ଆଶ୍ଚର୍ଯ୍ୟ କରିଦେବ ଏହି ବାପାର ପ୍ରେମ, ଝିଅ ପାଇଁ କୋଟି କୋଟି ଟଙ୍କାର ଚାକିରି ଛାଡିଲେ ବାପା… କାରଣ ଜାଣି ଆପଣଙ୍କ ଆଖିରେ ବି ଆସିଯିବ ଲୁହ

ବନ୍ଧୁଗଣ ବାପା କେବଳ ଇଏ ଶବ୍ଦ ରେ ସିମିତି ନୁହେଁ । ଜୀବନର ନାଟକର ଅସଲ  ନାୟକ ହେଉଛନ୍ତି ବାପା । ଏ ସ୍ଵାର୍ଥପର ଦୁନିଆରେ ବଞ୍ଚିବା ର କୌଶଳ ଶିଖାଉଥିବା ମଣିଷ ହେଉଛନ୍ତି ବାପା । ପିଲାଙ୍କ ସୁଖ ପାଇଁ ତଥା ହିତ ପାଇଁ କେତେ ଯେ ତ୍ୟାଗ କରନ୍ତି ବାପା । କୁହାଯାଏ ବାପା ପୁଅ ତୁଳନାରେ ଟିକେ ଅଧିକା ଝିଅ ଙ୍କୁ ଅଧିକା ଭଲ ପାଇଥାନ୍ତି । ଏମିତି ଜଣେ ବାପା ହେଲେ ଆଇରଟି ରେ ପାଠ ପଢିଥିବା ଅଙ୍କତି ଯୋଶୀ । ନବ ଜାତ ଝିଅର ଦେଖାଶୁଣା କରିବା ପାଇଁ ସେ ଚାକିରି ବି ଛାଡି ଦେଇଛନ୍ତି ।

ଅଙ୍କିତ ଯୋଶୀ ଏବେ ଏକ କମ୍ପାନୀ ରେ ଭାଇସ ପ୍ରେସିଡେଣ୍ଟ ଅଛନ୍ତି । ମୋଟା ଅଙ୍କର ଦରମା ସାଙ୍ଗକୁ ସମସ୍ତଙ୍କ ସୁବିଧା ସୁଯୋଗ ମିଳିଛି ଅଙ୍କିତ ଙ୍କୁ । କିନ୍ତୁ ଝିଅ ଜନ୍ମ ହେବା ପରେ ସେ ଚାକିରି ଛାଡି ଦେଇଛନ୍ତି । କିଛି ଦିନ ପରେ ତାଙ୍କର ପ୍ରମୋଶନ ହେବାର ଥିଲା । ଆଉ ପ୍ରମୋଶନ ପରେ ତାଙ୍କୁ ଅଧିକରୁ ଅଧିକ ସମୟ ଅଫିସରେ ବିତାଇବାକୁ ପଡିଥିଲା । ହେଲେ ସେ ଏବେ ବାପାର କର୍ତ୍ତବ୍ୟ ନିର୍ବାଇବାକୁ ଯାଉଛନ୍ତି । ନିଜର ସବୁ ଟକ ସମୟ ନିଜ କୁନି ପରି ସହ ବିତାଇବାକୁ ଚାହୁଁ ଛନ୍ତି । ତେଣୁ ସେ ଏଭଳି ନିସ୍ପତି ନେଇଛନ୍ତି ।

କିନ୍ତୁ ଅଙ୍କିତ ଯୋଶୀ ଙ୍କର ଏଭଳି ନିସ୍ପତି ରେ ଅନେକ ଲୋକ ଅସନ୍ତୋଷ ଜାରି କରିଛନ୍ତି । ଚାକିରି ଛାଡିବା ବୁଦ୍ଧିମତାର ପରିଚୟ ନୁହେଁ ବୋଲି ପରାମର୍ଶ ଦେଉଛନ୍ତି ଅନେକ ଲୋକେ । କିନ୍ତୁ ତାଙ୍କର ଏହି ନିସ୍ପତି କୁ ତାଙ୍କ ସ୍ତ୍ରୀ ଆକାଂକ୍ଷା ସମର୍ଥନ ଜଣାଇଛନ୍ତି । ଅଙ୍କିତ କହିଛନ୍ତି କି ମୁଁ ଯେଉଁ ଚାକିରି କରୁଥିଲି ମୋତେ ନୀତି ଦିନ ବିଭିନ୍ନ ସ୍ଥାନକୁ ଯିବାକୁ ପଡୁଥିଲା । କାମ ସାଙ୍ଗରେ ଟୁର ଥିବାରୁ ଝିଅକୁ ଦେଖିବା ପାଇଁ ସମୟ ମିଳି ନ ଥିଲା । କମ୍ପାନୀ ପକ୍ଷ ରୁ ପୈତୃକ ଛୁଟି ଦିଆଜି ଥିଲେ ମଧ୍ୟ ତାହା ସୀମିତ ସମୟ ମାତ୍ର ।

ସେଥିପାଇଁ ଝିଅ ଜନ୍ମ ହେବା ପରେ ତା ସହ ସମୟ ବ୍ଯତୀତ କରିବା ପାଇଁ ଅଧିକ ବେତନ ପାଉଥିବା ଚାକିରି ମୁଁ ଛାଡିଛି । ମୋର ନିସ୍ପତି ହୁଏ ତ ଅନେକଙ୍କୁ ବିଚିତ୍ର ଲାଗୁଛି କିନ୍ତୁ ମୁଁ ଏଥିପାଇଁ ଜମା ଅବଶୋସ କରୁ ନାହି । ସେ ଆହୁରି ମହଦୀ କହିଛନ୍ତି କି ଏପରି ନିସ୍ପତି ନେବା ଏତେ ସହଜ ନୁହେଁ । କିନ୍ତୁ ଏବେ ମୁଁ ବହୁତ ଖୁସି କାରଣ ମୁଁ ଅଧିକରୁ ଅଧିକ ସମୟ ଝିଅ ସହ କାଟୁଛି ।

ଏଥିରେ ସ୍ତ୍ରୀ ଙ୍କୁ ମଧ୍ୟ ସହଯୋଗ ମିଳୁଛି । ବାପା ହେବା ଏକ ଭିନ୍ନ ଅନୁଭବ । ଝିଅ ଟିକେ ବଡ ହେଲେ ପୁଣି ଥରେ ଚାକିରି ଖୋଜିବା ଆରମ୍ଭ କରିବେ ବୋଲି କହିଛନ୍ତି ଅଙ୍କିତ । ଏବେ ତାଙ୍କୁ ନେଇ ସବୁ ଆଡେ ଚର୍ଚ୍ଚା ଚାଲିଛି । ବନ୍ଧୁଗ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *