ଜିଦ୍ଦି ହୁଅ, ଜିଦ୍ଦି ମଣିଷ ହିଁ ଇତିହାସ ରଚିଥାଏ- Chanakya Niti

ମଣିଷ ଜୀବନରେ ଇଛା କଲେ ବହୁତ୍ କିଛି କରି ପାରିବ କିନ୍ତୁ କିଛି କରିବା ପାଇଁ ପ୍ରବଳ ଇଚ୍ଛା ହବା ଆବଶ୍ୟକ ଅଟେ କାହିଁକିନା ଇଛା ହିଁ ପରିଶ୍ରମକୁ ଜନ୍ମ ଦେଇଥାଏ ଆଉ ସଫଳ ହବା ଇଛା ଆପଣଙ୍କୁ ନିଜ କାର୍ଯ୍ୟରେ ସଫଳ କରିଥାଏ । ଜୀବନରେ ବହୁତ୍ ଏମିତି ଲୋକଙ୍କୁ ଆପଣ ଦେଖିବାକୁ ପାଇଥିବବେ ଯିଏ କୁହନ୍ତି ଆମ ଭାଗ୍ୟରେ କିଛି ନଥିଲା କିନ୍ତୁ କଣ୍ ଆପଣ କେବେ ଏମିତି ଲୋକ ସହ ଦେଖା ହୋଇଛନ୍ତି ଯାହା ପାଖରେ କିଛି ନଥିଲା କେବଳ ଜିଦ୍ ଥିଲା ଆଉ ସେ ନିଜ ପରିଶ୍ରମ ଦ୍ବାରା ନୁଆ ଇତିହାସ ଲେଖି ଥିଲେ ।

୧- ଧବଲ୍ ଖତ୍ରି :

ଧବଲ ଖତ୍ରୀଙ୍କୁ ଆପଣ ମାନଙ୍କ ମଧ୍ୟରୁ ବହୁତ୍ ଲୋକ ଜାଣିଥିବେ ସେ ଜଣେ ଏମିତିକା କଳାକାର ଯାହା ଚିତ୍ର ଦେଖି ଏ ପି ଜେ ଅବଦୁଲ କଲାମ ଭଳି ଲୋକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ କେହି ତାଙ୍କ ଚିତ୍ର ଦେଖି କହି ପାରିବ ନାହିଁ ଜେ ତାଙ୍କର ହାତ ନାହିଁ । କେବଳ ୧୦ ବର୍ଷ ବୟସରେ ଧବଲଙ୍କ ହାତ କାଟିବାକୁ ପଡ଼ିଥିଲା ସେ ଗୁଡ଼ି ବାହାର କରିବା ପାଇଁ କରେଣ୍ଟ ତାରରେ ହାତ ଲାଗି ପୋଡିଯାଇଥିଲା ଯାହା ପରେ ଡକ୍ଟର ତାଙ୍କ ହାତ କାଟି ଦେଲେ କିନ୍ତୁ ତାଙ୍କ ମା ହାର ମାନିଲେ ନାହିଁ ଆଉ ନିଜ ପୁଅକୁ କଲମ ଧରିବାକୁ ଶିଖାଇଲେ ଆଉ ୮ ମାସ ବହୁତ୍ ପରିଶ୍ରମ କଲା ପରେ ସେ ଜିତି ଗଲେ ଆଉ ଆଜି ସେ ବହୁତ୍ ବଡ କଳାକାର ଅଟନ୍ତି ।

୨- ହ୍ଯାରୀ ପୋଟର

ହେରି ପୋଟର ଆଜି ଦୁନିଆର ସବୁଠାରୁ ସଫଳ ବହି ଅଟେ ଯାହା ଉପରେ ଫିଲ୍ମ ମଧ୍ୟ ଅଛି ଆଉ କେବଳ ଗୋଟେ ବା ଦୁଇଟା ନୁହଁ ୮ ଟି ଭାଗ ଫିଲ୍ମ ଆଉ ବହୁତ୍ ଅଛି କିନ୍ତୁ କଣ୍ ଆପଣ ଜାଣିଛନ୍ତି ଏହାକୁ ଲେଖିଥିବା ଲେଖକ ଯେତେବେଳେ ପ୍ରଥମ ଥର ପାଇଁ ଏହାକୁ ପବ୍ଲିସ କରିବା ପାଇଁ ଯାଇଥିଲେ ତାଙ୍କ ଏହି ଲେଖାକୁ ଏଡ଼ିଟର ଫେରେଇ ଦେଇଥିଲେ ଆଉ କେବଳ ଗୋଟେ ଜାଗାରୁ ନୁହଁ ୧୨ ଟି ଜାଗାରୁ ତାଙ୍କୁ ଫେରା ହେଇଥିଲା ।

କିନ୍ତୁ ଗୋଟେ ଥର ପବ୍ଲିସ୍ ହେଲା ପରେ ତାଙ୍କ ସବୁ ଭାଗ ବିକ୍ରି ହୋଇଥିଲେ । ସଫଳ ଆଉ ଅସଫଳ ବ୍ୟକ୍ତି ମଧ୍ୟରେ କେବଳ ଗୋଟେ ଫରକ୍ ରହିଥାଏ ସଫଳ ବ୍ୟକ୍ତି କେବେ ପ୍ରୟାସ କରିବା ଛାଡନ୍ତି ନାହିଁ ଆଉ ନିଜ ଜିଦ୍ କୁ ପୂର୍ଣ୍ଣ କରି ଦେଖନ୍ତି ।

ଆମେ ଆପଣଙ୍କ ପାଇଁ ଏଭଳି ତଥ୍ୟ ସବୁବେଳେ ନେଇ ଆସୁ, ଭଲ ଲାଗିଲେ ଆମକୁ ଲାଇକ ଏବଂ ଫଲୋ କରିବା ପାଇଁ ଆଦୌ ଭୁଲନ୍ତୁ ନାହିଁ। ସେୟାର୍ କରି ନିଜ ପରିଜନ ଙ୍କ ନିକଟରେ ନିଶ୍ଚୟ ପହଞ୍ଚାନ୍ତୁ, ଧନ୍ୟବାଦ।

Leave a Reply

Your email address will not be published. Required fields are marked *