ଝିଅ ମାନେ ନିଜ ଆଡୁ କୁହନ୍ତି, କଣ ନେଇପାରିବ ଆମଠୁ ନିଅନ୍ତୁ.. ଆମକୁ କାମ ଦିଅନ୍ତୁ, ଦେଖନ୍ତୁ ଫିଲ୍ମ ଦୁନିଆ ବିଷୟରେ କେଏନ କହୁଛନ୍ତି Rupashree

ଦର୍ଶକ ବନ୍ଧୁ ଛୋଟବେଳୁ ଅଭିନୟ କରିବାର ଇଚ୍ଛା ତାଙ୍କୁ  ନେଇ ଆସେ ବଡ ପରଦାକୁ । ଅନେକ ସଂଘର୍ଷ ପରେ ସେ ନିଜର ନୂତନ ପରିଚୟ ସୃଷ୍ଟି କରି ପାରିଛନ୍ତି । ଦେଖିବା ପାଇଁ ଯେତିକି ସୁନ୍ଦର ତାଙ୍କ ନାଁ ବି ସେତିକି ସୁନ୍ଦର । ତାଙ୍କ ନା ହେଉଛି ରୂପଶ୍ରୀ ପଣ୍ଡା । ରୂପଶ୍ରୀ ଏକ ସାକ୍ଷାତତ୍କାର ରେ ଝିଅ ମାନଙ୍କୁ ନେଇ କିଛି ଏମିତି କଥା କହିଛନ୍ତି ଯାହା ଆଜିର ସମାଜରେ ଘଟୁଛି ।

ତେବେ ଆସନ୍ତୁ ଆଉ ଡେରି ନ କରି ଜାଣିବା ପୁରା ଖବର ବିଷୟରେ ବିସ୍ତାର ଭାବେ । ରୂପଶ୍ରୀ କହିଛନ୍ତି ଯେ “ବିଗ ବ୍ରେକ ପରେ ମୋତେ କିଛି ସୁଯୋଗ ମିଳୁ ନାହି । ତଥାପି ମୋର ସଂଘର୍ଷ ଜାରି ରହିଛି । ପିଲାଦିନରୁ ମୋର ଇଚ୍ଛା ଥିଲା ଅଭିନୟ କରିବାକୁ । ଯେବେ ଫିଲ୍ମ ଇଣ୍ଡଷ୍ଟ୍ରି କୁ ଗଲି ସେତେବେଳେ ଅଭିନେତ୍ରୀ ହେବାକୁ ଇଚ୍ଛା ଥିଲା । ସେତେବେଳେ ମୋତେ ବହୁତ ସଂଘର୍ଷ କରିବାକୁ ପଡିଛି ।

ମୋ ବ୍ୟାକଗ୍ରାଣ୍ଡ ବି ମୁଁ ବିଲଙ୍ଗ କରେନି ଫିଲ୍ମ ଇଣ୍ଡଷ୍ଟ୍ରି ରୁ । ମୁଁ ଯେଉଁ ଜାଗାରେ ଆଜି ପହଞ୍ଚିଛି ସୋ କଲଡ ଷ୍ଟ୍ରଗଲ କହିପାରିବେ । ଲୋକ ମାନଙ୍କର ଅପବ୍ଯବହାର ପାଇଁ ମୁଁ ସଂଘର୍ଷ କରିଛି । ଗୋଟେ ଝିଅ ନ ଚାହିଁଲେ ପୁଅ ତାକୁ ଟଚ କରିପାରିବ ନାହି । ଝିଅ ମାନେ ନିଜ ଆଡୁ ଅଫର କରୁଛନ୍ତି ଯେ କଣ ନେବେ କୁହନ୍ତୁ ଆମକୁ କମ ଦିଅନ୍ତୁ ।

ତ ସେମାନେ ଯେବେ ମୋତେ ସ୍କ୍ରିନସର୍ଟ ଗୁଡାକ ମୋତେ ପଠାନ୍ତି ମୁଁ ଶୁଣିକି ସକ ହୁଏ କି ମୁଁ କେଉଁ ଦୁନିଆକୁ ପଳାଇ ଆସିଲି । ମୋତେ ପ୍ରପର ଡାଇରେକ୍ଟର ଙ୍କ ପାଖକୁ ପହଞ୍ଚିବାରେ ଭୁଲ ଜିନିଷର ଫେସ କରିବାକୁ ପଡିଛି । ଫିଲ୍ମ ଇଣ୍ଡଷ୍ଟ୍ରି ର ଡାଇରେକ୍ଟର, ପ୍ରଡ୍ୟୁସର ମାନେ ଡାକି ଦେବେ ଅଡିସନ ପାଇଁ, ସ୍କ୍ରିପ୍ଟ ପାଇଁ ।

ସ୍କ୍ରିପ୍ଟ ଅଡିସନ ନେଲା ପରେ ଯଦି ମୁଁ ତାଙ୍କୁ ସର୍ତ୍ତ ରେ ନ ରାଜି ହେବି ତେବେ ଗୀତ ବନ୍ଦ ନ ହେବା ଯାଏଁ ଡ୍ୟାନ୍ସ କରିବାକୁ କୁହନ୍ତି । କେଉଁ କେଉଁ ଭଳିଆ ଟର୍ଚର ମାନେ କରନ୍ତୁ ତାହା କହି ହେଉ ନାହି । ଏମିତିକି କ୍ୟାମେରା ମ୍ୟାନ ମାନେ ମଧ୍ୟ ଟର୍ଚର କରନ୍ତି । ମୁଁ ବହୁତ ରିୟାଗିଙ୍ଗ ହୋଇଛି ଶୁଟିଙ୍ଗ ସେଟ ରେ । ପ୍ରଡ୍ୟୁସର ମାନେ ମୋତେ ଆଲକୋହଲ ଯାଚନ୍ତି କିନ୍ତୁ ମୁଁ ମନା କରି ଦିଏ ।

ତାପରେ ସେମାନେ ମୋତେ ଅପବ୍ଯବହାର କରନ୍ତି । 90% ଲୋକ ଖରାପ ଲୋକ ଥିଲେ ବି 10% ଲୋକ ଭଲ ଅଛନ୍ତି ଇଣ୍ଡଷ୍ଟ୍ରିରେ କିନ୍ତୁ ସେମାନେ ଖରାପ କୁ ସମର୍ଥନ କରନ୍ତି । ମୋତେ କୁହନ୍ତି ତୁମକୁ ଫ୍ୟାସନ ଜଣା ନାହି । ଆଲକୋହଲ ପିଇଲେ ସ୍କିନରେ ଗ୍ଲୋ ଆସିବ” । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ରୂପଶ୍ରୀ ଙ୍କ ଅଭିନୟ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *