ହାରିବ କ୍ୟାନସର: ଜୀବନର ବାଜି ଜିତିବା ପାଇଁ ରୋଗୀଙ୍କୁ ଦେଉଛନ୍ତି ମନ୍ତ୍ର, କହୁଛନ୍ତି ମୁଁ ଜିତିଛି, ଆପଣ ବି ଜିତିବେ…

କ୍ୟାନ୍ସର ନାଁ ଶୁଣିବା ମାତ୍ରେ ହିଁ ଲୋକମାନଙ୍କ ମନରେ ଭୟ ଜାଗ୍ରତ ହୋଇଯାଏ ଓ ସେମାନଙ୍କ ଆୟୁଷ ଆଉ ଅଳ୍ପ ଦିନ । କିନ୍ତୁ ଏହାକୁ ଭୁଲ ପ୍ରମାଣିତ କରିଛନ୍ତି ସ୍ଵାଗତିକା । ଯିଏକି କ୍ୟାନ୍ସରକୁ ମାତ ଦେଇ ଆଜି ଏକ ସୁଖୀ ଜୀବନ ବିତାଉଛନ୍ତି । କହିଦେଉଛୁ କି ସ୍ଵାଗତିକାଙ୍କ ଘର କଟକ ସହରର ବିଡାନାସି ଅଞ୍ଚଳରେ ।

ସ୍ଵାଗତିକାଙ୍କୁ ବୟସ ମାତ୍ର ୨୩ ବର୍ଷ । ଆଇନ ଛାତ୍ରୀ ରୂପରେ ନିଜର କ୍ୟାରିୟର ଆରମ୍ଭ କରିବା ସହ କ୍ୟାନ୍ସର ରୋଗୀମାନଙ୍କର କାମ କରିବା ପାଇଁ ସେ ନିଷ୍ପତି ନେଇଛନ୍ତି । ଯେତେ ବେଳେ ୨୦୧୭ରେ ତାଙ୍କର କ୍ୟାନ୍ସର ରିପୋର୍ଟ ଆସିଥିଲା ତେବେ ସେ ଅନ୍ୟମାନଙ୍କ ପରି ଡରି ଯାଇ ନ ଥିଲେ କି ଜୀବନରେ ହାରି ଯାଇ ନ ଥିଲେ । ସେ ହସି ହସି କ୍ୟାନ୍ସରର ଲଢେଇକୁ ଲଢି ଥିଲେ ଓ ଶେଷରେ ବିଜୟ ମଧ୍ୟ ହାସଲ କରିଲେ ।

ଏହା ପରେ ନିଜେ କ୍ୟାନ୍ସରରୁ ଭଲ ହେବା ପରେ ସେ ବର୍ତ୍ତମାନ ଅନ୍ୟମାନଙ୍କ ଜୀବନରେ ଖୁସି ଫେରାଇ ଆଣିବା ପାଇଁ ଲାଗି ପଡିଛନ୍ତି । ସ୍ଵାଗତିକାଙ୍କ ଅନୁସାରେ କ୍ୟାନ୍ସର ହେଲେ ମୃତ୍ୟୁ ସୁନିଶ୍ଚିତ ଏହି କଥା ସେ ନିଜ ମନରୁ କାଢି ଦେଇଥିଲେ । ସେ କହିଲେ କି ପ୍ରଥମେ ମୁଁ ହିଁ ନିଜର କ୍ୟାନ୍ସର ରିପୋର୍ଟ ଖୋଲି ଦେଖିଥିଲି । ଏହା ପରେ ମୁଁ ଚିନ୍ତା କରିଥିଲି କି ମୁଁ ଚିକିତ୍ସିତ ହେବି ଓ ଭଲ ମଧ୍ୟ ହେବି ।

Loading...

କ୍ୟାନ୍ସର ଯେତେବେଳେ ମୋତେ ହେଇଥିଲା ତେବେ ସେହି ସମୟରେ ମୁଁ ବହୁତ ହସୁଥିଲି ଓ ଏବେ ବି ମୁଁ ହସୁଛି । ସେ ବର୍ତ୍ତମାନ କ୍ୟାନ୍ସର ପୀଡିତ ରୋଗୀମାନଙ୍କ ପାଇଁ ଏକ ସଂଗଠନ କରି ସେମାନଙ୍କୁ ସଚେତନ କରିବା ପାଇଁ କାମ କରୁଛନ୍ତି । ସେ ସମସ୍ତଙ୍କୁ କହୁଛନ୍ତି କି କ୍ୟାନ୍ସରରୁ ମୁଁ ଜିତିଛି ଓ ଆପଣ ବି ଜିତି ପାରିବେ ।

କହିଦେଉଛୁ କି ସ୍ଵାଗତିକା ଜଣେ ଭଲ ଓଡିଶୀ ନୃତ୍ୟଶିଳ୍ପୀ । ଓଡିଶୀଙ୍କୁ ନେଇ ସେ ବହୁତ ସ୍ଵପ୍ନ ମଧ୍ୟ ଦେଖିଥିଲେ । କିନ୍ତୁ କ୍ୟାନ୍ସର ଭଳି ବି ସେ ନିଜର ଏହି ସ୍ଵପ୍ନକୁ ପୁରା କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ଓଡିଶୀ ନୃତ୍ୟଶିଳ୍ପୀ ସହ ସେ ଜଣେ ସୁକ୍ବା ଡ୍ରାଇଭଏର ବି ଅଟନ୍ତି ।

ସ୍ଵାଗତିକା ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ନିଜର ବହୁତ କିଛି ଫଟୋ ଶେୟାର କରିଛନ୍ତି । ଯେଉଁଥିରେ ଆପଣ ତାଙ୍କ ମୁହଁରେ ସବୁବେଳେ ହସ ଦେଖି ପାରୁଥିବେ । କେତେକ ଶୋରେ ଅଂସ ଗ୍ରହଣ କରି ସମସ୍ତଙ୍କୁ ପ୍ରେରଣା ଦାୟାକ ସମ୍ଭୋଦନ ବି କରିଛନ୍ତି ।

ଶେୟାର କରି ଅନ୍ୟମାନଙ୍କୁ ଜଣାନ୍ତୁ

Leave a Reply

Your email address will not be published. Required fields are marked *