ଝିଟିପିଟି ଦେଖିବା ମାତ୍ରେ କରନ୍ତୁ ଏହି ଉପାୟ, କାରଣ ଝିଟିପିଟି ଆପଣଙ୍କୁ କରିପାରେ କୋଟିପତି, ଜାଣନ୍ତୁ କିପରି ?

ବନ୍ଧୁଗଣ ଆମେ ଜାଣିଛୁ ଝିଟିପିଟି ଦେଖିବା ଏକ ସାଧାରଣ କଥା । ଏମିତିକି ଝିଟିପିଟି କୁ ସାଧାରଣ ଜୀବ ମାନିଥାଉ । ଜ୍ଯୋତିଷ ଶାସ୍ତ୍ରରେ ଝିଟିପିଟି କୁ ଖାସ ଜୀବ ର ମାନ୍ୟତା ମିଳିଛି । ଏହାକୁ ଦେଖିବା ଓ ଗତି ବିଧିକୁ ଲକ୍ଷ୍ୟ କରିବାର ବିଶେଷତା ରହିଛି । ଝିଟିପିଟି କାନ୍ଥ ବା ଭୂମି ବା ଅଚାନକ ତଳକୁ ଖସି ପଡିବା ଅନେକ ଦର୍ଶାଇଥାଏ ଶୁଭ ଅଶୁଭ ବିଷୟରେ ।

ଦୀପାବଳୀରେ ଝିଟପିଟି ଦେଖାଗଲେ ମା ଲକ୍ଷ୍ମୀଙ୍କ କୃପା ମିଳିବାର ସଂକେତ ହୋଇଥାଏ । ଏହି ଦିନ ଝିଟପିଟି କାହା ଉପରେ ପଡିଲେ ଧନଧାନ୍ୟରେ ଜୀବନ ଭରିଯାଏ । ଆଜି ଆମେ ଆପଣଙ୍କୁ କହିବୁ ଝିଟପିଟି ଦେଖିବାର ଶୁଭ ଅଶୁଭ ସଂକେତ ବିଷୟରେ ଏବଂ ଚମତ୍କାରୀ ଉପାୟ ବିଷୟରେ । ଏହି ଉପାୟ ଟି ଠାକୁର ପୂଜା କରୁଥିବା ସମୟରେ ସନ୍ଧ୍ୟା ସମୟରେ କରି ପାରିବେ ।

ଝିଟିପିଟି କୁ ପୂଜା କରିଲେ ଧନ ଜନିତ ସମସ୍ଯା ଦୂର ହୁଏ । ଆପଣଙ୍କ ପରିବାରରେ ସନ୍ଧ୍ୟା ସମୟରେ ଠାକୁର ପୂଜା କରିବା ସମୟରେ ଝିଟିପିଟି ଦେଖାନ୍ତି ତେବେ ଠାକୁର ଘରୁ ସିନ୍ଦୁର ଓ ଅରୁଆ ଚାଉଳ ଆଣି ତାହା ଉପରେ ପକାଇ ଦିଅନ୍ତୁ । ଆଉ ସେହି ସମୟରେ ନିଜର ମନୋକାମନା କୁହନ୍ତୁ । ଝିଟିପିଟି କୁ ଦେଖିଲେ ଲୋକେ ଘୃଣା ଓ ଭୟ କରନ୍ତି । ଏପରି କରିଲେ କ୍ଷତି ହୋଇଥାଏ ।

କାରଣ ଝିଟିପିଟି ମା ଲକ୍ଷ୍ମୀଙ୍କର ପ୍ରତୀକ ହୋଇଥାଏ । ଘର ସଫା କରୁଥିବା ସମୟରେ ଯଦି ମଲା ଝିଟପିଟି ଦେଖନ୍ତି ତେବେ ଅଶୁଭ ହୋଇଥାଏ । ଆପଣ ଅଜାଣତରେ ଝିଟିପିଟି ବା ତାର ଛୁଆକୁ ମାରି ଦିଅନ୍ତି ତେବେ ମାଟି ଖୋଲି ପୋତି ଦିଅନ୍ତୁ । ଏହା ଦ୍ଵାରା ଜୀବ ଦୋଷ ଲାଗେ ନାହିଁ । ଏମିତି ନ କରିଲେ ଆପଣଙ୍କ ଜୀବନରେ ଦୁଖ ଆସିବ ।

ଖାଦ୍ୟ ଖାଉଥିବା ସମୟରେ ଝିଟିପିଟିର ଶବ୍ଦ ଶୁଣିବାକୁ ପାଇଥାନ୍ତି ତେବେ ଅଚାନକ ଧନ ଲାଭର ସଂକେତ ଦେଇଥାଏ ବା ଶୁଭ ମିଳିବାକୁ ଯାଉଛି । ଝିଟିପିଟି ର ସମାଗମ ଦେଖିଲେ ପୁରୁଣା ବନ୍ଧୁଙ୍କ ସହ ଭେଟ ହେବାର ସୂଚନା ମିଳିଥାଏ । ସ୍ଵପ୍ନରେ ମଲା ଝିଟିପିଟି ଦେଖିଲେ ଅଶୁଭ ହେବା ସହ ଜୀବନରେ କଷ୍ଟ ପାଇପାରନ୍ତି ।

ଝିଟିପିଟି ହାତ ବା ମୁଣ୍ଡରେ ଖସିଲେ ନିକଟ ଭବିଷ୍ୟତରେ ମାନ ସମାନ ସହ ଧନ ଲାଭର ସଂକେତ ମିଳିଥାଏ । ପାଦ ଉପରକୁ ଝିଟିପିଟି ଆସିଯାଏ ତେବେ ଆପଣ ବଡ ଧରଣର ରୋଗର ଶିକାର ହୋଇପାରନ୍ତି । ତେଣୁ ତୁରନ୍ତ ଶିବ ମନ୍ଦିର ଯାଇ ଦର୍ଶନ କରନ୍ତୁ । ଯଦି କେହି କଥା ହେଉଥିବା ସମୟରେ ଝିଟିପିଟି ଶବ୍ଦ କରେ ଆପଣଙ୍କର ସେହି କଥା ଟି ସତ୍ୟ ହୋଇଯାଏ ।

ଝିଟିପିଟି ମଥା ଉପରେ ଖସିଲେ ଧନ ଲାଭ, ଦକ୍ଷିଣ କାନ୍ଧ ରେ ପଡିଲେ ଦାମୀ ଦ୍ରବ୍ଯ ମିଳିଥାଏ ବା ଗହଣାର ପ୍ରାପ୍ତ ହୋଇଥାଏ । ବାମ କାନ୍ଧରେ ପଡିଲେ ଆୟୁଷ ବୃଦ୍ଧି ହୁଏ । ପୂଜା କରିବା ସମୟରେ ଝିଟପିଟି ଦେଖିଲେ ଗଙ୍ଗା ଜଳ ସିଞ୍ଚନ କରି ଦୀପ ଜାଳନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *