ଜୀବନ ଯାକ କରିଥିବା ପାପ କୁ ଗୋଟେ ଦିନରେ କିପରି କରିବେ ପ୍ରାୟଶ୍ଚିତ ?

ନମସ୍କାର ବନ୍ଧୁଗଣ ଆମ ହିନ୍ଦୁ ଶାସ୍ତ୍ର ରେ ଏବଂ ଆମ ଧର୍ମ ରେ ଏହା ବର୍ଣ୍ଣିତ ଅଛି କି ଆମକୁ ସର୍ଵଦା ପୁଣ୍ୟ କର୍ମ କରିବା ଉଚିତ । କିନ୍ତୁ କୌଣସି ପାପ କରିବା ଉଚିତ ନୁହେଁ । ଯଦି କୌଣସି ବ୍ୟକ୍ତି ବଞ୍ଚି ଥିବା ଅବସ୍ଥାରେ କୌଣସି ବି ପୁଣ୍ୟ କର୍ମ କରି ନଥାଏ । କେବଳ ପାପ କରିଥାଏ ଏବଂ ତାର ଅନ୍ତ ସମୟ ନିକଟ ହୋଉ ଆସୁଥାଏ । ତେବେ ସେ କିପରି ଏତେ ପୁଣ୍ୟ ଅର୍ଜନ କରି ପାରିବ ଯାହା ଦ୍ୱାରା ଅନ୍ତ ପରେ ତାକୁ ସ୍ୱର୍ଗ ପ୍ରାପ୍ତି ହେବ । ଏବଂ ମୋକ୍ଷ ପ୍ରାପ୍ତ ହେବ ।

ଏହି ପ୍ରଶ୍ନ ଦିନେ ଧର୍ମ ରାଜ ଯୁଧିଷ୍ଠିର ପଚାରିଥିଲେ ଶ୍ରୀ କୃଷ୍ଣ ଙ୍କୁ । ତେବେ ଶ୍ରୀକୃଷ୍ଣ ଏହି ପ୍ରଶ୍ନ ର ଉତ୍ତର ରେ ଏକ ରୋଚକ କଥା ଶୁଣାଇ ଥିଲେ ତେବେ ଚାଲନ୍ତୁ ସେହି କଥାକୁ ବିସ୍ତାର ରୂପରେ ଶୁଣିବା ଏବଂ ଆଲୋଚନା କରିବା ।

ପ୍ରାଚୀନ କାଳର କଥା ବିନ୍ଦ୍ୟ ପର୍ବତର ବନ୍ୟ ପ୍ରଦେଶ ରେ କ୍ରୋଧନ ନାମର ଜଣେ ବ୍ୟକ୍ତି ରହୁଥିଲା । ସେ ସ୍ୱଭାବ ରେ ବହୁତ କ୍ରୁର ଥିଲା ସେ ନିଜର ସମସ୍ତ ଜୀଵନ କେବଳ ପାପ ହିଂସା ଆଦି କର୍ମ ରେ ନିଜ ଜୀବନ ବ୍ୟତୀତ କରିଥିଲା । କିନ୍ତୁ ଯେତେବେଳେ ତାର ଅନ୍ତ ସମୟ ନିକଟ ଆସୁଥିଲା ଏବଂ ଏହାର ଏକ ଦିନ ପୂର୍ବ ରାତିରେ ଯମ ଙ୍କ ର ଦୂତ ତାର ସ୍ୱପ୍ନ ରେ ଆସି ତାକୁ କହିଲେ କି ତୁ ତୋ ଜୀବନରେ ସର୍ଵଦା ପାପ କରି ଆସିଛୁ ତୁ କୌଣସି ବି ପୁଣ୍ୟ କରି ନାହୁଁ । ତୋତେ ଗୋଟିଏ ଦିନ ର ସମୟ ଦେଉଛୁ ଏହି ଦିନ ରେ ତୁ ଯେମିତି ଚାହିଁବୁ ସେମିତି ନିଜ ଦିନ କୁ ଅତିବାହିତ କରି ପାରିବୁ ।

ଏବଂ ତାପରେ ଯମ ରାଜ ଙ୍କ ନିକଟରେ ତୋର ପାପର ହିସାବ କରାଯିବ ଏବଂ ତୋର ଦଣ୍ଡ ନିଶ୍ଚିତ କରାଯିବ । ଏହି କଥା ଶୁଣି ସେ ବହୁତ ଡରିଗଲା ଏବଂ ସେ ଏହା ଭାବିଲା କି ସେ ନିଜ ଜୀବନରେ ବହୁତ ପାପ କରିଛି ଏବଂ ମାତ୍ର ଗୋଟିଏ ଦିନରେ ସେ କିପରି ପୁଣ୍ୟ ଅର୍ଜନ କରି ପାରିବ । ଏବଂ ତାପରେ ସେ ମହର୍ଷି ଅଙ୍ଗିରା ଙ୍କ ପାଖକୁ ଗଲା ଏବଂ ସେଠାରେ ସେ ତାଙ୍କ ନିକଟରେ ପାର୍ଥନା କଲା କି ମୁଁ ମୋ ଜୀବନରେ ଅଜାଣତରେ ଅନେକ ପାପ କରିଛି କିନ୍ତୁ ଏବେ ନର୍କ ଶାସ୍ତି ଭୋଗିବାକୁ ଚାହୁଁନାହିଁ ତେଣୁ ଆପଣ କିଛି ଏଭଳି ଉପାୟ କୁହନ୍ତୁ ଯାହା ଦ୍ୱାରା ମୁଁ ପାପ ରୁ ମୁକ୍ତି ପାଇଁ ପୁଣ୍ୟ ଅର୍ଜନ କରି ପାରିବେ କାରଣ ମୋ ପାଖରେ ବହୁତ ଅଳ୍ପ ସମୟ ଅଛି । ଏହି କଥା ଶୁଣି ମହର୍ଷି କହିଲେ କି ଚିନ୍ତା କର ନାହିଁ ।

ହୁଏତ ତମେ ବହୁତ ପାପ କରିଛ କୌଣସି ବି ପୂଣ୍ୟ କର୍ମ କରି ନାହଁ କିନ୍ତୁ ଏ କଥା ବି କିଛି କମ ନୁହେଁ କି ତୁମେ ନିଜର ଦୋଷ କୁ ସ୍ୱୀକାର କରୁଛ ଏବଂ କାୟରତା ର ସହିତ ନୁହେଁ ବରଂ ସାହାସ ର ସହିତ ଏହି କଥା ଏବଂ ନିଜ ଦୋଷ ସ୍ୱୀକାର କରୁଛ । ଏବଂ ଆଜିର ଦିନ ବହୁତ ଶୁଭ ଅଟେ କାରଣ ଆଜି ଆଶ୍ଵିନ ମାସ ର ଶୁକ୍ଳ ପକ୍ଷ ଏକାଦଶୀ ଅଛି । ଶାସ୍ତ୍ର ଅନୁସାରେ ଏହି ଦିନ ବହୁତ ଶୁଭ ଅଟେ । ଆଜି ଦିନରେ ତମକୁ ବ୍ରତ କରିବାକୁ ପଡିବ ଏବଂ ତା ସହ ତୁମକୁ ଭଗବାନ ବିଷ୍ଣୁ ଙ୍କର ପୂଜା ଅର୍ଚ୍ଚନା ମଧ୍ୟ କରିବାକୁ ପଡିବ । କେବଳ ଏହା ଦ୍ୱାରା ହିଁ ତୁମ୍ଭର ସମସ୍ତ ପାପରୁ ତୁମେ ମୁକ୍ତି ପାଇଁ ପାରିବ । ଏବଂ ପୁଣ୍ୟ ର ପ୍ରାପ୍ତ ହେବ ।

ଏବଂ ସେ ବ୍ୟକ୍ତି ମହର୍ଷି ଙ୍କ କଥା ଅନୁଯାୟୀ ସେହି ଭଳି କାର୍ଯ୍ୟ କଲା । ଏବଂ ଅନ୍ତରେ ତାକୁ ସେ ସମସ୍ତ ପାପ ରୁ ମୁକ୍ତି ମିଳିଗଲା । ଏବଂ ଏହି ପ୍ରକାରର ରେ ମାତ୍ର ଗୋଟିଏ ଦିନରେ ତାକୁ ପୁଣ୍ୟ ର ପ୍ରାପ୍ତି ହୋଇଗଲା । ତେଣୁ ନିଜ ଶକ୍ତି ସାମର୍ଥ୍ୟ ଅନୁସାରେ ଦାନ ଧର୍ମ ଏବଂ ପୁଣ୍ୟ କରିବା ଉଚିତ । ଏବଂ ଯେଉଁ ମନୁଷ୍ୟ ବାଲ୍ୟ ଯୌବନ ଏବଂ ବୃଦ୍ଧା ଅଵସ୍ଥା ରେ ଏହି ବ୍ରତ କରିଥାଏ । ତାଙ୍କୁ ମନ ଅନୁଯାୟୀ ବର ଏବଂ ଆରୋଗ୍ୟ ଆଦି ପ୍ରାପ୍ତ ହୋଇ ଥାଏ । ବାର ବର୍ଷ କଠୋର ତପସ୍ୟା ରେ ମିଳୁଥିବା ଫଳ କେବଳ ଏହି ବ୍ରତ କରିବା ଦ୍ୱାରା ପ୍ରାପ୍ତ ହୋଇଥାଏ । ତେଣୁ ଆମକୁ ସର୍ଵଦା ସତ କର୍ମ ଏବଂ ଦାନ ଧର୍ମ କରି ପୂଣ୍ୟ ଅର୍ଜନ କରିବା ଆବଶ୍ୟକ । ଏହା ଦ୍ୱାରା ଆମକୁ ସ୍ୱର୍ଗ ଏବଂ ମୋକ୍ଷ ପ୍ରାପ୍ତି ହୋଇଥାଏ ।

Leave a Reply

Your email address will not be published. Required fields are marked *