ମୃତ୍ୟୁ ପୂର୍ବରୁ କିଛି ଏମିତି ଥିଲା ଚିତ୍ର, ସାମ୍ନାକୁ ଆସିଲା ଛାତିଥରା Video

ଦର୍ଶକ ବନ୍ଧୁ ବର୍ତ୍ତମାନ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓଟି ହେଉଛି ୩୫ ସେକେଣ୍ଡର ଭିଡିଓ ରେ ଦେଖିବାକୁ ମିଳିଛି ଆଖି ପିଛୁଳାକେ ଅଘଟଣ । ପାଣିରେ ଚାଲିଗଲା ଅନେକ ଜୀବନ । ଦର୍ଶକ ବନ୍ଧୁ ସାମ୍ନାକୁ ଆସିଛି ଗୁଜୁରାଟ ମୋରବି ଝୁଲା ପୋଲ ଦୁର୍ଘଟଣାର ସିସିଟିଭି ଫୁଟେଜ । ପୋଲ ଛିଡିବା ଠିକ ପୂର୍ବରୁ ସେଠାରେ ଲୋକେ କଣ କରୁଥିଲେ ପୋଲ ଉପରେ କଣ ସ୍ଥିତି ଥିଲା ତାହା ସିସିଟିଭିରେ କଏଦ ହୋଇଥିଲା । ଆଉ ଏବେ ଏସବୁର ଛବି ସାମ୍ନାକୁ ଆସିଛି ।

୩୫ ସେକେଣ୍ଡର ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ପୋଲ ଛିଡିବା ଠିକ ପୂର୍ବରୁ ସେଠାରେ ବହୁତ ଭିଡ ଥିଲା କିଛି ଲୋକ ସେଲଫି ନେଉଥିଲେ ତ ଆଉ କିଛି ଲୋକ ପୋଲ ଉପରେ ମଉଜ ମସ୍ତି କରୁଥିଲେ । ବ୍ରିଜ ହଲୁ ଥିବାର ବି ଦେଖିବାକୁ ମିଳିଛି ଆଉ ତା ପରେ ଘଟିଗଲା ବଡ ଅଘଟଣ ଯାହା କେହି କେବେ କଳ୍ପନା ବି କରି ନ ଥିଲେ । ବ୍ରିଜ ଭୁଶୁଡିବା ପରେ ଲୋକ ମାନେ ଜେନ ଅନ୍ୟ ଜଣଙ୍କୁ ଉପରେ ପଡୁଥିବାର ଦେଖା ଯାଉଛି । ଏହି ଭିଡିଓରେ ଦେଖିବାକୁ ମିଳିଛି କିଛି ଲୋକେ ବ୍ରିଜରେ ଝୁଲି ରହୁଛନ୍ତି ।

ଏହା ସହ କିଛି ଲୋକେ ପାଣିରେ ପଡିବା ପରେ କୁଳକୁ ପହଁରି ପହଁରି କୁଳକୁ ଯାଉଥିବାର ନଜର ଆସୁଛି । ତେବେ ଘଟଣାରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୧୪୧ ରେ ପହଞ୍ଚିଛି । ଘଟଣାରେ ଅନେକ ଛୋଟ ପିଲାଙ୍କ ଜୀବନ ଚାଲି ଯାଇଛି । ତେବେ ଏହି ମୃତ୍ୟୁ ସଂଖ୍ୟା ଆଗକୁ ଆହୁରି ବଢିପାରେ ବୋଲି ଆଶଙ୍କା କରା ଯାଉଛି । ଉଦ୍ଧାର କାର୍ଯ୍ୟରେ ପ୍ରଶାସନ ଏବଂ ଉଦ୍ଧାର କାରୀ ଦଳ ଲାଗି ପଡିଛନ୍ତି । ଉଦ୍ଧାର କାର୍ଯ୍ୟରେ ତିନି ସେନାର ଶତାଧିକ ଯବାନ ସାମିଲ ଅଛନ୍ତି ।

ବାୟୁସେନା ପକ୍ଷରୁ ଗରୁଡ କମାଣ୍ଡୋଙ୍କୁ ନିୟୋଜିତ କରା ଯାଇଛି । ଏନଡିଆରଏଫ ଓ ଅଗ୍ନିସମ ବିଭାଗ କର୍ମଚାରୀ ମଧ୍ୟ ରାତି ସାରା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାର ଲୋକଙ୍କୁ ୪ ଲକ୍ଷ ଲେଖାଏଁ କ୍ଷତି ପୂରଣ ଏବଂ ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ 2 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ଏହି ଐତିହ ବ୍ରିଜ ମରାମତି ପରେ ସାଧାରଣ ଲୋକଙ୍କ ପାଇଁ ଖୋଲା ଯାଇଥିଲା ।

ଦୁର୍ଘଟଣା ଦିନ ଏହା ଉପରେ ୫୦୦ ଲୋକ ଥିବା ବେଳେ ଚିଡି ଯାଇଥିଲା ବ୍ରିଜ । ବ୍ରିଜ ଖସି ପଡିବା ପରେ ଚାରିଆଡେ ନଦୀରେ ମୃତ ଦେହ ଭାସୁଥିବା ଦେଖିବାକୁ ମିଳିଥିଲା । ଘଟଣାରେ ୧୭୭ ଜଣଙ୍କୁ ଦୁହାର କରିବା ଦେଖାଯାଇଛି । ସେମାନଙ୍କର ଚିକିତ୍ସା କରାଯାଉଛି । ତେବେ ମଝୋ ନଦୀ ଉପରେ ଥିବା ବ୍ରିଜ ମମରାତି ପାଇଁ ଗତ ୭ ମାସ ଧରି ବନ୍ଧ ରହିଥିଲା ତଥାପି ଏମିତି ଅଘଟଣ ଘଟିଗଲା । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *