ପ୍ରତେକ ବ୍ୟକ୍ତି ଜୀବନରେ ସଫଳତା ପାଇବାକୁ ହେଲେ ମନରେ ଅନେକ ପରିବର୍ତ୍ତନ ଆଣିବା ଉଚିତ । ଯଦି ଆମେ ନିଜର ବିଚାର ଶକ୍ତିରେ ପରିବର୍ତ୍ତନ ଆଣିବା ତେବେ ଆମ କାମ ମଧ୍ୟ ଭଲ ହେବ । ଭଲ କାମ ଦ୍ଵାରା ଆମ ଜୀବନରେ ସାକାରାତ୍ମକ ଊର୍ଜା ସୃଷ୍ଟି ହେବ । ସବୁବେଳେ ଛୋଟ ଛୋଟ ଭୁଲରୁ ବଞ୍ଚିବାକୁ ଚେଷ୍ଟା କରିବା ଉଚିତ । ଆମେ କାହା ପାଇଁ ଦୁଖ କଣ ପାଇଁ କରିବା । ଯେଉଁ ବ୍ୟକ୍ତି ବୁଦ୍ଧିମାନ ସେ ଜୀବିତ ବା ମୃ-ତ ବ୍ୟକ୍ତିଙ୍କ ପାଇଁ ଶୋ-କ କରନ୍ତି ନାହି ।
ଯେଉଁ ବ୍ୟକ୍ତି ମନରେ ଗର୍ବ ଅହଂକାର ରହିଛି ସେ କେବେ ସଫଳତା ପାଏ ନାହି । ମଣିଷର ଜୀବନ ନାଁ ବର୍ତ୍ତମାନରେ ଅଛି ନାଁ ଭବିଷ୍ୟତରେ ଅଛି । ବରଂ ବର୍ତ୍ତମାନ ଯେଉଁ ମୂହୁର୍ତ୍ତ ରହିଛି ସେଥିରେ ହିଁ ଜୀବନ ବଞ୍ଚିବା ଉଚିତ । ଫଳ କଣ ମିଳିବ ତାହା ନ ଭାବି ଯେଉଁ ପୁରୁଷ କର୍ମ କରି ଚାଲେ ସେ ଜୀବନରେ ସଫଳତା ପ୍ରାପ୍ତ କରିଥାଏ । ଜୀବନରେ ଭଲ କାମ କରି ଚାଲନ୍ତୁ ଯେପରି ପାଣିର ସ୍ରୋତ ଭଳି । ସବୁ ଖରାପ ବିଚାର ଆପଣଙ୍କ ମନରୁ ଦୂର ହୋଇଯିବ ।
ସବୁ ଖରାପ କାମ ତ୍ୟାଗ କରି ଭଗବନାଙ୍କ ନିକଟରେ ନିଜକୁ ସମର୍ପଣ କରି ଦିଅନ୍ତୁ । ଏପରି କରିବା ଦ୍ଵାରା ମଣିଷ ସବୁ ପାପରୁ ମୁକ୍ତି ପାଇ ପାରିବ । ଯଦି ମଣିଷ ନିଜର ଅତିତରେ ଯାହା ଘଟିଛି ସେଥିରୁ ବାହାରି ଆଜିର ଦୁନିଆରେ ବଞ୍ଚିଛି ତେବେ ତାହା ଜିତିବାର ଗୋଟେ ମାର୍ଗ ହୋଇଥାଏ । ଯେବେ ମଣିଷ ମନରୁ ସାହସ କମିଯାଏ ସେଠାରୁ ହାରିବାର ଆରମ୍ଭ ହୋଇଥାଏ । ତେଣୁ ପ୍ରତେକ ବ୍ୟକ୍ତିଙ୍କୁ ସବୁବେଳେ ସାହସର ଜୀବରେ ଆଗକୁ ବଢିବା ଉଚିତ ।
ଆପଣ ଜୀବନର ଦୁଇ ପାଦ ପଛକୁ ହଟିଯାଇ ଏକ ଲମ୍ବା ସଫଳତା ହାସଲ କରି ପାରିବେ । ଯଦି ଆପଣଙ୍କ ମନରେ ସାହସ ରହିଛି । ଯଦି ଆପଣ କୌଣସି ମାମଲାରେ ଠିକ ଅଛନ୍ତି ତେବେ ନିଜକୁ ପ୍ରମାଣ କରିବା ପାଇଁ ଚେଷ୍ଟା କରନ୍ତୁ ନାହି । ଆପଣ ନିଜେ ଠିକ ରହିଲେ ଆପଣଙ୍କ କାମ ପ୍ରତି କେତେ ସଚୋଟତା ରହିଛି ତାହା ପ୍ରମାଣ ହୋଇଯିବ ।
ଅନେକ ସମୟରେ ବ୍ୟକ୍ତି ଭୁଲ କାମରେ କଠିନ ପରିଶ୍ରମ କରିଥାନ୍ତି । କିନ୍ତୁ ଠିକ କାମରେ ମେହନତ କରିବା ଭୁଲ କାମ ଅପେକ୍ଷା ଜରୁରୀ ହୋଇଥାଏ । ଯଦି ଆପଣ ଜୀବରେ ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହା ପାଇବା ପାଇଁ କଷ୍ଟସାଧ୍ୟ ହେଉଛି ତେବେ ନିଜର ଲକ୍ଷ୍ୟ ନ ବଦଳାଇ ନିଜର କାମ କରିବାର ଶୈଳୀକୁ ପରିବର୍ତ୍ତନ କରନ୍ତୁ ।
ସତ ମାର୍ଗରେ ଚାଲି କୌଣସି ବ୍ୟକ୍ତି ଭୁଲ କରିପାରେ । ତେଣୁ ଜୀବନରେ କିଛି ଲକ୍ଷ୍ୟ ରଖି ଆଗକୁ ବଢିବା ଉଚିତ । ଏହା ଦ୍ଵାରା ଆପଣ ଜୀବନରେ ପରା ସଫଳତା ହାସଲ କରି ପାରିବେ । ଯେ କୌଣସି କାମ ଆରମ୍ଭ କରିବା ପୂର୍ବରୁ ତାହର ଫଳ ବିଷୟରେ ଚିନ୍ତା ନ କରି କର୍ମ କରିବା ଉଚିତ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।