ଜୁଇରେ ଜଳୁଛି ସିନ୍ଦୁର ସ୍ତ୍ରୀ କହୁଛି, “I Proud of You”… ଦୃଶ୍ୟ ଦେଖାଇ ଆପଣ ବି କରିବେ ସଲାମ

ସ୍ବାମୀଙ୍କୁ ସବୁଦିନ ପାଇଁ ହରାଇବା ପରେ ବି ଏ ଥିଲା ଗୋଟେ ସ୍ତ୍ରୀ ର ବୟାନ । କଅଁଳ ବୟସରେ ସଂସାର ଭାଙ୍ଗି ଯାଇଛି ତଥାପି ଆଖିର ଲୁହକୁ ଅଟକାଇ ହାତ ଉଠେଇ ମୃ-ତ ସ୍ୱାମୀକୁ ସାଲ୍ୟୁଟ କରି କହୁଛନ୍ତି ‘ଆଇ ପ୍ରାଉଡ ଅଫ ୟୁ’ । କାନ୍ଥରୁ ବିବାହ ର ଚିତା ଲିଭି ନ ଥିବା ବେଳେ ମଥାରୁ ସିନ୍ଦୁର ଲିଭି ଯାଇଛି । ଏ ଛାତିଫଟା ଦୁଃଖକୁ କେମିତି ବା ସହିବେ ।

ଦିନେ ସାରା ଗାଁ ତାଙ୍କ ପାଇଁ ଗର୍ବ କରୁଥିଲା ଆଜି ସାରା ଗାଁ ତାଙ୍କ ପାଇଁ କାନ୍ଦୁଛି । ପିଲା ଠାରୁ ବୁଢା ଯାଏଁ ସମସ୍ତେ ତାଙ୍କ ବାଟକୁ ଅନାଇ ବସିଥିଲେ । କିନ୍ତୁ କିଏ ଜାଣିଥିଲା ଦେଶ ପାଇଁ ନିଜ ଜୀବନକୁ ଉଶ୍ଚର୍ଗ କରି ଦେଇଥିବା ପ୍ରତାପ ଦୁନିଆ ଛାଡି ଦେବେ ବୋଲି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପାଟଣାଗଡ଼ ବେଲପଡା ବ୍ଲକର ବାଗଉଡାର ଗାଁ ରେ ।

ମୃ-ତ-କ ପ୍ରତାପ ନିଆଲ, ୨୦୧୩ ମସିହା ରେ ସୀମା ସୁରକ୍ଷା ବଳରେ କନେଷ୍ଟବଳ ଭାବେ ଭର୍ତ୍ତି ହୋଇଥିଲେ । ବିହାର ପାଟଣା ଅଞ୍ଚଳରେ ସେ କାମ କରୁଥିବା ବେଳେ କିଛି ଦିନ ହେବ କ୍ୟାନସର ରୋଗରେ ଶିକାର ହୋଇଥିଲେ । ଗତ 10 ତାରିଖରେ ସ୍ତ୍ରୀ ଓ ଝିଅକୁ ଧରି ଗାଁ କୁ ଫେରୁଥିବା ବେଳେ ରେଲୱେ ଷ୍ଟେସନରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇ ପଡିଥିଲା ।

ସାଥି ଯବାନ ମାନେ ତାଙ୍କୁ ମେଡିକାଲ ନେଇଥିଲେ କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃ-ତ୍ୟୁ ଘଟିଥିଲା । ଏ ଖବର ବ୍ୟାପିବା ପରେ ଗାଁ ଲୋକେ ସ୍ତବ୍ଧ ହୋଇ ଯାଇଥିଲେ । ଯବାନ ପୁଅର ମୃ-ତ ଦେ-ହ ଗାଁ କୁ ଆସୁଥିବାର ଖବର ପାଇବା ପରେ ଆଖ ପାଖର ଲୋକେ ଏକତ୍ର ହୋଇଥିଲେ । କାନ୍ଦ ବୋବାଳିରେ ଫାଟି ପଡୁଥିଲା ଗାଁ ଦାଣ୍ଡ ।

ଶେଷରେ ପ୍ରତାପଙ୍କ ଘର ପଛ ପରେ ରାଷ୍ଟ୍ରୀୟ ସମ୍ମାନ ସହ ଶେ-ଷ-କୃ-ତ୍ୟ ସମ୍ପନ୍ନ ହୋଇଥିଲା । ଏଥିପାଇଁ ପ୍ରଶାସନ ପକ୍ଷରୁ ସବୁ ବ୍ୟବସ୍ଥା କରା ଯାଇଥିଲା । ହେଲେ ସ୍ତ୍ରୀ ବନିତା ଭୋଇଙ୍କୁ ସମ୍ଭାଳି ପାରୁ ନ ଥିଲେ ସାହିପଡିଶା । ଘରେ ଛୋଟ ଛୋଟ ପୁଅ ଝିଅକୁ ବୁଦ୍ଧି ମା ସହ ସ୍ତ୍ରୀ ସତେ ଯେମିତି ବେସାହାରା ହୋଇ ପଡିଥିଲେ ।

ସତରେ ଯେଉଁ ଯବାନ ପାଇଁ ଦିନେ ପୁରା ଗାଁ ଗର୍ବ କରୁଥିଲା ସତରେ ସେହି ଯବାନ ଙ୍କ ପାଇଁ ଆଜି କାନ୍ଦୁଛି ଗାଁ ମାଟି । ମୃ-ତ ଯବାନ ଙ୍କ ପ୍ରାଣ ବାୟୁ ସେନା ଉଡି ଯାଇଛି ହେଲେ ସମସ୍ତଙ୍କ ମନରେ ସେ ସବୁ ଦିନ ପାଇଁ ଅମର ହୋଇ ରହିଗଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *