ବିବାହ ବନ୍ଧନରେ ବାନ୍ଧି ହେଲେ ଜୀବନସାଥୀ ସିରିଏଲର ଅଭିନେତା ସତିଶ(Udit)

କରୋନାର ଯୋଗୁ ଲକଡାଉନ ଜାରି କରାଯାଇଛି । ଏମିତିରେ ବିବାହ ଭଳି ଫଙ୍କସନ କରୋନା ଯୋଗୁ ବହୁତ ଆଡମ୍ବର ଅନୁଷ୍ଠିତ ହୋଇ ପାରୁ ନାହିଁ । କିନ୍ତୁ ସରକାରଙ୍କ ଗାଇଡଲାଇନ ଅନୁସାରେ ଆପଣ ଅଳ୍ପ କିଛି ମାତ୍ର ଲୋକମାନଙ୍କୁ ନେଇ ବିବାହ କରି ପାରିବେ । କିନ୍ତୁ କୌଣସି ବି ପ୍ରକାରର ଲାଇଟ, ବାଜା ବଜାଇ ପାରିବେ ନାହିଁ । କେବଳ ପୁଅ ଝିଅଙ୍କର ବିବାହକୁ ହିଁ ଅନୁମତି ଦିଆଯାଇଛି ।

ଏମିତିରେ କେତେକ ପରିବାର ଏହି ନିୟମକୁ ମାନି ନିଜର ପୁଅ କିମ୍ବା ଝିଅର ବିବାହ କରୁଛନ୍ତି ତ ଅନ୍ୟ ପଟେ କେତେକ ପରିବାର କରୋନା ପରେ ବିବାହ କରିବେ ବୋଲି ତାରିଖକୁ ଘୁଞ୍ଚାଇ ଦେଉଛନ୍ତି । କିନ୍ତୁ ଏହା ମଧ୍ୟରେ ବି ବହୁତ ଯୋଡି ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି । ଯଦି ଓଡିଆ ସିରିଏଲର ଅଭିନେତା ଓ ଅଭିନେତ୍ରୀଙ୍କ ବିଷୟରେ କହିବୁ ତେବେ ସେମାନଙ୍କ ମଧ୍ୟରେ ବି କିଛି ଅଭିନେତା ଓ ଅଭିନେତ୍ରୀ ଏହି ଲକଡାଉନ ମଧ୍ୟରେ ବିବାହ କରୁଛନ୍ତି ।

ଅନ୍ୟ ପଟେ ତାଙ୍କର ଫ୍ୟାନମାନେ ବି ନିଜର ପସନ୍ଦିତା ଅଭିନେତା କିମ୍ବା ଅଭିନେତ୍ରୀ କାହାକୁ ବିବାହ କରୁଛନ୍ତି ଓ କେବେ ତାଙ୍କର ବିବାହ ହେଉଛି ଏହା ବିଷୟରେ ଜାଣିବା ପାଇଁ ବହୁତ ଇଚ୍ଛକୁ ଥାନ୍ତି । ଏମିତିରେ ଆଜି ଆମେ ସେମାନଙ୍କ ପାଇଁ ଏକ ଖୁସି ଖବର ନେଇ ଆସିଛୁ । ତାଙ୍କର ପସନ୍ଦିତା ଅଭିନେତା ବିବାହ କରିସାରିଛନ୍ତି । ଆମେ ଯେଉଁ ଅଭିନେତାଙ୍କ ବିଷୟରେ କହୁଛୁ ସେ ଜୀବନସାଥୀ ସିରିଏଲରେ ନଜର ଆସନ୍ତି ।

ଏହି ସିରିଏଲରେ ତାଙ୍କର ସତିଶ ଓ ତାଙ୍କର ଅସଲ ନାଁ ଉଦିତ ଗୁରୁ ଅଟେ । ସତିଶ ବର୍ତ୍ତମାନ ସମୟରେ ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଛନ୍ତି । କହିଦେଉଛୁ କି ଏହି ସିରିଏଲରେ ବହୁତ ସୁନ୍ଦର ଅଭିନୟ କରି ସତିଶ ସମସ୍ତଙ୍କର ହୃଦୟକୁ ଛୁଇଁଛନ୍ତି । ଏହା ପୂର୍ବରୁ ତରଙ୍ଗ ଚ୍ୟାନେଲରେ ପ୍ରସାରିତ ହେଉଥିବା ସିରିଏଲ ଗୁଡିକରେ ଅଭିନୟ କରିଛନ୍ତି ।

କହିଦେଉକୁ କି ସତିଶ କିଛି ଦିନ ତଳେ ହିଁ ନିଜର ପିଲା ଦିନର ବନ୍ଧୁଙ୍କ ସହ ନିର୍ବନ୍ଧ କରିଥିଲେ ଓ ବର୍ତ୍ତମାନ ଏହି ଯୋଡି ବାହା ହୋଇଯାଇଛନ୍ତି । ଆଜି ଆମେ ଆପଣଙ୍କ ପାଇଁ ସତିଶଙ୍କ ବିବାହ ସମୟର କିଛି ଫଟୋ ନେଇ ଆସିଛୁ । ଯେଉଁଥିରେ ବିବାହ ଠାରୁ ନେଇ ରିଶେପସନ ପର୍ଯ୍ୟନ୍ତ ସମସ୍ତ ଫଟୋ ଅଛି । ଆପଣ ଫଟୋରେ ତାଙ୍କୁ ଓ ତାଙ୍କର ପତ୍ନୀଙ୍କୁ ଦେଖି ପାରିବେ ।

ସତିଶ ବିବାହ ସମୟରେ ବହୁତ ଖୁସି ନଜର ଆସୁଛନ୍ତି । କିଛି ଦିନ ତଳେ ନିର୍ବନ୍ଧ ସମୟର କିଛି ଫଟୋ ବି ବହୁତ ଭାଇରାଲ ହେୟଇଥିଲା । ବର୍ତ୍ତମାନ ସତିଶଙ୍କ ବିବାହ ଫଟୋ ବି ବହୁତ ଭାଇରାଲ ହେଉଛି । ଏହା ସହିତ ବର୍ତ୍ତମାନ ଏହି ଯୋଡିଙ୍କୁ ସମସ୍ତେ ଶୁଭେଚ୍ଛା ଜଣାଉଛନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ

Leave a Reply

Your email address will not be published. Required fields are marked *