ସବୁ ମା ବାପା ନିଜ ଝିଅକୁ ବହୁତ କଷ୍ଟ କରି ବଡ କରିଥାନ୍ତି, କିନ୍ତୁ ଜୀବନରେ ଗୋଟେ ସମୟ ଏମିତି ଆସିଥାଏ ଯେତେବେଳେ ମା ବାପା ଏହା ଭାବି ଖୁସି ହୋଇଥାନ୍ତି ଯେ ଆମ ଝିଅ ଘର ସଂସାର ଆରମ୍ଭ କରିବାକୁ ଯାଉଛି ଆଉ ଗୋଟେ ଆଡୁଆ ଦୁଃଖ ହୋଇଥାଏ ଯେ ଝିଅ ଜୀବନ ସାରା ପାଇଁ ଆଉ କାହା ଘରକୁ ଯାଉଛି । ତେବେ ସବୁ ମା ବାପା ନିଜ ଝିଅକୁ ବହୁତ ପ୍ରେମ ଦେଇ ବଡ କରିଥାନ୍ତି ଆଉ ତା ବିବାହରେ ସେ ସବୁ ପ୍ରକାର ଆୟୋଜନ କରିବା ପାଇଁ ଚେଷ୍ଟା କରିଥାନ୍ତି ଯାହା ଦ୍ଵାରା ତାଙ୍କ ଝିଅକୁ କୌଣସି କଷ୍ଟ ନହେଉ ।
ମା ବାପା ନିଜ କ୍ଷମତା ଠାରୁ ଅଧିକ ଜିନିଷ ଝିଅକୁ ବିଦା କରିବା ବେଳେ ଦେଇଥାନ୍ତି । ତେବେ କଣ ଆପଣ ଜାଣିଛନ୍ତି କିଛି ଜିନିଷ ଝିଅ ବିଦା କରିବା ସମୟରେ ଦବା ଉଚିତ ନୁହ ଆଉ ନା ବିବାହ ପରେ ଦବା ଉଚିତ ହୋଇଥାଏ ସେଥିପାଇଁ ସାବଧାନ ରୁହନ୍ତୁ ଆସନ୍ତୁ ଜାଣିବା ସେହି ଜିନିଷ କଣ ଅଟେ ।
୧. ଗଣେଶଙ୍କ ମୂର୍ତି :
ଶାସ୍ତ୍ର ଅନୁଯାଇ କୁହା ଯାଇଛି ଯେ ଝିଅକୁ ବିଦା କରିବା ସମୟରେ ଗଣେଶଙ୍କ ମୂର୍ତି ଦବା ଉଚିତ ନୁହ କାହିଁକିନା ଗଣେଶ ଭଗବାନ ଆଉ ମାତା ଲକ୍ଷ୍ମୀ ଏକା ସହ ବିରାଜମାନ ହୋଇଥାନ୍ତି ଆଉ ଗଣେଶ ଭଗବାନଙ୍କୁ ଝିଅକୁ ଦବା ଅର୍ଥ ଆପଣ ନିଜ ଘର ଲକ୍ଷ୍ମୀଙ୍କୁ ତାଙ୍କ ସହ ବିଦା କରିଥାନ୍ତି ଯାହା ପରେ ଆପଣଙ୍କ ଘରେ ଆର୍ଥିକ ସମସ୍ୟା ଆରମ୍ଭ ହୋଇଥାଏ ଯାହା ଜୀବନ ସାରା ସମାପ୍ତ ହୋଇନଥାଏ ସେଥିପାଇଁ ଭୁଲରେ ବି ଝିଅକୁ ବିଦା କରିବା ସମୟରେ ଲକ୍ଷ୍ମୀ ବା ଗଣେଶଙ୍କ ମୂର୍ତି ଦେବେ ନାହିଁ ।
୨. ଝାଡୁ :
ଶାସ୍ତ୍ରରେ ମଧ୍ୟ ଝାଡୁକୁ ମାତା ଲକ୍ଷ୍ମୀଙ୍କ ସ୍ୱରୂପ କୁହା ଯାଇଛି ତେବେ ଭୁଲରେ ବି ଆପଣ ସବୁ ଜିନିଷ ସହ ଝାଡୁ ଝିଅକୁ ଦେବେ ନାହିଁ କାହିଁକିନା ଝିଅକୁ ମଧ୍ୟ ମାତା ଲକ୍ଷ୍ମୀଙ୍କ ସ୍ୱରୂପ କୁହା ଯାଇଛି ଯଦି ଆପଣ ନିଜ ଘରୁ ଝାଡୁ ଆଉ ଝିଅ ଏକାଠି ବାହାର କରନ୍ତି ତେବେ ମାତା ଲକ୍ଷ୍ମୀ ଆପଣଙ୍କ ଘର ଛାଡି ଚାଲି ଯାଇଥାନ୍ତି ।
୩. ମହାଭାରତ ବହି :
ଶାସ୍ତ୍ର ଅନୁଯାଇ ଝିଅ ମାନାଙ୍କୁ ରାମାୟଣ ଅନୁଯାଇ ମାନ ମର୍ଯ୍ୟାଦା ବିଷୟରେ ଜାଣିବା ଉଚିତ, ତେବେ ମହାଭାରତ ବିଷୟରେ ଜାଣିବା ଉଚିତ କିନ୍ତୁ ଝିଅ ବିବାହ ସମୟରେ ତାଙ୍କୁ ମହାଭାରତ ବହି ଦବା ଉଚିତ ନୁହ କାହିଁକିନା ଏହା ଦ୍ଵାରା ତାଙ୍କ ସ୍ଵାମୀ ଆୟୁ କମିଥାଏ ଆଉ କେହି ନିଜ ଝିଅକୁ ବି-ଧ-ବା ଦେଖିବାକୁ ଇଛା କରନ୍ତି ନାହିଁ । ଆପଣ ଚାହିଁଲେ ଭାଗବତ ଗୀତା ଦେଇ ପାରିବେ ।