ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଉପରେ ବହୁତ ବଡ ବଡ ସାମ୍ରାଜ୍ୟ ସ୍ଥାପିତ ହୋଇଛି । ଯଦି ଆମେ ମାନେ ଆମ ଜୀବନରେ ଚାଣକ୍ୟଙ୍କ ନୀତି ଓ ଆଦର୍ଶ ଉପରେ ଅନୁସରଣ କରିବା ତେବେ ଜୀବନରେ ସଫଳତାର ସିଡିରେ ପହଞ୍ଚି ପାରିବା । ଆଚାର୍ଜ୍ୟ ଚାଣକ୍ୟ କହିଛନ୍ତି ଯଦି ସାପଟି ତାର ଫଣା ଟେକିଥାଏ କିନ୍ତୁ ତାର ବିଷ ନ ଥାଏ ତଥାପି ତାର ଫଣା ଟେକିବା ଦେଖିଲେ ମନରେ ଭୟ ଆସିଥାଏ । ଗୋଟେ ଲୋଭୀ ବ୍ୟକ୍ତିକୁ କିଛି ଭେଟି ଦେଇ ସନ୍ତୁଷ୍ଟ କରିବା ଉଚିତ ।
କିନ୍ତୁ ଜଣେ ସଚ୍ଚୋଟ ବ୍ୟକ୍ତିକୁ ହାତ ଯୋଡି ସନ୍ତୁଷ୍ଟ କରି ହେବ । ଗୋଟେ ମୂର୍ଖ ଲୋକକୁ ସାମ୍ନା ଦେଇ ସନ୍ତୁଷ୍ଟ କରନ୍ତୁ । କିନ୍ତୁ ବିଦ୍ଵାନ ବ୍ୟକ୍ତିକୁ ସତ କଥା କହି ସନ୍ତୁଷ୍ଟ କରନ୍ତୁ । ଗୋଟେ ବେକାର ରାଜ୍ୟର ରାଜା ହେବା ଅପେକ୍ଷା କୌଣସି ରାଜ୍ୟର ରାଜା ହେବା ଦରକାର ନାହି । ଗୋଟେ ପାପୀ ବ୍ଯକ୍ତିର ମିତ୍ରା ହେବା ଅପେକ୍ଷା ବିନା ବନ୍ଧୁରେ ଜୀବନ ବଞ୍ଚିବା । ଗୋଟେ ମୂର୍ଖର ଗୁରୁ ହେବା ଅପେକ୍ଷା ବିନା ଶିଷ୍ୟରେ ରହିବା ।
ସିଂହ ଠାରୁ ମଣିଷ କିଛି ଶିଖିବା ଉଚିତ ବୋଲି ଚାଣକ୍ୟ କହିଛନ୍ତି । ସିଂହ ଯେପରି ନିଜର ଶିକାର ପାଇବା ପାଇଁ ଉଦ୍ୟମ ଜାରି ରଖିଥାଏ ଠିକ ସେହିପରି ମଣିଷ ନିଜ ଜୀବନରେ ଲକ୍ଷ୍ୟ ହାସଲ ପାଇଁ ଉଦ୍ୟମ ଜାରି ରଖିବା ଉଚିତ । କେବେ ବି କାହାରି ସହାୟତାର ଅପେକ୍ଷା କରନ୍ତୁ ନାହି । ବୁଦ୍ଧିମାନ ବ୍ୟକ୍ତି ବଗ ଭଳି ନିଜ ଲକ୍ଷ୍ୟ ହାସଲ ପାଇଁ ସମୟ ଓ ଯୋଗ୍ୟତାର ବ୍ୟବହାର କରିଥାଏ । କାଉ ଠାରୁ ଏହା ଶିକ୍ଷା ଲାଭ କରିବା ଯେ ନିଜ ସ୍ତ୍ରୀ ସହ ଏକାନ୍ତରେ କଥା ହେବା ଉଚିତ ।
ଉପଯୋଗୀ ବସ୍ତୁର ସଞ୍ଚୟ କରିବା ସହ ଅନ୍ୟ ଉପରେ ସହଜରେ ଭରସା କରିବା ଉଚିତ ନୁହେଁ ଏହା କାଉ ଠାରୁ ଶିଖିବା ଉଚିତ । କୁକୁର ଠାରୁ ଏହା ଶିଖିବା ଯେ ଯଦି ଭୋକ ଅଧିକ ଲାଗୁଛି କିଛି ନ ମିଳୁଛି ବା କମ ଖାଇୟାବାକୁ ମିଳୁଛି ତେବେ ସେତିକିରେ ସନ୍ତୁଷ୍ଟ ହେବା ଉଚିତ । ନିଜ ସ୍ଵାମୀଙ୍କ ପରି ବଫାଦାର ହେବା ଏହା କୁକୁର ଠାରୁ ଶିଖିବା ଉଚିତ ।
ଯଦି ଆପଣଙ୍କ ପ୍ରତି ଅନ୍ୟର ବ୍ୟବହାର ଅଚାନକ ପରିବର୍ତ୍ତନ ହୋଇଯାଏ ତେବେ ସେହି ବ୍ୟକ୍ତି ଆପଣଙ୍କ ଠାରୁ କିଛି ପାଇବାକୁ ଇଚ୍ଛା କରିଥାଏ ବୋଲି ଚାଣକ୍ୟ କହିଛନ୍ତି । ସଫଳ ହେବା ପାଇଁ ରାସ୍ତା ସିଧା ନ ଥାଏ କିନ୍ତୁ ସଫଳ ହେବା ପରେ ରାସ୍ତା ଆପେ ଆପେ ସିଧା ହୋଇଯାଏ । ପ୍ରତେକ ମିତ୍ରତା ପଛରେ କୌଣସି ସ୍ଵାର୍ଥ ରହିଥାଏ ।
ଏମିତି କୌଣସି ମିତ୍ରତା ନାହି ଯାହା ପଛରେ ସ୍ଵାର୍ଥ ନ ଥିବ । କୌଣସି ବ୍ଯକ୍ତିର ବର୍ତ୍ତମାନର ସ୍ଥିତି ଦେଖି ତାର ଭବିଷ୍ୟତର ଉପହାସ କରିବା ଅନୁଚିତ । କାରଣ ସମୟର ଶକ୍ତି ଏତେ ଯେ କୋଇଲା ବି ସମୟ ଆସିଲେ ହିରାରେ ବଦଳିଯାଏ । ସମୟକୁ କେହି କେବେ ଜିତି ପାରିବେ ନାହି । ଏହା ଥିଲା ଚାଣକ୍ୟଙ୍କ ନୀତିଶିକ୍ଷା । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।