ବନ୍ଧୁଗଣ, କେବେ ତଥା କେଉଁ ମୁହୂର୍ତ୍ତରେ କାହାର ଜୀବନ ଚାଲିଯିବ ତାହା ନିର୍ଦ୍ଧାରିତ ନୁହେଁ । ବନ୍ଧୁଗଣ କିଛି ଜୀବନ ହଟାତ ଚାଲି ଯାଇଥିବା ସମୟରେ ଅନ୍ୟ କେତେକ କୌଣସି ରୋଗରେ ପୀଡିତ ଥିବା ଅବସ୍ଥାରେ ଚାଲି ଯାଇଥାଏ । ଏହି ସଂସାରରେ କିଛି ମଧ୍ୟ ନିର୍ଧାରିତ ହୋଇ ରହିନାହିଁ ।
ଭଗବାନ ସୃଷ୍ଟି କର୍ତ୍ତା ତାଙ୍କ ଇଛା ବ୍ୟତୀତ ଗଚରୁ ଗୋଟିଏ ପତ୍ର ମଧ୍ୟ ଝଡେ ନାହିଁ । ମାତ୍ର ମନୁଷ୍ୟ ନିଜର ମୂର୍ଖତା ଯୋଗୁଁ ନିଜର ପ୍ରାଣ ହରାଇଥାଏ । ବନ୍ଧୁଗଣ ଏଭଳି ଏକ ଘଟନା ଘଟିଛି ମାଲକାନଗିରି ଅଞ୍ଚଳରେ । କୌଣସି ଏକ ଝରଣାରେ ସ୍ନାନ କରୁଥିବା ସମୟରେ ହଟାତ ଯୁବକଙ୍କ ମନରେ ଚିନ୍ତା ଆସିଲା ଯେ, ସ୍ଵୀମିଂପୁଲ ଭଳି ଝରଣାରେ କୌତୁକ ସହିତ ଖସି ଜିବି । ଯୁବକ ଟି ପାହାଡ ଉପରୁ ଆସୁଥିବା ଝରଣାରୁ ଖସି ଆସିବାକୁ ଲାଗିଲା ।
ସେ ଖସୁଥିବା ସମୟରେ ଯୁବକ ଟିର ବନ୍ଧୁ ଭିଡିଓ ରେକର୍ଡ କରିବାକୁ ଲାଗିଲେ । ଯୁବକଟି ଧୃତ୍ତ ଗତିରେ ପାଣିରେ ଖସିବାକୁ ଲାଗିଲା । ବେଗ ଆହୁରି ଜୋରରେ ବଢିଲା, ହଟାତ ଚାହୁଁ ଚାହୁଁ ଯୁବକ ଟିର ପଛ ମୁଣ୍ଡ ପଥର ରେ ପିଟି ହୋଇଗଲା ଏବଂ ଯୁବକ ଖସି ଯାଇ ଗଭୀର ଜଳରେ ପଡିଲେ । ବନ୍ଧୁଗଣ ସାଙ୍ଗ ମାନଙ୍କ ସହିତ ଗାଧୋଇ ମଜା କରିବାକୁ ଯାଇଥିଲେ, ଗମ୍ଫାକୋଣ୍ଡା ପଞ୍ଚାୟତ ଏମ୍ପିଭି ୨୬ ଗ୍ରାମ ର “ବିଜୁ ମଣ୍ଡଳ” ।
ଜଳପ୍ରପାତ ରେ ଖସି ତାଙ୍କ ମୁଣ୍ଡ ଗୁରୁତ୍ଵର ମାଡ ହୋଇଥିଲା ଏହାପରେ ତାଙ୍କ ସାଙ୍ଗ ମାନେ ତାଙ୍କୁ ଡାକ୍ତର ଖାନ କୁ ନେଇଯାଇଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ କୋରାପୁଟ ନେଇଯିବା ପାଇଁ କହିଥିଲେ । କୋରାପୁଟ ନେବାବେଳେ ବାଟରେ ତାଙ୍କର ଜୀବନ ଚାଲିଯାଇଥିଲା । ବନ୍ଧୁଗଣ ମାଥଲୀ ଠାରେ ତାଙ୍କର ଜୀବନ ଚାଲିଯାଇଥିବା ବେଳେ ତାଙ୍କର ପରିବାର ବର୍ଗ ବହୁତ ମର୍ମାହାତ ହୋଇଯାଇଛନ୍ତି ।
ବନ୍ଧୁଗଣ ଏହିଭଳି ପରିସ୍ଥିତିରେ ସଂପୂର୍ଣ୍ଣ ଗାଁ ରେ ଶୋକ ର ଛାୟା ଖେଳିଯାଇଛି । ବନ୍ଧୁଗଣ ଦେଖନ୍ତୁ ସାମାନ୍ୟ ଅସାବଧାନତା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହେଲା । ବନ୍ଧୁଗଣ ବର୍ତ୍ତମାନ ର ଯୁବପିଢି ଜାଣିଶୁଣି ଏଭଳି ପରିସ୍ଥିତି ସୃଷ୍ଟି କରାଉଛନ୍ତି । ବନ୍ଧୁଗଣ ଆଜିର ଯୁବ ପିଢୀ ଭୁଲି ଯାଉଛନ୍ତି ଯେ, ଯମ କୁ ଜାଣିଶୁଣି ନିମନ୍ତ୍ରଣ କରିଲା ଭଳି କାମ ଆଦୌ କରିବା କଥା ନୁହେଁ । ଭଗବାନ ମନୁଷ୍ୟ କୁ ଜନ୍ମ ଦେଇଛନ୍ତି ସତ ମାତ୍ର ମନୁଷ୍ୟ ଯେଉଁଭଳି କର୍ମ କରିବ ତାହାର ଫଳ ମଧ୍ୟ ତାଙ୍କୁ ପ୍ରାପ୍ତ ହେବ । ଏଣୁ ସାବଧାନତାର ସହିତ ଜୀବନ ବିତାନ୍ତୁ ।
ବନ୍ଧୁଗଣ ଜୀବନ ଦେବା ଏବଂ ନେବା ଈଶ୍ଵର ନିର୍ଦ୍ଧାରିତ କରିଛନ୍ତି ସତ ମାତ୍ର ଏଭଳି କିଛି କାର୍ଯ୍ୟ କରନ୍ତୁ ନାହିଁ ଯାହା ଫଳରେ ଆପଣ ନିଜର ଜୀବନକୁ ହରାଇ ବସିବେ । ବନ୍ଧୁଗଣ ମନୁଷ୍ୟ ଜୀବନ ଅତ୍ୟନ୍ତ ମୂଲ୍ୟବାନ ଅଟେ । ଏଣୁ ପ୍ରକୃତି ସହିତ ଖେଳିବାକୁ ଆଦୌ ଚେଷ୍ଟା କରନ୍ତୁ ନାହିଁ । ଯେଉଁ କାର୍ଯ୍ୟ ଯେଉଁଠାରେ ନିର୍ଦ୍ଧାରିତ ସେଠାରେ କରନ୍ତୁ । ନିଜର ମୂର୍ଖତା ଦ୍ଵାରା କୌଣସି କୌଶଳ ଦେଖାନ୍ତୁ ନାହିଁ । ବନ୍ଧୁଗଣ ଏହି ପ୍ରସଙ୍ଗ ଉପରେ ଆପଣଙ୍କ ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।