କୋରୋନାରେ ଚାଲିଯାଇଥିବା ବାପାଙ୍କ ଷ୍ଟାଚ୍ୟୁ ତିଆରି କଲା ପୁଅ… ଯାହା ଦେଖିବାକୁ ପୁରା ଜୀବନ୍ତ, ନ ଦେଖିଲେ ବିଶ୍ଵାସ ହେବନି: ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । କୋରୋନା ମହାମାରୀ ଯୋଗୁ କେତେ ଯେ ଲୋକଙ୍କର ଜୀବନ ଯାଉଛି ତାହା କହି ହେଉ ନାହି । କୋରୋନା ଭାଇରସର ପ୍ରକୋପରେ ଅନେକ ସମସ୍ୟାର ସମୁଖିନ୍ନ ହେଉଛନ୍ତି ସାଧାରଣ ଜନତା ମାନେ । କିନ୍ତୁ କଣ ଆପଣ ମାନେ କେବେ ଦେଖିଛନ୍ତି ଯେ ମୃ-ତ୍ୟୁ ପରେ କେହି ପୁଅ ନିଜ ବାପାର ଷ୍ଟାଚୁ କରି ଘରେ ରଖିବାର । ତେବେ ଏହି କଥା ଟି ଅଜବ ଲାଗୁଥିଲେ ମଧ୍ୟ ସତ୍ୟ ଅଟେ । ଏହିଭଳି ଅଜବ ଗଜବ ଘଟନା ଘଟିଛି ମହାରାଷ୍ଟ୍ର ର ଶାଙ୍କନି ଜିଲ୍ଲା ରେ ଜଣେ ପୁଅ ନିଜ ବାପାଙ୍କର କୋରୋନାରେ ମୃ-ତ୍ୟୁ ହେବା ପରେ ତାଙ୍କର ଷ୍ଟାଚୁ ତିଆରି କରି ଘରେ ରଖିଛନ୍ତି ।

ସବୁ ପୁଅ ମାନେ ନିଜ ବାପାଙ୍କର ସେବା କରିବା ସହ ତାଙ୍କ ସହ ସାଥି ହୋଇ ରହିବାକୁ ଇଚ୍ଛା କରିଥାନ୍ତି । କିନ୍ତୁ କଥାରେ ଅଛି ଜନ୍ମ ହୋଇଛି ମାନେ ମୃ-ତ୍ୟୁ ନିଶ୍ଚିନ୍ତ ଅଟେ । ମହାରାଷ୍ଟ୍ରରେ ବାସ କରୁଥିବା ଜଣେ ବ୍ୟକ୍ତିଙ୍କର କୋରୋନାରେ ଆକ୍ରାନ୍ତ ହୋଇ ନି-ଧ-ନ ହୋଇଛି । ନିଜ ବାପାଙ୍କୁ ନିଜ ପାଖରେ ସବୁ ଦିନ ପାଇଁ ରଖିବା ପାଇଁ ପୁଅ ସେଲିକନ ଷ୍ଟାଚୁ ତିଆରି କରି ଘରେ ରଖି ଥିବାରୁ ବର୍ତ୍ତମାନ ଚର୍ଚ୍ଚା ରେ ଆସିଛନ୍ତି । ଷ୍ଟାଚୁ ଟିକୁ ନିଜ ଘରେ ସୋଫାରେ ବସିଥିବା ପୋଜରେ ତିଆରି କରା ଯାଇଛି । ଏହି ଭିଡିଓ ରେ ସୋଫା ରେ ଯେଉଁ ବ୍ୟକ୍ତି ବସିଥିବାର ନଜର ଆସୁଛନ୍ତି ତାହା ବାସ୍ତବରେ ଏକ ଷ୍ଟାଚୁ ଅଟେ ।

ଏହି ଷ୍ଟାଚୁ ରେ ଆଖି, ନାକ, ପାଟି, ମୁହଁ ଓ ଶରୀର ର ଅନେକ ଅଙ୍ଗ ଦେଖିବାକୁ ଠିକ ଜୀବିତ ଲୋକ ଭଳି ମାନେ ହେଉଛି । ମହାରାସ୍ତା ରେ ପ୍ରଥମ ଥର ପାଇଁ ଏଭଳି ସିଲିକନ ଷ୍ଟାଚୁ ବୋଲି ଦାବି କରିଛନ୍ତି ଏହାକୁ ତିଆରି କରିଥିବା ଅରୁଣ କର । ନିଜ ପିତା ସ୍ଵର୍ଗତ ରାଓ ସାହେବ କରଙ୍କ ସ୍ମୂରତି ରେ ସେ ଏହାକୁ ତିଆରି କରିଛନ୍ତି ବୋଲି ନିଜ ମତରେ କହିଛନ୍ତି । ସ୍ଵର୍ଗତ ରାଏ ସାହେବ ସରକାରୀ ପୋଲିସ ଅଫିସର ଥିଲେ । ଗତ ବର୍ଷ ଡିୟୁଟି ରେ ଥିବା ସମୟରେ ତାଙ୍କର କୋରୋନାରେ ଆକ୍ରାନ୍ତ ହୋଇ ମୃ-ତ୍ୟୁ ହୋଇଥିଲା । ଦେ-ହା-ନ୍ତ ପରେ ରାଓ ସାହେବ ଙ୍କୁ ତାଙ୍କ ପରିବାର ଲୋକେ ବହୁତ ମନେ ପକାଉଥିଲେ ।

ଶେଷରେ ଅରୁଣ ନିଜ ବାପା ଙ୍କର ସିଲିକସ ଷ୍ଟାଚୁ ତିଆରି କରିବା ପାଇଁ ଅନେକ ପ୍ରାୟାସ କରିଥିଲେ । ବ୍ୟାଙ୍ଗଲର ର ପ୍ରସିଦ୍ଧ ମୂର୍ତ୍ତିକାରୀ ଶ୍ରୀଧର ଙ୍କ ସହାୟତାରେ ଅରୁଣ ନିଜ ବାପା ଙ୍କର ଷ୍ଟାଚୁ ତିଆରି କରିଛନ୍ତି । ଏହି ସିଲିକନ ଷ୍ଟାଚୁ ତିଆରି କରିବା ପାଇଁ ଶ୍ରୀଧର ଙ୍କୁ ପ୍ରାୟତ ୫ ମାସ କଠିନ ପରିଶ୍ରମ କରିବାକୁ ପଡିଥିଲା । ଗୋଟେ ସିଲିକନ ଷ୍ଟାଚୁର ଜୀବନ କାଳର ପ୍ରାୟ ୩୦ ବର୍ଷ ହୋଇଥାଏ । ଆଉ ପ୍ରତିମୂର୍ତ୍ତି କୁ ପିନ୍ଧା ଯାଉଥିବା ପୋଷାକ ପ୍ରତି ଦିନ ବଦଳା ଯାଇଥାଏ । ରାଏ ସାହେବ ଜଣେ ଦୟାଳୁ ସ୍ଵାଭାବର ବ୍ୟକ୍ତି ଥିଲେ । ତାଙ୍କର ଏହି ଷ୍ଟାଚୁ ଦେଖିବା ପାଇଁ ଦୂର ଦୁରାନ୍ତର ରୁ ଲୋକଙ୍କର ଭିଡ ଜମା ହେଉଛି ।

ବନ୍ଧୁଗଣ ଆମ ଲେଖା ଟି ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

 

Leave a Reply

Your email address will not be published. Required fields are marked *