ଜୀବନରେ କେବେବି ଏହି 10 ଟି ଭୂଲ କରନ୍ତୁ ନାହିଁ, ଆଜି ହିଁ ଜୀବନ ବଦଳିଯିବ- Ajira Anuchinta

ଆଜି ଆମେ ଆପଣ ମାନଙ୍କୁ ଗୃହରେ କୌଣସି ସମସ୍ୟା ଥିଲେ ତାହାକୁ ଦୂର କରିବା ପାଇଁ କେଉଁ ୧୦ଟି ଉପାୟ କରିଲେ ତାହାର ସମାଧାନ ହେବା ସହ ଆପଣଙ୍କର ଦୁର୍ଭାଗ୍ୟ କେମିତି ଦୂର ହେବ ସେହି ବିଷୟରେ କହିବାକୁ ଯାଉଛୁ । ବ୍ୟକ୍ତି ନିଜର ନୀତିଦିନିଆ ଜୀବନରେ ଏମିତି କିଛି ଭୁଲ କରିଥାଏ ଯାହା ଦ୍ଵାରା ସେ ଦରିଦ୍ରତାର ସମୁଖିନ୍ନ ହୋଇଥାଏ । ତେବେ ଆପଣ ବେଳେ ବେଳେ ଭାବୁଥିବେ ମୁଁ ତ କିଛି ଖରାପ କମ କରୁନି, ନିଜର କର୍ତ୍ତବ୍ୟ ଠିକ ଭାବେ ସମ୍ପାଦନ କରୁଛି ତଥାପି କାହିଁକି ଦୁଃଖ ମୋ ପିଛା ଛାଡୁନି ? ତେବେ ଏହା କେବଳ ଏଥିପାଇଁ କାହିଁକି ନା ଆପଣ ନିଜ ଦୈନଦିନ ଜୀବନରେ ଜାଣତରେ ବା ଅଜାଣତରେ କିଛି ଏଭଳି ଭୁଲ କରିଥାନ୍ତି ଯେଉଁଥିପାଇଁ ଆପଣ ସତ ପଥରେ ଥାଇ ବି ଦୁଃଖ ଭୋଗିବାକୁ ପଡିଥାଏ ।

୧- ଭଙ୍ଗା ଦର୍ପଣ : ଯଦି ଆପଣଙ୍କ ଘରେ ଭାଙ୍ଗି ଯାଇଥାଏ ଆଇନା ରହିଥାଏ ତେବେ ଏହାକୁ ତୁରନ୍ତ ବାହାର କରନ୍ତୁ । ଏହା ଦ୍ଵାରା ବାସ୍ତୁ ଦୋଷ ରହିଥାଏ ଯାହା ଦ୍ଵାରା ଆପଣଙ୍କ ଜୀବନରେ ସମସ୍ୟା ଆସିଥାଏ ।

୨- ପକ୍ଷୀ : ଯଦି ଆପଣଙ୍କ ଘରେ କୌଣସି ପକ୍ଷୀ ବସା କରି ରହିଛି ତେବେ ତୁରନ୍ତ ତାର ବସାକୁ ନିଜ ଘରୁ ବାହାର କରନ୍ତୁ । ନଚେତ ଆପଣଙ୍କ ଘରେ ସମସ୍ୟା ହୋଇପାରେ ।

୩- ପାଣି ବୋହିବା : ଯଦି ଆପଣଙ୍କ ଘରେ କୌଣସି ଜାଗାରୁ ପାଣି ବୋହୁଥାଏ ତେବେ ତୁରନ୍ତ ଏହାର ମରାମତି କରନ୍ତୁ । କାରଣ ପାଣି ବୋହିବାର ଅର୍ଥ ହେଉଛି ଧନ ବୋହିଯିବା ।

୪- ଖରାପ ଘଣ୍ଟା : ଯଦି ଆପଣଙ୍କ ଘରେ ଖରାପ ଘଣ୍ଟା ଅଛି ତେବେ ଏହାର ମରାମତି କରନ୍ତୁ ନ ହେଲେ ନୂଆ ଘଣ୍ଟା ଲଗାନ୍ତୁ । ଏହା ଦ୍ଵାରା ଘରର କ୍ଷତି ହୋଇଥାଏ ।

୫- ବାସୀ ଫୁଲ : ଯଦି ଆପଣଙ୍କ ଘରେ ବାସୀ ଫୁଲ ରହିଛି ତେବେ ଏହାକୁ ତୁରନ୍ତ ବାହର କରି ଦିଅନ୍ତୁ । କାରଣ ବାସି ଫୁଲ ଘରେ ରହିଲେ ବାସ୍ତୁ ଦୋଷ ହେବା ସହ ଆପଣଙ୍କ ପୂଜା ସଫଳ ହୁଏ ନାହିଁ ।

୬- ପୁରୁଣା ଜିନିଷ : ଆଜିକାଲି ସବୁ ଘରେ ପୁରୁଣା ଜିନିଷ ରହୁଛି । ଯଦି ଆପଣଙ୍କ ଘରେ କୌଣସି ଅଦରକାରୀ ବସ୍ତୁ ରହିଛି ତେବେ ତୁରନ୍ତ ଏହାକୁ ଘରୁ ବାହାର କରନ୍ତୁ । ଏହା ଦ୍ଵାରା ଘରେ ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ ଯାହା ଦ୍ଵାରା ଦରିଦ୍ରତା ଦେଖାଯାଏ ।

୭- କାନ୍ଥ ଫାଟିବା : ଯଦି ଆପଣଙ୍କ ଘର କାନ୍ଥ ଫାଟିଥାଏ ତେବେ ଘର ପାଇଁ ଏହା ଖରାପ ସଂକେତ ହୋଇଥାଏ । ଯଦି ଏପରି ହୋଇଥାଏ ତେବେ ତୁରନ୍ତ ଏହାର ପ୍ଲାଷ୍ଟର କରନ୍ତୁ ।

୮- ବୁଢିଆଣୀ ବସା : ଯଦି ଘରେ ବୁଢିଆଣୀ ବସା ରହିଥାଏ ତେବେ ଏହା ଅଶୁଭ ହୋଇଥାଏ । ଏପରି ହୋଇଥିଲେ ଆପଣ ନିଜ କାମରେ ସଫଳ ହେବେ ନାହିଁ । ତେଣୁ ଘରେ ବୁଢିଆଣୀ ଜାଲ ଥିଲେ ଏହାକୁ ବାହାର କରନ୍ତୁ ।

୯- ଝାଉଁଳି ଯାଇଥିବା ଗଛ : ଯଦି ଆପଣଙ୍କ ଘରେ ବା ଆଖ ପାଖରେ ଝାଉଁଳି ଯାଇଥିବା କୌଣସି ଗଛ ରହିଥାଏ ତେବେ ତୁରନ୍ତ ଏହାକୁ ବାହାର କରି ନୂଆ ଗଛ ଲଗାନ୍ତୁ । କାରଣ ଏହା ଦ୍ଵାରା ବାସ୍ତୁ ଦୋଷ ଘରେ ରହିଥାଏ ।

୧୦- ଭଙ୍ଗା ଫୋଟୋ : ଯଦି ଆପଣଙ୍କ ଘରେ ଆପଣଙ୍କର ହେଉ ବା ଠାକୁରଙ୍କ ଫୋଟୋ ଭାଙ୍ଗି ଯାଇଥାଏ ତେବେ ତୁରନ୍ତ ଏହାକୁ ଫୋପାଡି ଦିଅନ୍ତୁ । ଏହା ଦ୍ଵାରା ପରିବାରରେ କଳହ ହେବା ସହ ବାସ୍ତୁ ଦୋଷ ମଧ୍ୟ ରହିଥାଏ ।

ତେବେ ଏହା ଥିଲା ସେହି ଜିନିଷ ଯାହା ଘରେ ରଖିବା ଦ୍ଵାରା ବାସ୍ତୁ ଦୋଷ ହେବା ସହ ଘରର କ୍ଷତି ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *