ହେ ଭଗବାନ! Ollywoodରୁ ଆସିଲା ପୁଣି ଦୁଃଖ ଖବର, ହାସ୍ୟ ଅଭିନେତା Jojo ଗୁରୁତର ଅବସ୍ଥାରେ ହସ୍ପିଟଲରେ ଭର୍ତ୍ତି

ବନ୍ଧୁଗଣ ଆପଣ ମାନେ ଓଡିଆ ଇଣ୍ଡଷ୍ଟ୍ରି ର କଳକର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ତେବେ ଓଡିଆ ଜଗତର ଏମିତି କିଛି କଳାକାର ଅଛନ୍ତି ଯେଉଁ ମାନେ ହାସ୍ୟ ବା କମେଡି କିଙ୍ଗ ଭାବେ ପରିଚିତ ଅଟନ୍ତି । ତେବେ ସେମାନଙ୍କ ମଧ୍ୟରୁ ହାସ୍ୟ ଅଭିନେତା ଯୋଗେଶ ଯୋଜୋ ହେଉଛନ୍ତି ଅନ୍ୟତମ । ସେ ତାଙ୍କର କାମେଡି ଦାବର ଲୋକ ମାନଙ୍କୁ ହସାଇ ହସାଇ ଗଡାଇ ଦିଅନ୍ତି । ତାଙ୍କର କମେଡି କୁ ଦର୍ଶକ ମାନେ ବହୁତ ପସନ୍ଦ କରିବା ସହ ଅନେକ ସାରା ଭଲ ପାଇବା ମଧ୍ୟ ଦେଇଛନ୍ତି ।

ତେବେ ସେ ଯୋଜୋଙ୍କର ଗତ କିଛି ଦିନ ତଳେ ଖୁବ ଧୂମଧାମରେ ବିବାହ ମଧ୍ୟ ହୋଇଥିଲା ତାହା ଆପଣ ମାନେ ଜାଣିଥିବେ । ସେ ନିଜର ଅଭିନୟ କ୍ଯାରିୟର ଜାରି ରଖିବା ସହ ୟୁଟ୍ଯୂବ ଚ୍ଯାନେଲ ମଧ୍ୟ ତାଙ୍କର ରହିଛି । ଯେଉଁଥିରେ ସେ ନିଜର କାମେଡି ପ୍ରଦର୍ଶନ କରିଥାନ୍ତି । କିନ୍ତୁ ଗତ କିଛି ଦିନ ତଳେ ଜୋଜୋ ଙ୍କୁ ଅପହରଣ କରା ଯାଇଥିଲା । ତେବେ ଏହା ପରେ ଜୋଜୋ ପୋଲିସ ରେ ମାମଲା ରୁଜୁ କରିଥିଲେ ।

କିନ୍ତୁ ବର୍ତ୍ତମାନ ସମୟରେ କେସ ଉଠାଇ ଆଣିଛନ୍ତି ଓ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ବର୍ତ୍ତମାନ ସମୟର ସବୁଠାରୁ ବଡ ଖବର ହେଉଛି ହାସ୍ୟ ଅଭିନେତା ଯୋଗେଶ ଯୋଜୋଙ୍କର ଆତ୍ମହତ୍ୟା ଉଦ୍ୟମ । ସମ୍ବଲପୁର ଶାନ୍ତି ନଗର ଅଥିତି ନିଜ ଷ୍ଟୂଡିଓ ରେ ଗତ କାଲି ସନ୍ଧ୍ୟାରେ ବିଷ ପିଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି ଅଭିନେତା ଜୋଜୋ ।

ସହଯୋଗୀ ମାନେ ଜୋଜୋ ଙ୍କୁ ଘରୋଇ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି ତେବେ ଆତ୍ମହତ୍ୟା କରିବାର କାରଣ କଣ ରହିଛି ତାହା ଏ ଯାଏଁ ସ୍ପଷ୍ଟ ହୋଇ ନାହି । ଅନ୍ୟ ପକ୍ଷରେ ଜୋଜୋ କଣ ପାଇଁ ଥାନା ରୁ ନିଜ କେସ ଫେରାଇ ନେଲେ ତାହା କେହି ଜାଣି ନାହାନ୍ତି । ଆତ୍ମହତ୍ୟା କରିବା ପୂର୍ବରୁ ଜୋଜୋ ନିଜର ଟ୍ବିଟର ଆକାଉଣ୍ଟ ରେ କିଛି ପୋଷ୍ଟ କରି କହିଛନ୍ତି ଓ ୟୁଟ୍ଯୂବରେ ମଧ୍ୟ ପୋଷ୍ଟ କରିଛନ୍ତି ଯାହା ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ତେବେ ଜୋଜୋ ଲେଖିଛନ୍ତି କି ଦୁନିଆ ଛାଡି ଯିବା ପରେ ଏବେ ସବୁ ସତ ସାମନାକୁ ଆସିବ ସେହି ସମୟରେ ଜୋଜୋ ନ ଥିବା, ସମସ୍ତେ ଭଲରେ ରୁହନ୍ତୁ, ମା ସମଲେଶ୍ଵରୀଙ୍କ ପାଖରେ ଏତିକି ପ୍ରାର୍ଥନା । ଏଭଳି ଆତ୍ମହତ୍ୟା ଉଦ୍ୟମ ପୂର୍ବ ରୁ ନିଜ ୟୁଟ୍ଯୂବ ଆକାଉଣ୍ଟ ରେ ପୋଷ୍ଟ କରିଥିଲେ ଜୋଜୋ । ତେବେ ମେଡିକାଲରେ ଜୋଜୋ ଅଛନ୍ତି କିନ୍ତୁ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା କିପରି ଅଛି ତାହା ଜଣା ପଡି ନାହି ।

ତେବେ ଏହା ପଛରେ କଣ ରହିଛି କାରଣ ବା ଏହା କୌଣସି ଷଡଯନ୍ତ୍ର ନୁହେଁ ତ ତାହା ସବୁଠାରୁ ବଡ ପ୍ରଶ୍ନ ଉଠୁଛି । ତେବେ ଯୋଜୋ ଏଭଳି ପଦକ୍ଷେପ କେଉଁ କାରଣ ପାଇଁ ନେଲେ ତାହା ଅଧିକ ତଦନ୍ତ ପରେ ଜଣା ପଡିବ ବୋଲି ସୂତ୍ର ରୁ ଜଣା ପଡିଛି । ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ଜୋଜୋ ଙ୍କ ଅଭିନୟ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *