ତେବେ ମା ହବାର ସ୍ଵପ୍ନ ସବୁ ମହିଳାର ହୋଇଥାଏ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ସୁନ୍ଦର ଟେଲିଭିଜନ ଜଗତ ହିରୋଇନ ବିଷୟରେ କିଛି କହିବାକୁ ଯାଉଛୁ ଯିଏ କେବେ ମା ହବାକୁ ଚାହନ୍ତି ନାହିଁ । ତେବେ ଆମେ ଯେଉଁ ହିରୋଇନ ବିଷୟରେ କଥା କହୁଛୁ ସେ ଆଉ କେହି ନୁହ ଆପଣମାନେ ସମସ୍ତେ ଜାଣିଛନ୍ତି ତାଙ୍କ ନା କବିତା କୌଶିକ ଅଟେ, ଯାହାକୁ ଆପଣମାନେ ସମସ୍ତେ ଚନ୍ଦ୍ରମୁଖୀ ଚୌଟାଲା ନାରେ ଜାଣିଛନ୍ତି ।
ତେବେ ଆସନ୍ତୁ ଜାଣିବା କିଛି ବିଶେଷ ଜିନିଷ ଚନ୍ଦ୍ରମୁଖୀ ଚୌଟାଲା ବିଷୟରେ ଯିଏ ମା ହବାକୁ ଚାହୁଁ ନାହାନ୍ତି ଓ ଏହାର କାରଣ ମଧ୍ୟ ସେ ନିଜେ ନ୍ଯୁଜ ଇଣ୍ଟରଭ୍ୟୁ ରେ କହିଛନ୍ତି ।
୪୦ ବର୍ଷ ବୟସ ରେ ଛୁଆ ଜନ୍ମ କରିବା ପାଇଁ ଚାହନ୍ତି ନାହିଁ :
ନ୍ଯୁଜ ଇଣ୍ଟରଭ୍ୟୁ ରେ କବିତା କୌଶିକକୁ ପଚରା ଗଲା ଯେ ଆପଣ ମା କେବେ ହବାକୁ ଯାଉଛନ୍ତି ? ଓ ପରିବାର କେବେ ବଢେଇବେ ? ସେତେବେଳେ ଏହି କଥା ଶୁଣି କବିତା କୌଶିକ କହିଥିଲେ ମୁଁ ମା ହବାକୁ ଚାହୁଁ ନାହିଁ ଏହି କଥା ମୁଁ ମୋ ସ୍ଵାମୀ ସହ କଥା ହେଇକି କହୁଛି ଓ ଏହା ପଛରେ କାରଣ ଏହା ଅଛି ଯେ ମୋ ବୟସ ଏବେ ୪୦ ଯଦି ଏବେ ମୋ ସନ୍ତାନ ହବ ତେବେ ଛୁଆ ୨୦ ବର୍ଷ ହେଲା ପରେ ମୋ ବୟସ ୬୦ ହୋଇଯାଇଥିବ ତେବେ ମୁଁ ଚାହୁଁ ନାହିଁ ଯେ ଏତେ କମ ବୟସ ରେ ମୋ ଛୁଆକୁ ନିଜ ମା ବାପା ଧ୍ୟାନ ରଖିବାକୁ ପଡୁ ଏହା ମୋ ଛୁଆ ସହ ଅନ୍ୟାୟ ଅଟେ ।
ଜୀବନ ସାରା ମା ହବାକୁ ଚାହନ୍ତି ନାହିଁ :
କବିତା କୌଶିକ ଆଗକୁ କହିଛନ୍ତି, ମୁଁ ଦୁନିଆକୁ ଶାନ୍ତ ଓ ହାଲ୍କା ରଖିବା ପାଇଁ ଚାହୁଁଛି, ଏହି ଭିଡରେ ମୁଁ ନିଜେ ମା ହୋଇ ଏହାକୁ ଆହୁରି ଭିଡ କରିବାକୁ ଚାହୁଁ ନାହିଁ । ଯେତେବେଳେ ମୁଁ ବହୁତ ଛୋଟ ଥିଲି ତେବେ ନିଜ ମା ବାପାକୁ ହରେଇଥିଲି, ଗୋଟେ ମାତ୍ର ଝିଅ ହବାରୁ ଘର ଚଳେଇବା ମୋ ପାଇଁ ବହୁତ କଷ୍ଟକର ଥିଲା ଯାହା ମୁଁ ଚାହୁଁନାହିଁ ଯେ ମୋ ଛୁଆ ବି ସେହି ସବୁ ପୀଡା ଭୋଗ କରୁ ।
ସେଥିପାଇଁ ମୁ ଚାହେଁ ନାହିଁ କି ମୋ ସନ୍ତାନ ଏ ଦୁନିଆକୁ ଆସି କେବଳ ଦୁଃଖ ଓ କଷ୍ଟ ଅନୁଭବ କରୁ । ଏହି ବୟସ ସୀମାରେ ଏବେ କେତେବେଳେ କେଉଁ ମୂହୁର୍ତ୍ତରେ ମୋ ସହ କଣ ହେବ ତାହା ମୁ ଜାଣିନି ତ କେମିତି ଆଉ ଗୋଟେ ନିରୀହ ଜୀବନ ସହ ମୁଁ ଖେଳିବି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।