ଯୌତୁକ ରେ ୧୧ଲକ୍ଷ ଟଙ୍କା ଦେଖି ଚମକି ଗଲେ ବର ର ପିତା, ଏହାପରେ ଯାହା କରିଲେ ଆପଣ ଜାଣି ହେବେ ଆଶ୍ଚର୍ଯ୍ୟ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ରାଜସ୍ଥାନୀ ର ନିବାସୀ ବ୍ରିଜମୋହନ ମିଣା ନିଜ ପୁତ୍ର ର ନିର୍ବନ୍ଧ ରେ ଏଭଳି କାର୍ଯ୍ୟ କରିଛନ୍ତି, ଯାହା କଳ୍ପନା କରିବା ମଧ୍ୟ ଅସମ୍ଭବ ଅଟେ । ବ୍ରିଜମୋହନ ମିଣା ନିଜ ପୁତ୍ର ର ବିବାହ ଟୋଙ୍କ ଜିଲ୍ଲା ର ଉନିୟାରା ତହସିଲ ରେ ସ୍ଥିତ ମଣ୍ଡାୱରା ଗ୍ରାମ ପଞ୍ଚାୟତ ରେ ସୋଲାତପୁରା ଗ୍ରାମ ରେ ସ୍ଥିର କରିଥିଲେ । ଏହାଦ୍ବାରା କନ୍ୟା ଙ୍କ ପିତା ବ୍ରିଜମୋହନ ଙ୍କ ପୁତ୍ର ଙ୍କୁ ୧୧ଲକ୍ଷ ୧୦୧ ଟଙ୍କା ପ୍ରଦାନ କରିଥିଲେ । ଏତେ ଟଙ୍କା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଗଲେ ।

ବ୍ରିଜମୋହନ ଏଥିପାଇଁ ଅଧିକ ବିଚାର ନକରି ତୁରନ୍ତ ସେହି ପଇସାକୁ କନ୍ୟା ଙ୍କ ପିତା ଙ୍କୁ ଫେରାଇ ଦେଲେ । ବ୍ରିଜମୋହନ ଙ୍କ ଏହି ନିଷ୍ପତ୍ତି ର ସମସ୍ତେ ପ୍ରଶଂସା କରିଥିଲେ । ବୁନ୍ଦି ଜିଲ୍ଲା ର ପିପରୱାଲା ଗ୍ରାମ ନିବାସୀ ସେବା ନିବୃତ୍ତ ପ୍ରଧାନାଚାର୍ଯ୍ୟ ବ୍ରିଜମୋହନ ମିଣା ଙ୍କ ପୁତ୍ର ରାମଧନ ମିଣା ଙ୍କ ବିବାହ ଆରତୀ ମିଣା ଙ୍କ ସହିତ ସ୍ଥିର ହୋଇଥିଲା । ସୋମବାର ଦିନ ଏମାନଙ୍କ ନିର୍ବନ୍ଧ ଥିଲା । ଏହି କାର୍ଯ୍ୟକ୍ରମ ରେ କନ୍ୟା ପକ୍ଷ ଙ୍କ ତରଫ ରୁ ରାମଧନ ମିଣା ଙ୍କୁ କପଡ଼ା ଓ ପଇସା ଭେଟ ସ୍ୱରୂପ ପ୍ରଦାନ କରା ଯାଇଥିଲା ।

କନ୍ୟା ର ପିତା ରାଧେଶ୍ୟାମ ଏକ ବଡ଼ ଥଳି ରେ ୧୧ଲକ୍ଷ ୧୦୧ ଟଙ୍କା ଭର୍ତ୍ତି କରି ରାମଧନ ମିଣା ଙ୍କୁ ଦେଇଥିଲେ । ଏତେ ମାତ୍ରାରେ ଟଙ୍କା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ରାମଧନ ଙ୍କ ପିତା ବ୍ରିଜମୋହନ ତୁରନ୍ତ ଏହି ଟଙ୍କା କୁ ଫେରାଇ ଦେଇଥିଲେ । ବ୍ରିଜମୋହନ ମିଣା ଏତେ ଟଙ୍କା କୁ ଫେରସ୍ତ କରି ଯୌତୁକ ପ୍ରଥା ବିରୋଧରେ ଏକ କଡା ସନ୍ଦେଶ ଦେଇଛନ୍ତି । ବ୍ରିଜମୋହନ ଏତେ ବଡ଼ ରାଶିକୁ ନ ରଖି କେବଳ ଗୀତା ର ୧୦୧ ଟଙ୍କା ରଖିଥିଲେ ।

ବ୍ରିଜମୋହନ ଙ୍କ ଏହି ନିଷ୍ପତ୍ତି କୁ ସଭା ରେ ଉପସ୍ଥିତ କନ୍ୟା ଙ୍କ ପିତା ରାଧେଶ୍ୟାମ, ଦାଦା ପ୍ରଭୁଲାଲ ମିଣା, ସେବା ନିର୍ମିତ ପ୍ରଧାନାଚାର୍ଯ୍ୟ କନହେୟା ଲାଲ ମିଣା ମାନୀ, ଶିବାଜୀ ରାମ ମିଣା ଖଜୁରୀ ସମସ୍ତେ ପ୍ରଶଂସା କରିଥିଲେ । ବ୍ରିଜମୋହନ ଙ୍କ ଏହି ନିଷ୍ପତ୍ତି କୁ ତାଙ୍କର ପୁରା ପରିବାର ସମର୍ଥନ କରିଥିଲେ । ଏହା ସହିତ ବ୍ରିଜମୋହନ ଙ୍କ ହେବାକୁ ଥିବା ବୋହୁ ଆରତୀ ମଧ୍ୟ ନିଜ ଶ୍ବଶୁର ଙ୍କ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ, ତାଙ୍କର ଏହି ନିଷ୍ପତ୍ତି ସମଗ୍ର ଜନ ସମାଜ କୁ ଯୌତୁକ ପ୍ରଥା ବିରୋଧ ରେ ପ୍ରେରଣା ଦେଇଛନ୍ତି ।

ସମାଜ ର ପ୍ରତ୍ୟେକ ବ୍ୟକ୍ତି ଙ୍କୁ ଯୌତୁକ ପ୍ରଥା ର ବିରୋଧ କୁ ସମର୍ଥନ କରିବା ଉଚିତ । ଯାହାଦ୍ୱାରା ଜଣେ ଗରିବ ବ୍ୟକ୍ତି ନିଜ ଝିଅର ଯୋଗ୍ୟତା ଅନୁସାରେ ବର ଖୋଜି ପାରିବେ । ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ଆରତୀ ମିଣା ବି.ଏମ.ସି ବି.ଏଡ଼ କରିଛନ୍ତି ଏବଂ ବହୁତ ଶୀଘ୍ର ତାଙ୍କ ବିବାହ ରାମଧନ ମିଣା ଙ୍କ ସହିତ ହେବାକୁ ଯାଉଛି ।

Leave a Reply

Your email address will not be published. Required fields are marked *