ଯୁଗ ଶେଷରେ ହିଁ କାହିଁକି ଆସନ୍ତି ଭଗବାନ ବିଷ୍ଣୁଙ୍କ ଅବତାର ?

ବନ୍ଧୁଗଣ ଯେବେ ଭଗବାନଙ୍କ କଥା ଉଠିଥାଏ ସେତେବେଳେ ଭଗବାନ ବିଷ୍ଣୁଙ୍କ ଦସ ଅବତାରର ଖୁଲାସା ନ ହୋଇଥିବ ତାହା ସମ୍ଭବ ନୁହେଁ । ବର୍ତ୍ତମାନ ଯାଏଁ ଭଗବାନ ବିଷ୍ଣୁ ୯ଟି ରୂପରେ ଅବତାର ନେଇ ସାରିଛନ୍ତି । ଆଉ ଏବେ ଗୋଟିଏ ଅବତାର ବାକି ଅଛି । ଭଗବାନ ବିଷ୍ଣୁଙ୍କ ପ୍ରତେକ ଅବତାର କୌଣସି ନା କୌଣସି ଯୁଗର ଶେଷରେ ହୋଇଛି । ଆଜି ଆମେ ଜାଣିବା ବିସ୍ତାର ଭାବେ ।

ଶାସ୍ତ୍ର ଅନୁଯାୟୀ ୪ଟି ଯୁଗ ଅଛି ଯଥା ସତ୍ୟଯୋଗ, କଳିଯୁଗ, ତ୍ରେତୟା ଯୁଗ ଓ ଦ୍ଵାପର ଯୁଗ । ସତ୍ୟଯୁଗରେ ଭଗବାନ ବିଷ୍ଣୁ ମାଛର ଅବତାର ନେଇଥିଲେ । ସତ୍ୟଯୁଗରେ ଭଗବାନ ବିଷ୍ଣୁ ଦ୍ଵିତୀୟ ଅବତାର ନେଇଥିଲେ ଯାହା କଇଁଛ ର ଥିଲା । ଏହି ଅବତାର ମାଧ୍ୟମରେ ଭଗବାନ ବିଷ୍ଣୁ ସମୁଦ୍ର ମନ୍ଥନ ସମୟରେ ମନ୍ଦାର ପର୍ବତକୁ ସନ୍ତୁଳିତ କାମ କରିଥିଲେ । ସତ୍ୟଯୁଗରେ ଭଗବାନ ବିଷ୍ଣୁ ବାରହ ଅବତାର ମଧ୍ୟ ନେଇଥିଲେ ।

ସବୁଠାରୁ ମୁଖ୍ୟ ନୃସିଂହ ଅବତାର ଭଗବାନ ବିଷ୍ଣୁ ନେଇଥିଲେ । ତ୍ରେତୟା ଯୁଗରେ ଭଗବାନ ବିଷ୍ଣୁ ୩ଟି ଅବତାର ନେଇଥିଲେ । ବାମନ, ପର୍ଶୁରାମ ଓ ରାମ ଅବତାର ନେଇଥିଲେ ତ୍ରେତୟା ଯୁଗରେ । ତ୍ରେତୟା ଯୁଗରେ ଶେଷ ଅବତାର ଭଗବାନ ନେଇଥିଲେ ରାମଙ୍କ ଅବତାର ଯାହା ପ୍ରମୁଖ ଅଟେ ।

ସତ୍ୟ ଯୁଗରେ ହିରଣକଶ୍ୟପ ରାକ୍ଷସ ର ବଦ୍ଧ କରିବା ଭଳି ତ୍ରେତୟା ଯୁଗରେ ଭଗବାନ ବିଷ୍ଣୁ ମହାବଳୀ ରାବଣର ବଦ୍ଧ ରାମ ଅବତାର ରେ କରିଥିଲେ । ଆଗାମୀ ଯୁଗକୁ ଦ୍ଵାପର ଯୁଗ କୁହାଯାଏ । ଦ୍ଵାପର ଯୁଗରେ ଭଗବାନ ବିଷ୍ଣୁ ୨ଟି ଅବତାର ନେଇଥିଲେ ଯଥା ବଡ ଭାଇ ବଳାରମ ଓ ଶ୍ରୀ କୃଷ୍ଣ ଙ୍କ ରୂପରେ । କିନ୍ତୁ ମାନ୍ୟତା ଅନୁଯାୟୀ ଭଗବାନ କୃଷ୍ଣ ଙ୍କୁ ଦ୍ଵାପର ଯୁଗର ଏକମାତ୍ର ଅବତାର ମାନା ଯାଇଛି ।

ଏହି ଯୁଗରେ ଭଗବାନ ଦୈତ୍ୟ କଂସର ଭଉଣୀ ଦେବକିଙ୍କ ଗର୍ଭରୁ ଅଷ୍ଟମ ସନ୍ତାନ ଭାବେ ଜାତ ହୋଇ ତାର ବଦ୍ଧ କରିଥିଲେ । ଦ୍ଵାପର ଯୁଗରେ ଭଗବାନ ବିଷ୍ଣୁ ମହାଭାରତ ଯୁଦ୍ଧ କରିଥିଲେ ଯେଉଁଥି ଅସତ୍ୟ ଉପରେ ସତ୍ୟ ର ଜୟ ହୋଇ ଗୀତାର ପାଠ ହୋଇଥିଲା । ଯୁଗର ଶେଷ ହେଉଛି କଳିଯୁଗ । ଅନ୍ୟ ୩ଟି ଯୁଗ ଅପେକ୍ଷା କଳିଯୁଗରେ ପାପ ଓ ପାପୀ ଙ୍କ ସଂଖ୍ୟା ସବୁଠାରୁ ଅଧିକ ।

ଏହି ଯୁଗରେ ଭଗବାନ ବିଷ୍ଣୁଙ୍କ ପ୍ରଥମ ଅବତାର ମହାତ୍ମା ବୁଦ୍ଧ ଙ୍କ ରୂପରେ ହୋଇ ସାଇଛି । କିନ୍ତୁ କିଛି ଗ୍ରନ୍ଥ ଅନୁଯାୟୀ କଳିଯୁଗର ଏକମାତ୍ର ଅବତାର ହେବ ଯାହା କଳ୍କି ଅବତାର ନାମରେ ଜଣା ଯିବ । ଯେବେ କଳିଯୁଗରେ ପାପ ଚରମ ସୀମାରେ ପହଞ୍ଚିବ, ଲୋକେ ରକ୍ତ ର ସୋସିଲା ହେବ, ଧର୍ମର ନାସ ହେବ ସେହି ସମୟରେ ଭଗବାନ ବିଷ୍ଣୁ କଳ୍କି ଅବତାର ନେଇ ପାପୀ ମାନଙ୍କର ଅନ୍ତ କରିବେ । ଭଗବାନ ବିଷ୍ଣୁ କଳିଯୁଗର ଅନ୍ତିମ କରିବା ପରେ ପୁଣି ଠାରେ ସତ୍ୟ ଯୁଗର ଆରମ୍ଭ ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *