ବନ୍ଧୁତ୍ଵ ଦିବସ ସ୍ପେଶିଆଲ- ଜୀବନରେ କେମିତି ଗୋଟେ ଭଲ ବନ୍ଧୁ ବାଛବି

ଆଜି ଏହି ସୁନ୍ଦର ଲେଖା ମାଧ୍ୟମରେ ଖାଲି ଗୋଟେ ସୁନ୍ଦର ବନ୍ଧୁ ବାଛିବାନୀ, ହେବାକୁ ମଧ୍ୟ ଚେଷ୍ଟା କରିବା । ପ୍ରତେକ ବର୍ଷ ୩୦ ଜୁଲାଇକୁ ଆନ୍ତରଜାତିକା ବନ୍ଧୁ ଦିବସ ରୂପେ ପାଳନ କରାଯାଏ । ଅଗଷ୍ଟ ମାସର ପ୍ରଥମ ରବିବାରକୁ ଭାରତ ସମେତ ଅନ୍ୟ କେତେକ ଦେଶରେ ବନ୍ଧୁ ଦିବସ ହିସାବରେ ପାଳନ କରାଯାଏ । ଏହି ଦିବସଟିକୁ ଆମେ ସମସ୍ତେ ପାଳନ କରିଥାନ୍ତି । ଖାଲି ଏହି ଦିବସକୁ ପାଳନ କଲେ ତାର ପ୍ରକୃତ ମୂଲ୍ୟବୋଧ ବଢେନି । ଏହି ଦିନଟିରେ ସୁନ୍ଦର ବନ୍ଧୁଟିଏ ବାଛିବାକୁ ଚେଷ୍ଟା କରିବା ।

ଗୋଟେ ପ୍ରକୃତ ବନ୍ଧୁ ବାଛିବା ସହିତ ଭଲ ବନ୍ଧୁ ହେବାକୁ ଚେଷ୍ଟା କରିବା ଦରକାର, ଏହି ପ୍ରକୃତ ବନ୍ଧୁର ଗୁଣ କେମିତି ହୋଇଥିବା ଦରକାର । ସେ ସମସ୍ତ ଗୁଣକୁ ଆମ ଭିତରେ ଆଣିବା ପାଇଁ ଚେଷ୍ଟା କରିବା । ଆସନ୍ତୁ ଏହି ଗପ ମାଧ୍ୟମରେ ଗୋଟେ ଭଲ ବନ୍ଧୁର କାହାଣୀ  ଶୁଣିବା, ବନ୍ଧୁଟି ଏହିଭଳି ନିସ୍ଵାର୍ଥପର ହେବା ଦରକାର ।

ଦୁଇଜଣ ବନ୍ଧୁଥିଲେ ଯିଏ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ଦୁଇଜଣକ ଜୀବନ ଆରମ୍ଭ ହୁଏ ଫୁଟପାଥରୁ, ସେମାନେ ଦୋକାନ କରି ଧିରେ ଧୀରେ କିଛି ପଇସା ଆୟ କରୁଥିଲେ । ସେ ଦୁଇବନ୍ଧୁଙ୍କ ନାମହେଲା ଅମର ଓ ବିକାଶ । କିଛିଦିନପରେ ବିକାଶ କିଛି ଖରାପ ସଙ୍ଗତରେ ପଡି ନିଶା ନେବା ଆରମ୍ଭ କରିଦେଲା ଓ ବହୁତ ନିସାସକ୍ତ ହୋଇଗଲା । ଅମର ତାକୁ ବହୁତ ବିରୋଧ କରେ ସବୁବେଳେ କହେ ନିଶା ଏତେ ନେନା ଜମା ଭଲ ନୁହେଁ ।

ସେ ଖରାପ ସାଙ୍ଗ ମାନଙ୍କୁ ଛାଡିଦେ ସେମାନେ ଜମାରୁ ବି ଭଲ ନୁହେଁ । ଏଥିପାଇଁ ଅମର ବିକାଶ ସହିତ ବହୁତ ଝଗଡା କଲା ମଧ୍ୟ । କିନ୍ତୁ ବିକାଶ ତାକୁ ନ ବୁଝି ବହୁତ କଥା କହିଲାକି ତୋର ଈର୍ଷା ହେଉଛି ମୁ ଅଲଗା ସାଙ୍ଗ କଲେ । ତୁ ମୋତେ ସହି ପାରୁନୁ ଏମିତି ବହୁତ କଥା କହିଲା । ଏମିତି କିଛି ଦିନ ଗଲା ଦୁଇବନ୍ଧୁ ଦେଖା ହେଲେନି, ନିଜ ନିଜ କାମରେ ବ୍ୟସ୍ତ ରହିଲେ । ଦିନକର ଅମର ଶୁଣିଲା ବିକାଶ ଗୋଟେ ଦୁର୍ଘଟଣାର ସମୁଖୀନ ହୋଇଛି ସେ ଜାଣି ଧାଇଁ ଗଲା ।

ଦେଖିଲାଜେ ସେମିତି ରାସ୍ତାରେ ପଡିଛି, ତାପରେ ସେ ତାକୁ ହସ୍ପିଟାଲ ନେଇକି ଗଲା ଚିକିତ୍ସା ହେଲା ପରେ ଡାକ୍ତର କହିଲେକି ତାର ଆଖି ନଷ୍ଟ ହୋଇଯାଇଛି । ବିକାଶ ଏହା ଶୁଣି ବହୁତ କଷ୍ଟ ପାଇଛି ଓ କାନ୍ଦିଛି  ମଧ୍ୟ । ଆମର ବହୁତ ବୁଝାଇଛି ଓ ତାର ଦୋକାନକୁ ସମ୍ଭାଳିଛି । ସବୁ ଦିନ ସନ୍ଧ୍ୟାରେ ଦୋକାନ ବନ୍ଦକରି ତା ପାଖକୁ ଦେଖା କରିବାକୁ ଆସେ ଓ ଅମର ତାକୁ ବହୁତ ସାହାର୍ଯ୍ୟ କରେ । ବିକାଶ ତାକୁ କୁହେ କି କଣ ହେଉଛି ଏହିଚାରି ପାଖରେ କୁହ, ମୁଁ ଶୁଣି ଟିକେ ଅନୁଭବ କରି ଟିକେ ଖୁସି ପାଇବି ।

ଅମର ସବୁବେଳେ ଏମିତି କରେ ହସ୍ପିଟାଲ ଆସି । ତାପରେ ବିକାଶ ର ଆଖି ଅପରେସନ ହେଲା ବୋଲି ଡାକ୍ତର ତାକୁ ଏହି ଖୁସି ଖବର ଦେଲେ ସେ ଏହା ଶୁଣି ବହୁତ ଖୁସି ହେଲା । ଜେତେବେଳେ ତାର ଆଖି ଖୋଲା ହେଲା ସେ କହିଲା ସେଇ ଝରକା ପାଖକୁ ମୋତେ ନେଇ ଚାଲ ଯେଉଁଠି ଆମର ମୋତେ ସେଇସବୁ ଦେଖି କହେ । ଏହାଶୁଣି ନର୍ସ କହିଲେକି ତମେ ଯେଉଁ ରୁମରେ ରହୁଥିଲ ସେଠାରେ ତ କିଛି ଝରକା ନାହିଁ । ସେ ଏହା ଶୁଣି ଆଶ୍ଚର୍ଯ୍ୟ ହେଲା କହିଲାକି ମୋ ସାଙ୍ଗତ ସେଇ ଝାରକରେ ଦେଖି ମୋତେ ବହୁତ କଥା କୁହେ ମୁଁ ବହୁତ ଖୁସି ହୁଏ ।

କିଛି ସମୟପରେ ୱାର୍ଡ ବୟ ଆସି ବିକାଶ ହାତରେ ଗୋଟେ ଚିଠି ଦେଇଗଲା ସେ ଚିଠିଟି ଖୋଲିଲା ଦେଖିଲ ସେଥିରେ ଲେଖାଅଛି ବନ୍ଧୁ ମୁଁ ତୋ ପାଇଁ ଯାହା କରିଛି ତୋ ଖୁସି ପାଇଁ କରିଛି ତୁ ଏଇ ଆଖିରେ ଆଉଥରେ ଦୁନିଆ ଦେଖିବୁ ଓ ଭଲରେ ରହିବୁ ସେଥିଲାଗି ମୋର ଗୋଟେ ଆଖି ତୋତେ ଦାନ କରିଛି ଏହା ପଢିଲା ପରେ ବିକାଶର ଆଖିରୁ ଧାର ଧାର ଲୁହ ବୋହିଗଲା ।

ସେ ଦିନଟିଥିଲା ବନ୍ଧୁତ୍ଵ ଦିବସ, ଏହି ଶୁଭ ଦିନରେ ତୋ ପାଇଁ ମୋର ଗୋଟେ ଛୋଟ ଉପହାର । ଆଗକୁ ହୁଏତ ତୋ ସହିତ ଦେଖା ହୋଇପାରେ କି ନପାରେ । ସେ ବହୁତ କାନ୍ଦିବାକୁ ଲାଗିଲା ଓ କହିଲା ହେ ଈଶ୍ଵର ତୁମକୁ କେବେ ଦେଖିନି କିନ୍ତୁ ଅମର ଦେହରେ ତୁମର ରୂପ ଦେଖିଛି । ଏହି ବିଶ୍ଵରେ ଯଦି କିଏ ଶ୍ରେଷ୍ଠ ବନ୍ଧୁ ଥାଏ ସିଏ ହେଲା ଅମର । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *