ବିବାହ ସମସ୍ତଙ୍କ ଜୀବନର ଏମିତି ଗୋଟେ ସମୟ ହୋଇଥାଏ ଯେତେବେଳେ ମଣିଷ ନୂଆ ଦୁନିଆରେ ପାଦ ରଖିଥାଏ ଓ ଏହି ସମୟରେ ତା ବାପା ମା ହାତ ଧରନ୍ତି ନାହିଁ, ତାଙ୍କ ଜୀବନସାଥୀ ତାଙ୍କ ହାତ ଧରନ୍ତି ଓ ଦୁହେଁ ନୂଆ ଦୁନିଆରେ ପ୍ରବେଶ କରିଥାନ୍ତି ।
ବିବାହ ସବୁ ଧର୍ମ ଓ ପ୍ରଥାରେ ବହୁତ ମୂଲ୍ୟବାନ ଅଟେ ସେଥିପାଇଁ ବିବାହ ପରେ ଅଲଗା ହୋଇବା ବହୁତ ଜଟିଳ ପରିସ୍ଥିତି ହୋଇଥାଏ, ସେଥିପାଇଁ ବିବାହ ଆଗରୁ ପୁଅ ଝିଅ ଦୁହିଙ୍କୁ ପରସ ପର ଜାଣିବା ବହୁତ ଆବଶ୍ୟକ ହୋଇଥାଏ । ତେବେ ଆସନ୍ତୁ ବିବାହ ଆଗରୁ ପୁଅ ବିଷୟରେ ଝିଅମାନଙ୍କୁ କଣ ଜାଣି ରଖିବା ଉଚିତ ତାହା ବିଷୟରେ ଜାଣିବା ।

୧. ସମ୍ମାନ :
ସମସ୍ତଙ୍କ ପାଇଁ ତାଙ୍କ ନିଜ ଓ ତାଙ୍କ ପରିବାର ସମ୍ମାନ ସର୍ବ ପ୍ରଥମେ ଆସିଥାଏ, ଯେତେବେଳେ କୌଣସି କାରଣରୁ କେହି ଏହାକୁ ହାନି କରିବାକୁ ଚେଷ୍ଟା କରିଥାଏ ସେତେବେଳେ ମଣିଷ ଭାଙ୍ଗିଯାଇଥାଏ । ତେବେ ମନେ ରଖନ୍ତୁ ଜୀବନରେ କୌଣସି ପରିସ୍ଥିତିରେ ନିଜ ମାନ ସମ୍ମାନ ତଳକୁ ରଖନ୍ତୁ ନାହିଁ ଓ ଝିଅମାନେ ମନେ ରଖନ୍ତୁ ଯଦି ଆପଣଙ୍କୁ ଏହା ଅନୁଭବ ହେଉଛି ଯେ ଆପଣଙ୍କ ଭାବି ସ୍ଵାମୀ ବା ପ୍ରେମୀ ଆପଣଙ୍କର ସମ୍ମାନ କରୁ ନାହାନ୍ତି ତେବେ ଏହି ସମ୍ପର୍କରୁ ବଞ୍ଚିବା ପାଇଁ ଚେଷ୍ଟା କରନ୍ତୁ ।

୨. ସଚୋଟ :
କୌଣସି ସମ୍ପର୍କରେ ସତ ବହୁତ ମହତ୍ଵ ରଖିଥାଏ ଓ ସ୍ଵାମୀ ସ୍ତ୍ରୀ ବା ପ୍ରେମୀ ହୁଅନ୍ତୁ ବା ଆପଣ ଯାହାକୁ ବିବାହ କରିବାକୁ ଯାଉଛନ୍ତି ତା ବିଷୟରେ ଆପଣଙ୍କୁ ସବୁ ସତ କଥା ଜାଣିବା ବହୁତ ଆବଶ୍ୟକ ଅଟେ । ଯଦି ଆପଣଙ୍କ ସମ୍ପର୍କରେ ଭରସା ବୋଲି ଜିନିଷ ରହିବ ନାହିଁ ତେବେ ଆପଣଙ୍କ ସମ୍ପର୍କ ଅଧିକ ଦିନ ତିଷ୍ଠିବ ନାହିଁ । କୌଣସି ଝିଅ ବା ପୁଅ ଏହି ଭଳି ବ୍ୟକ୍ତି ଠାରୁ ବଞ୍ଚିବା ଉଚିତ ଯିଏ ଆପଣଙ୍କୁ ମିଛ କହିଥାନ୍ତି ।

୩. ମନ କଥା ବୁଝିବା :
ଯଦି ଆପଣ ଯାହା ସହ ଜୀବନ ସାରା ରହିବାକୁ ଯାଉଛନ୍ତି ସେ ଆପଣଙ୍କ ମନ କଥା ବୁଝି ପାରୁ ନାହାନ୍ତି ତେବେ ଆପଣଙ୍କୁ ନିଜ ନିଷ୍ପତ୍ତି ଉପରେ ବିଚାର କରିବା ବହୁତ ଆବଶ୍ୟକ ଅଟେ । ଆପଣ ବୁଝିବାକୁ ଚେଷ୍ଟା କରନ୍ତୁ ଯେ ଆପଣଙ୍କ ସମ୍ପର୍କ କେତେ ସକାରାତ୍ମକ ଅଛି ଓ ଆପଣଙ୍କୁ କଣ କରିବା ଉଚିତ ଅଟେ । କାହିଁକିନା ଯଦି ଆପଣଙ୍କ ଜୀବନସାଥି ଆପଣଙ୍କ ମନ କଥା ବୁଝୁ ନାହିଁ ତେବେ ଏହି ସମ୍ପର୍କ ବହୁତ କମ ଦିନ ଚାଲିଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।