ଜୁଲାଇ ମାସର ନୂଆ Guideline: ଦେଖନ୍ତୁ କଣ ହେଇଛି ପରିବର୍ତ୍ତନ

ବନ୍ଧୁଗଣ, ଜୁଲାଇ ମାସର ନୂତନ ଗାଇଡ ଲାଇନ କଣ ହୋଇପାରେ ତାହାକୁ ନେଇ ବର୍ତ୍ତମାନ ଆଲୋଚନା କରା ଯାଉଅଛି । ବନ୍ଧୁଗଣ କୋରୋନା ସଂକ୍ରମଣ କାରଣ ରୁ ରାଜ୍ୟ ର ବିଭିନ୍ନ ଜିଲ୍ଲା ମାନଙ୍କରେ ଲକ ଡାଉନ ତଥା ସଟ ଡାଉନ କରାଯାଉଅଛି । ମାତ୍ର ଜୁଲାଇ ମାସ ନିକତତ୍ତର ହେବାକୁ ଯାଉଥିବା ବେଳେ କେଉଁ କେଉଁ ସ୍ଥାନ ମାନଙ୍କରେ କଟକଣା ହଟିବ ତାହାକୁ ନେଇ ବର୍ତ୍ତମାନ ଆଲୋଚନା ଚାଲୁଅଛି ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଭଲ ଭାବରେ ଅବଗତ ଥିବେ ଯେ, ଆଗକୁ ଜୁଲାଇ ୧୨ ତାରିଖରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ରଥଯାତ୍ରା । ଏହି ସ୍ଥିତି କୁ ନେଇ ସରକାର ଙ୍କ ଗାଇଡ ଲାଇନ କଣ ରହିବ ଜୁଲାଇ ମାସରେ ? ବନ୍ଧୁଗଣ ଜୀବନକୁ ବଞ୍ଚାଇବା ନିମନ୍ତେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଥାଏ ଜୀବିକା ଅର୍ଥାତ ଏହି କଠିନ ପରିସ୍ଥିତି ରେ ଜୀବିକା କୁ କିଭଳି ସମାନ୍ତର କରିପାରିବା ତାହା ଉପରେ ମଧ୍ୟ ସମାନ ଭାବରେ ଗୁରୁତ୍ଵ ଦିଆଯିବା ଆବଶ୍ୟକ ରହିଅଛି ।

କାରଣ ଲଗାତାର ଭାବରେ ଯଦି ଲକଡାଉନ କୁ ଲାଗୁ କରି ରଖାଯିବ, ତେବେ ଜୀବିକା ଉପରେ ଜନତାଙ୍କ ପେଟ ପାଟଣା ଉପରେ ଯଥେଷ୍ଟ ପ୍ରଭାବ ପଡିବ । ବନ୍ଧୁଗଣ ଖୋର୍ଦ୍ଧା, କଟକ, ଯାଜପୁର, ବାଲେଶ୍ଵର ଏହି ଜିଲ୍ଲା ମାନଙ୍କରେ କୋରୋନା ସଂକ୍ରମଣ ସଂଖ୍ୟା ସର୍ବାଧିକ ରହିଥିବାରୁ ଏହି ସବୁ ଜିଲ୍ଲା ବର୍ତ୍ତମାନ ରେଡଜୋନ ରେ ଅଛି ।

ବନ୍ଧୁଗଣ ଏହି ଜିଲ୍ଲା ମାନଙ୍କରେ ସଂକ୍ରମଣ ୭.୫ ରୁ ଅଧିକ ରହିଅଛି । ଏହିସବୁ ଅଞ୍ଚଳ କେନ୍ଦ୍ର ଶାସିତ ଅଞ୍ଚଳ ହୋଇଥିବାରୁ ଏଠାକାର ଲୋକେ ବିଭିନ୍ନ ସ୍ଥାନ ମାନଙ୍କୁ ଜୀବିକା ନିର୍ବାହ କରିବାକୁ ଯାଉଛନ୍ତି । ଏଣୁ ସ୍ଥିତି ଆଗାମୀ ଦିନରେ ବହୁତ ବଢିପାରେ । କାରଣ ଏହି ଅଞ୍ଚଳରେ କୋଭିଡ ସଂକ୍ରମଣ ସର୍ବାଧିକ ଅଧିକ ରହିଅଛନ୍ତି ଏଣୁ ଏଭଳି ପରିସ୍ଥିତି ରେ ମଧ୍ୟ ଲୋକେ ବାହାରକୁ ଯାଉଥିବାରୁ ସଂକ୍ରମଣ ଆହୁରି ଅଧିକ ବଢିବାର ସମ୍ଭାବନା ରହିଅଛି ।

ବନ୍ଧୁଗଣ ଆମ ସୁରକ୍ଷା ଆମ୍ଭମାନଙ୍କ ହାତରେ । କିନ୍ତୁ ଲୋକେ ଏହିସବୁ କଥା କୁ ଆଦୌ ମାନୁ ନାହାନ୍ତି । ବନ୍ଧୁଗଣ ଲୋକ ମାନେ ସବୁ ଜାଣି ମଧ୍ୟ ଏଭଳି ସ୍ଥିତି କୁ ଜାଣିଶୁଣି ପାଖକୁ ଡାକି ଆଣିଛନ୍ତି । ବନ୍ଧୁଗଣ ଜୀବିକା ନିର୍ବାହ କରିବା ନିହାତି ଆବଶ୍ୟକ ମାତ୍ର ଏହି ସ୍ଥିତିରେ ଟିକିଏ ସାବଧାନ ର ସହିତ ରହିଲେ ହୁଏତ ଆଉ ଲକଡାଉନ ତଥା ସଟ ଡାଉନ ଲାଗୁ କରିବାକୁ ସରକାର ଙ୍କୁ ପଡିବ ନାହିଁ ।

ମାତ୍ର ଖୋର୍ଦ୍ଧା, କଟକ, ଯାଜପୁର, ଏବଂ ବାଲେଶ୍ଵରରେ ସଂକ୍ରମଣ ହାର ସର୍ବାଧିକ ୭.୫ ପ୍ରତିଶତ ରୁ ଅଧିକ ରହିଥିବା ବେଳେ ଏହା ସମସ୍ତଙ୍କ ନିମନ୍ତେ ମୁଣ୍ଡ ବ୍ୟଥା ର କାରଣ ହୋଇଚାଲିଛି । ଏଥିପାଇଁ ଜୁଲାଇ ମାସରେ ସରକାରଙ୍କ କେଉଁ ପଦକ୍ଷପା ରହିବ ତାହା ବର୍ତ୍ତମାନ ନିର୍ଧାରିତ ହୋଇନାହିଁ । ବନ୍ଧୁଗଣ ଯଦି ଆମ୍ଭେ ସାବଧାନତା ସହିତ ଜୀବନ ଜାପନା କରିବା ତେବେ ଖୁବ ଶୀଘ୍ର ସ୍ଥିତି ଭଲ ହୋଇଯିବ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

ଏହିକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *