ଝିଅଟି ମନ୍ଦିର ବାହାରୁ ହାତ ଯୋଡ଼ି ବାହାରି ଯାଉଥିବା ସମୟରେ ଘଟିଲା କିଛି ଏମିତି… ଲୋକେ କହିଲେ VIP ଦର୍ଶନ

ସୋସିଆଲ ମିଡିଆରେ ଗୋଟେ ଭିଡିଓ ବହୁତ ଭାଇରାଲ ହେଉଛି । ଅଧିକାଂଶ ଦେଖିବାକୁ ଗଲେ ଲୋକେ ମନ୍ଦିର ବାହାରରୁ ଦର୍ଶନ କରି ଚାଲିଯାଆନ୍ତି । ସମୟ ବଞ୍ଚେଇବା ପାଇଁ ସେମାନେ ବାହାରରୁ ହିଁ ହାତଯୋଡ଼ି ଚାଲି ଯାଆନ୍ତି । କିନ୍ତୁ ଗୋଟିଏ ଝିଅ ସହିତ ଏମିତି କିଛି ଘଟିଲା ଯାହା ସମସ୍ତେ ବିସ୍ମିତ କରିଦେଇଛି । ଏହି ଭିଡ଼ିଓଟିକୁ ଫେସବୁକ, ଟୁଇଟର ଓ ହ୍ୱାଟସ ଆପ ରେ ମଧ୍ୟ ସେୟାର କରାଯାଇଛି ।

ଭିଡିଓ ଟିରେ ଦେଖାଯାଇଛି ଯେ ଝିଅଟି ମନ୍ଦିର ବାହାରୁ ହାତଯୋଡି ନମସ୍କାର ପରେ ଗାଡ଼ି ଷ୍ଟାର୍ଟ କରୁଥିଲେ ।

ତାଙ୍କ ହାତରୁ କ୍ଲଜ ଖସିଗଲା ଓ ଗାଡ଼ି ସହିତ ସେ ମନ୍ଦିର ଭିତରକୁ ପଶିଗଲା । ଗାଡ଼ି ସହିତ ସେ ଯାଇ ନଦୀରେ ପଡିଲେ । ଲୋକମାନେ ଝିଅଟିକୁ ଉଠାଇଥିଲେ । ତାପରେ ସେ ଗାଡ଼ି କୁ ଉଠାଇ ଚାଲି ଯାଇଥିଲେ । ସୋସିଆଲ ମିଡିଆରେ ଏହି ଭିଡିଓ ଟିର ବହୁତ ରିଆକ୍ସନ୍ ଆସୁଛି ।ଜଣେ ୟୁଜର ଲେଖିଛନ୍ତି କି, ବାହାରୁ ଦର୍ଶନ କରି ଚାଲିଯାଉଥିଲେ, ଭଗବାନ ନିଜେ ହିଁ ଭିତରକୁ ଡ଼ାକିନେଲେ । ଆଉ ଜଣେ ୟୁଜର ଲେଖିଛନ୍ତି, ଏହାକୁ କୁହନ୍ତି VIP ଦର୍ଶନ ।

ଆଉ ଜଣେ ୟୁଜର ଲେଖିଛନ୍ତି କି, ଏ ଭିଡିଓ ଟି ସେମାନଙ୍କ ପାଇଁ ଯିଏ ବାହାରୁ ଦର୍ଶନ କରି ଚାଲିଯାଆନ୍ତି, ସେମାନେ ଜାଣିବେ ଯେ ଭିତରକୁ ଆସିବା ଜରୁରୀ ହୋଇଥାଏ ।ଏ ଭିଡିଓ ଟି 4 ମାର୍ଚ୍ଚ ରେ ଫେସବୁକ୍ ରେ ମୟୂର ମରାଠେ ସେୟାର କରିଥିଲେ । ଏଥିରେ 42 ହଜାର ରୁ ଅଧିକ ଭିିଉଜ, 2 ହଜାର ସେୟର୍ଷ ଓ 700 ରୁ ଅଧିକ ରିଆକ୍ସନ ମିଳିଛି ।

Leave a Reply

Your email address will not be published. Required fields are marked *