ଜିନ୍ସ ପିନ୍ଧା ଶ୍ରଦ୍ଧାଳୁଙ୍କୁ ଜଗା ଦୁଆର ମନା, ଦେଖନ୍ତୁ କଣ ରହିଛି ସମ୍ପୁର୍ଣ୍ଣ ଖବର

ନମସ୍କାର ବନ୍ଧୁଗଣ । ପୁରୀକୁ ଯାଉଥିବା ଭକ୍ତ ମାନକ ପାଇଁ ହୋଇପାରେ ଡ୍ରେସ କୋଡ ଯାହା ବିଷୟରେ ଆଲୋଚନା ଚାଲିଛି । ଆନ୍ଧ୍ରର ତିରୁପତି ମନ୍ଦିର ଭଳି ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ରହିବ ସ୍ଵତନ୍ତ୍ର ଡ୍ରେସ କୋର୍ଡ ବ୍ୟବସ୍ଥା । ପ୍ରଥମ ପର୍ଯ୍ୟାୟରେ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସକ କର୍ମଚାରୀ ପିନ୍ଧିବେ ଡ୍ରେସ କୋର୍ଡ । ମନ୍ଦିରର ପରମ୍ପରା ଓ ସଂସ୍କୃତିକୁ ଦ୍ରୁଷ୍ଟିରେ ରଖି ଏହିଭଳି ନିସ୍ପତି ନିଆ ଯାଇଛି । କୁମାର ପୂର୍ଣ୍ଣିମା ପରଠାରୁ ସେବାୟତ ଓ ଦୀପାବଳି ପରଠାରୁ ଗର୍ଭଗୃହକୁ ପ୍ରେବାସ କରି ଡ୍ଯୁଟି କରୁଥିବା ଜେଟିପି, ଶ୍ରୀମନ୍ଦିର ଚର୍ଚ୍ଚା ଓ ଅନ୍ୟ କର୍ମଚାରୀ ମାନଙ୍କ ପାଇଁ ବି ଲାଗୁ ହେବ ଡ୍ରେସ କୋର୍ଡ ନିୟମ ।

ଯଦି ଏଥିରେ କାହାରୀକୁ ବ୍ୟତିକ୍ରମ ଅବସ୍ଥାରେ ଦେଖାଯାଏ ତେବେ ସେମାନଙ୍କୁ ଭିତର କାଠ ବା ପୋଖରିଆରେ ସେବା ବା ଡିୟୁଟି ମିଳିବ ନାହି । ଗୋଟେ ଦ୍ରୁଷ୍ଟିରେ ଦେଖିଲେ ସେବାୟତ ଓ ଆଖପାଖ ଲୋକଙ୍କ ପାଇଁ ଏହି ଡ୍ରେସ କୋର୍ଡ ନିୟମ ଠିକ ଅଛି । କିନ୍ତୁ ଦୂରରୁ ଆସୁଥିବା ଭକ୍ତଙ୍କ ପାଇଁ ଏହି ନିୟମଟି ଠିକ ନୁହେଁ । ଦୂରରୁ ଆସୁଥିବା ଭକ୍ତଙ୍କ ଭକ୍ତିକୁ ମଠାପାଟ ବା ପାରମ୍ପାରିକକୁ ଡ୍ରେସ କୋର୍ଡରେ ସୀମିତ କରିବା ଅନୁଚିତ । କିନ୍ତୁ ପ୍ରତେକ ଭକ୍ତ ଶାଳିନତା ରକ୍ଷା କରି ମନ୍ଦିରକୁ ଯିବା ଉଚିତ ।

ମନ୍ଦିରର ସେବାୟତ କହିଛନ୍ତି ଯେ ଭକ୍ତ ମାନେ ନିଜର ଶାଳୀନତା ଭୁଲି ଯେଉଁ ଭଳି ବାହାବେ ଡ୍ରେସ ପିନ୍ଧି ଯାଉଛନ୍ତି ତାହା ମହାପ୍ରଭୁଙ୍କ ପ୍ରତି ଅ-ପ-ମା-ନ ସମାନ ହେଉଛି । ତେଣୁ ଯଦି ସରକାର ଏହି ଡ୍ରେସ କୋର୍ଡ ନିୟମ ଲାଗୁ କରିବା ପାଇଁ ନିସ୍ପତି ନେଇଛନ୍ତି ତାହା ପ୍ରଶଂସା ଯୋଗ୍ୟ ଅଟେ । ଆହୁରି ମଧ୍ୟ ସେବାୟତ ରାଏ ଦେଇଛନ୍ତି ଯେ ଯେଉଁ ଭକ୍ତ ସମୁଦ୍ରକୁ ଭାବନାର ସହ ଯାଉଛି ସେହି ବହବନା ଓ ଚିନ୍ତାଧାରା ନେଇ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ଯାଏ ତେବେ ତାହା ଉପାସନା କେନ୍ଦ୍ର ପ୍ରତି ବଡ ଅବମାନନା ଓ ଉପସାନ କ୍ଷେତ୍ର ପ୍ରତି ପବିତ୍ରତା ମଧ୍ୟ ନଷ୍ଟ ହୋଇଥାଏ ।

ଭକ୍ତ ମାନେ ନିଜର ରାଏ ଦେଇଛନ୍ତି ଯେ ଆମର ପରମ୍ପରା ଅନୁଯାୟୀ ଯେଉଁ ଭଳି ଡ୍ରେସ ପିନ୍ଧି ମହାପ୍ରଭୁଙ୍କ ଦର୍ଶନ କରିବା କଥା ତାହା ଆଜିର ଆଧୁନିକ ଯୁଗରେ ଦେଖା ଯାଉ ନାହି । ଏତେ ମାତ୍ରାରେ ଆଧୁନିକ ହୋଇ ଜିନ୍ସ ପିନ୍ଧି ଶ୍ରୀ ମନ୍ଦିର ଦର୍ଶନ କରିବା ଠିକ ହେଉ ନାହି । ତେଣୁ ପ୍ରତେକ ଭକ୍ତ ମାନେ ନିଜର ପାରମ୍ପାରିକ ପୋଷାକ ପରିଧାନ କରି ମହାପ୍ରଭୁଙ୍କ ଦର୍ଶନ କରିବା ଉଚିତ । କିଛି କ୍ଷେତ୍ର ରେ ଏହି ନିୟମ ଟି ଗ୍ରହଣ ଯୋଗ୍ୟ ହୋଇଥିଲେ ମଧ୍ୟ ଅନ୍ୟ କ୍ଷେତ୍ର ରେ ଏହା ଗ୍ରହଣ ଯୋଗ୍ୟ ହେଉ ନାହି ।

କାରଣ ଯେଉଁ ମାନେ ବିଦେଶରୁ ଆସୁଛନ୍ତି ମହାପ୍ରଭୁଙ୍କ ଦର୍ଶନ ପାଇଁ ସେମାନଙ୍କ ପାଇଁ ଏହା ଏକ ଜଟିଳ ସମସ୍ଯା ହୋଇପାରେ । କାରଣ ସେମାନେ ନିଜର ଦେଶର ଡ୍ରେସ ଅନୁଯାଇ ପରିଧାନ କରୁଛନ୍ତି । ତାଙ୍କ ପକ୍ଷେ ହୁଏ ତ ଏହା ସମ୍ଭବ ହୋଇ ନ ପାରେ ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *