ ଖୁଲମ୍ ଖୁଲା ଭାବେ କଥା ହେଇନଥାନ୍ତି । କିନ୍ତୁ ପୁଅ ମାନଙ୍କ କ୍ଷେତ୍ରରେ ସମ୍ପୂର୍ଣ ଓଲଟା ହେଇଥାଏ । ପୁଅମାନେ ନିଜର ମନର କଥା ଝିଅମାନଙ୍କୁ ଖୋଲିକି କୁହନ୍ତି କିନ୍ତୁ ଝିଅମାନେ କେବେବି ନିଜର ମନ କଥା ଖୋଲିକି କୁହନ୍ତିନୀ । ପୁଅମାନେ ଯେତେବେଳେବି ପ୍ରାକୃତିକ ସମ୍ବନ୍ଧ ବିଷୟରେ ଝିଅ ମାନଙ୍କୁ କୁହନ୍ତି ସେମାନେ ଚୁପ ହେଇ ଯାନ୍ତି ଏବଂ ଚୁପ ଚାପ ଶୁଣନ୍ତି ।

ପୁଅମାନେ ନିଜର ମନର କଥା ଝିଅମାନଙ୍କ ସହ ଖୋଲି କି କରନ୍ତି କିନ୍ତୁ ଝିଅ ମାନେ ଏହି ମାମଲାରେ ଚୁପ ରୁହନ୍ତି । ବହୁତ କମ ଝିଅ ଏମିତି ଥାନ୍ତି ଯିଏ ନିଜର ସାଥି ସହ ଖୋଲିକି କଥା ହେଇଥାନ୍ତି । ଝିଅମାନଙ୍କ ମନରେ ବହୁତ ଗୁଡିଏ ପ୍ରଶ୍ନ ଥାଏ କିନ୍ତୁ ସେମାନେ କେବେବି ନିଜର ସାଥୀକୁ କହିନଥାନ୍ତି । ସେମାନେ ଚାହାନ୍ତି ତାଙ୍କ ଜୀବନ ସାଥି ତାଙ୍କ ସହ ସବୁ ବିଷୟରେ କଥା ହେଉ କିନ୍ତୁ ସେମାନେ କେବେବି କଥାକୁ ଆଗକୁ ନିଅନ୍ତି ନାହିଁ ।

Leave a Reply

Your email address will not be published. Required fields are marked *