ବଡ ଖବର: ମୁଖ୍ୟମନ୍ତ୍ରୀ ଦେଲେ ବଡ ସଂକେତ, July 16 ପରେ ଅନଲକ ହେବ ଓଡିଶା ?

ନୂଆ ରିପୋର୍ଟ ଅନୁସାରେ ରାଜ୍ୟରେ ସଂକ୍ରମଣ ଧୀରେ ଧୀରେ କମ ହେବାରେ ଲାଗିଛି । ରାଜ୍ୟରେ ଦୁଇ ଦିନ ହେବ ଲଗାତାର ୨୦୦୦ରୁ ବି କମ ସଂକ୍ରମଣର ମାମଲା ସାମ୍ନାକୁ ଆସୁଛି । ରାଜ୍ୟରେ ୩ ପ୍ରତିଶତରୁ କମ ଅଛି ସଂକ୍ରମଣ ହାର ।

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ଜୁଲାଇ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାର ଆଂଶିକ ଲକଡାଉନ ଘୋଷଣା କରିଛନ୍ତି । ବର୍ତ୍ତମାନର ସ୍ଥିତି ଦେଖି କୁହାଯାଉଛି କି ସଂକ୍ରମଣର ହାର କମ ହେବା କାରଣରୁ ରାଜ୍ୟରେ ଲକଡାଉନର କଟକଣାକୁ କୋହଳ କରାଯାଇ ପାରେ । ପୂର୍ବରୁ ରାଜ୍ୟ ସରକାର କ୍ୟାଟାଗୋରୀ Aରେ ଥିବା ୨୦ ଜିଲ୍ଲାରେ ଲକଡାଉନକୁ କୋହଳ କରିଥିଲେ ଓ ଏହି ସବୁ ଜିଲ୍ଲାରୁ ସାପ୍ତାହିକ ସଟଡାଉନକୁ ଉଠାଇ ଦିଆଯାଇଥିଲା ।

ଏହି ସବୁ ରାଜ୍ୟରେ ଦୋକାନ ବଜାର ଖୋଲିବାର ସମୟ ସୀମାକୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ବୁଦ୍ଧି କରିଥିଲେ ରାଜ୍ୟ ସରକାର । କିନ୍ତୁ ଅନ୍ୟ ପଟେ କ୍ୟାଟେଗୋରୀ Bରେ ଥିବା ୧୦ ଜିଲ୍ଲାରେ ସଟଡାଉନ ବଳବତ୍ତର ରହିବା ସହ ନାଇଟକରଫ୍ୟୁ ଏବେ ବି ଜାରି ରହିଛି । ବର୍ତ୍ତମାନ ୧୬ ତାରିଖ ପରେ ଏହି ସବୁ ଜିଲ୍ଲାରେ ନାଇଟ କରଫ୍ୟୁ ହଟିବ କି ନା ହିଁ ସମସ୍ତଙ୍କର ନଜର ରହିଛି । ଆସନ୍ତା ସମୟରେ ଏହି ୧୦ ଟି ଜିଲ୍ଲାରେ ସାପ୍ତାହିକ ସଟଡାଉନ ରହିବ କି ନାହିଁ ଏହାକୁ ନେଇ ରାଜ୍ୟ ସରକାରଙ୍କ ନିଷ୍ପତି ଉପରେ ସମସ୍ତଙ୍କ ନଜର ଅଛି ।

କହିବାକୁ ଗଲେ ବର୍ତ୍ତମାନ ଯଦି ଓଡିଶାର କରୋନା ରିପୋର୍ଟ ଦେଖିବେ ତେବେ କେତେକ ସ୍ଥାନରେ କରୋନା ଆୟତ୍ତ ଭିତରେ ରହିବା ସ୍ଥାନରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ମାମଲା ଅଳ୍ପ ଅଧିକ ଅଛି । ବର୍ତ୍ତମାନ ପ୍ରଶ୍ନ ଉଠୁଛି କି ସରକାର ଯେଉଁ କଟକଣା ଗୁଡିକ ଲାଗୁ କରିଛନ୍ତି ତାହା ସବୁ ବଳବତ୍ତର ରହିବ ନା ସେଥିରେ କୌଣସି ପରିବର୍ତ୍ତନ ଆଣିବେ ସରକାର । କହିଦେଉଛୁ କି ଆଉ ଦୁଇ ଦିନ ପରେ ହିଁ ରାଜ୍ୟ ସରକାର ଏହା ସମ୍ପର୍କରେ ନିଜର ନିଷ୍ପତି ନେବେ ।

ଯଦି ରାଜ୍ୟରେ କରୋନାର ସ୍ଥିତି ଉପରେ ନଜର ପକାଇବା ତେବେ ସବୁ ଜିଲ୍ଲାରେ ୫ ପ୍ରତିଶତ କମ ସଂକ୍ରମଣ ହାର ରହିଛି । କିନ୍ତୁ ଯଦି ଏକ୍ଟିବ କେସ ବିଷୟରେ କହିବା ତେବେ କଟକ ଓ ଖୋର୍ଦ୍ଦା ଜିଲ୍ଲାରେ ଅଧିକ ଏକ୍ଟିବ କେସ ଅଛି । ଏହା ଛଡା ଓଡିଶାର ଅନ୍ୟ ସବୁ ଜିଲ୍ଲା ଗୁଡିକ ଗ୍ରୀନ ଜୋନ ମଧ୍ୟରେ ଅଛନ୍ତି । ଯଦି ପଜିଟିବ ରେଟ ଦେଖିବେ ତେବେ ରାଜ୍ୟରେ ଆଜି ପଜିଟିବ ରେଟ ୩.୦୯ ରହିଛି ଓ ଗତ କାଲି ଏହା ୨.୭୩ ଥିଲା । ଏହାର ଅର୍ଥ ରାଜ୍ୟରେ ପଜିଟିବ ହାର ବଢୁଛି ଓ କମୁଛି ।

କରୋନାର ତୃତୀୟ ଲହରର ଚିନ୍ତା ମଧ୍ୟ ସମସ୍ତଙ୍କୁ ଘାରିଛି । କହିବାକୁ ଗଲେ ସରକାର ସମସ୍ତ ବିଷୟକୁ ଦୃଷ୍ଟିରେ ରଖି ଆସନ୍ତା ସମୟରେ କେଉଁଭଳି ନିଷ୍ପତି ନେଉଛନ୍ତି ଏହା ଉପରେ ବର୍ତ୍ତମାନ ସମସ୍ତଙ୍କର ନଜର ଅଛି । ସରକାର କଟକଣାକୁ କୋହଳ କରିବେ । କିନ୍ତୁ କଟକଣାକୁ ପୂରାପୂରି ବନ୍ଦ କରିବେ ନାହିଁ । କିନ୍ତୁ ୧୬ ତାରିଖ ପୂର୍ବରୁ କଟକଣା ବିଷୟରେ ଜଣା ପଡିଯିବ ।

Leave a Reply

Your email address will not be published. Required fields are marked *