ବନ୍ଧୁଗଣ ମନୁଷ୍ୟର ଶରୀର କ୍ଷୟ ହୋଇଯାଇଥାଏ । ଜୀବନ ଯିବା ପରେ ମନୁଷ୍ୟ ଶରୀର ଜଳି ପାଉଁଶ ହେଇଯାଇଥାଏ । ଏହାପରେ ମନୁଷ୍ୟ ଶରୀରରେ ଥିବା ଅଙ୍ଗ କୌଣସି କାର୍ଯ୍ୟରେ ଲାଗେ ନାହିଁ । କିନ୍ତୁ ଯଦି ମନୁଷ୍ୟ ମରିବା ପୂର୍ବରୁ ଏହି ଅଙ୍ଗ ଗୁଡିକୁ କାହାକୁ ଦାନ କରିଯାଇଥାଏ ତେବେ ସେହି ମନୁଷ୍ୟର ବହୁତ ଉପକାର ହୋଇଥାଏ । ବନ୍ଧୁଗଣ ଦୁନିଆରେ ଅନେକ ବ୍ୟକ୍ତି ଏମିତି ଅଛନ୍ତି ଯାହାଙ୍କର କେତେ ଗୁଡିଏ ଅଙ୍ଗ ନଷ୍ଟ ହେଇସାରିଛି । ଏମିତିରେ ଯଦି ମ ରିବା ପୂର୍ବରୁ ନିଜର ଅଙ୍ଗଗୁଡିକୁ ଅନ୍ୟକୁ ଦାନ ଦେଇଦେଉଛେ, ତେବେ ଏହାଠାରୁ ବଡ କଥା ଆଉ କେଉଁଟି ହୋଇନଥାଏ ।
ବନ୍ଧୁଗଣ ଏମିତି ଗୋଟିଏ ମାମଲା ରାଜସ୍ଥାନର ଜୟପୁର ସହରରେ ଦେଖିବାକୁ ମିଳିଛି । ଏହିଠାରେ ୧୪ ବର୍ଷର ଛୋଟ ପୁଅଟିଏ ନିଜ ଜୀବନ ଯିବା ପୂର୍ବରୁ ୪ ଜଣ ଲୋକଙ୍କୁ ଜୀବନ ଦେଇଗଲା । ବନ୍ଧୁଗଣ ଆମେ ଏଠାରେ ଯେଉଁ ପୁଅଟିର କଥା କହୁଅଛୁ ତାହାର ନାମ “ବିଶାଲ” ଅଟେ । ବିଶାଲର ୧୪ ଜାନୁଆରୀ ଦିନ ଗୋଟିଏ ଆକ୍ସିଡେଣ୍ଟ ହୋଇଗଲା । ସେ ମଟର ସାଇକେଲରେ ଯାଉଥିବା ସମୟରେ ହଟାତ ତା ସାମନାକୁ ଗୋଟିଏ ବସ୍ ଚାଲି ଆସିଲା । ସେ ତୁରନ୍ତ ବ୍ରେକ ମାରିବାକୁ ଚେଷ୍ଟା କଲା କିନ୍ତୁ ଦୃତ୍ତ ଗତିରେ ଗାଡି ଚଲାଉଥିବା କାରଣରୁ ସେ ବସଟିର ଚକା ତଳକୁ ଖସି ପଡିଲା ।
ସେ ମୁଣ୍ଡରେ ହେଲମେଟ ନ ପିନ୍ଧିବାରୁ ତାର ମୁଣ୍ଡ ଏବଂ ଚେହେରାଟି ସମ୍ପୂର୍ଣ ଭାବେ ଗମ୍ଭୀର ହୋଇଯାଇଥିଲା । ତାହାର ମୁଣ୍ଡରେ ବହୁତ କ୍ଷତ ହୋଇଯାଇଥିଲା । ବିଶାଳର ପରିବାର ଲୋକେ ତାକୁ SMS ହସ୍ପିଟାଲକୁ ନେଇଗଲେ । ସେଠାରେ ତାର ୫ ଦିନ ପର୍ଯ୍ୟନ୍ତ ଚିକିସ୍ୟା ଚାଲିଲା । ଡାକ୍ତର ମାନେ ତାକୁ ବଞ୍ଚାଇବାକୁ ବହୁତ ଚେଷ୍ଟା କଲେ ମାତ୍ର ବିଶାଳକୁ ହୋସ୍ ଆସିଲା ନାହିଁ । ଶେଷରେ ଡାକ୍ତର ମାନେ ତାକୁ ମୃତ ଘୋଷିତ କରିଦେଲେ । ଏହାପରେ ବିଶାଳର ମାତା-ପିତା ତାହାର ସମସ୍ତ ଅଙ୍ଗ ଦାନ କରିବାର ନିସ୍ପତି ନେଲେ ।
ବିଶାଳର ଦୁଇଟି କିଡ୍ନି “SMS ହସ୍ପିଟାଲ”ରେ ପ୍ରୟାରୋପିତ କରାଗଲା । ସେହିଭଳି ଲିଭର କୁ “ମହାତ୍ମା ଗାନ୍ଧୀ ହସ୍ପିଟାଲ”ରେ ଟ୍ରାନ୍ସପ୍ଲାଟ କରାଗଲା । ଏହା ବ୍ଯତୀତ ବିଶାଳର ହୃଦୟ ଏବଂ ଫୁସଫୁସକୁ ଚେନ୍ନାଇ ସ୍ଥିତ “ଆପୋଲ ହସ୍ପିଟାଲ”ରେ ସ୍ପେଶିଆଲ ପ୍ଳେନ ଦ୍ଵାରା ସେଠାକୁ ପଠାଗଲା । “ସବାଇ ମାନସିଂହ ମେଡିକାଲ କଲେଜ”ର ସଞ୍ଚାଳକ ଡାକ୍ତର- ସୁଧୀର ଭଣ୍ଡାରିଙ୍କ ଅନୁସାରେ ବିଶାଳାର ସମସ୍ତ ଅଙ୍ଗକୁ ସମସ୍ତ ଜରୁରୀକାଳିନ ବ୍ୟକ୍ତିଙ୍କୁ ଡୋନେଟ କରିଦିଆଗଲା । ବିଶାଳାର ଦୁଇଟି କିଡ୍ନି ଜୟପୁରର ୫୦ ବର୍ଷୀୟ ବ୍ୟକ୍ତି ଏବଂ ୪୬ ବର୍ଷୀୟ ବ୍ୟକ୍ତିଙ୍କୁ ପ୍ରତୀୟାରୋପିତ କରାଗଲା । ସେହିଭଳି ତାହାର ଲିଭରକୁ ଜୟପୁରର ୩୫ ବର୍ଷୀୟ ଯୁବକଙ୍କୁ ଟ୍ରାନ୍ସପ୍ଳେଟ କରାଗଲା ।
ବିଶାଳାର ହାର୍ଟ ଏବଂ ଫୁସଫୁସକୁ ଚେନ୍ନାଇର “ଆପୋଲ ହସ୍ପିଟାଲ”ରେ ଚିକିସିତ ହେଉଥିବା ୪୬ ବର୍ଷୀୟ ଜଣେ ମହିଳାଙ୍କୁ ଟ୍ରାନ୍ସପ୍ଳେଟ କରାଗଲା । ଏହିଭଳି ଭାବରେ ବିଶାଳର ଅଙ୍ଗ ପାଇଁ ୪ ଜଣ ଲୋକଙ୍କୁ ନୂଆ ଜୀବନ ମିଳିଗଲା । ଅଙ୍ଗଦାନ ଏକ ବହୁତ ବଡ ପୂଣ୍ୟ ଏବଂ ମହତ ଦାନ ଅଟେ । କିନ୍ତୁ ବହୁତ ବ୍ୟକ୍ତି ଅଙ୍ଗଦାନ କରିବା ପୂର୍ବରୁ ହଜାରେ ଥର ଭାବିଥାନ୍ତି । କିନ୍ତୁ ବନ୍ଧୁଗଣ ଏହା ଉଚିତ ଅଟେ ନାହି । ଥରେ ମନୁଷ୍ୟ ଜୀବନ ଯିବା ପରେ ତାହାର ଅଙ୍ଗ କୌଣସି କାର୍ଯ୍ୟରେ ଲାଗିନଥାଏ ତେଣୁ ଜୀବନ ଯିବା ପୂର୍ବରୁ ଏହି ମହତ କାମର ନିସ୍ପତି ନେବା ଉଚିତ । ବନ୍ଧୁଗଣ ଏହାଥିଲା ୧୪ ବର୍ଷୀୟ ବିଶାଳର ମହତପଣ ।
ଆମେ ଆପଣଙ୍କ ପାଇଁ ଏଭଳି ତଥ୍ୟ ସବୁବେଳେ ନେଇ ଆସୁ, ଭଲ ଲାଗିଲେ ଆମକୁ ଲାଇକ ଏବଂ ଫଲୋ କରିବା ପାଇଁ ଆଦୌ ଭୁଲନ୍ତୁ ନାହିଁ। ସେୟାର୍ କରି ନିଜ ପରିଜନ ଙ୍କ ନିକଟରେ ନିଶ୍ଚୟ ପହଞ୍ଚାନ୍ତୁ, ଧନ୍ୟବାଦ।