July ପହିଲାରୁ ବଦଳିବ ଏହି ସବୁ ନିୟମ, ଡେବିଟ-କ୍ରେଡିଟ କାର୍ଡରେ ମଧ୍ୟ ହେବ ନୂଆ ପରିବର୍ତ୍ତନ… ଦେଖନ୍ତୁ କଣ ସବୁ ଲାଗୁ ହେବ ନୂଆ ନିୟମ

ବନ୍ଧୁଗଣ ଜୁଲାଇ ୧ ତାରିଖରୁ ଦେଶରେ ଅନେକ ନିୟମରେ ହେବ ପରିବର୍ତ୍ତନ । ଯାହା ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବିଶେଷ ଭାବେ ସରକାରୀ ଓ ବେସରକାରୀ କର୍ମଚାରୀ ତଥା ଶ୍ରମିକ ଓ ବ୍ୟବସାୟୀଙ୍କ ଉପରେ ପ୍ରଭାବ ପକାଇବ । ଡେବିଟ-କ୍ରେଡିଟ କାର୍ଡ ନିୟମ ବଦଳିଯିବ । ଯେଉଁ ମାନେ କାରୋବାର ପାଇଁ ଡେବିଟ ଓ କ୍ରେଡିଟ କାର୍ଡ ବ୍ୟବହାର କରୁଛନ୍ତି କ୍ରିପ୍ଟ କରେନ୍ସି ଓ ପ୍ୟାନ କାର୍ଡ ବ୍ୟବହାର କରୁଛନ୍ତି ନିୟମ ବଦଳିଲେ ସେମାନେ ବିଶେଷ ଭାବେ ପ୍ରବାଭିତ ହେବେ ।

ଗ୍ରାହକଙ୍କ ସୁରକ୍ଷାକୁ ଦ୍ରୁଷ୍ଟିରେ ରଖି RBI ବ୍ୟାଙ୍କ ଜୁଲାଇରୁ ଡେବିଟ-କ୍ରେଡିଟ କାରୋବାରରେ କାର୍ଡ ଟୋକନାଇଜେସନ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି । ଏହି ବ୍ୟବସ୍ଥା ଲାଗୁ ହେବା ପରେ ଅନଲାଇନ ସପିଙ୍ଗ ଉପରେ ପ୍ରଭାବ ପଡିବ । ବ୍ୟବସାୟରୁ ମିଳୁଥିବା ଉପହାର ଗୁଡିକ ଉପରେ ୧୦% ଟ୍ୟାକ୍ସ ଲାଗିପାରେ । ଏହି ଟ୍ୟାକ୍ସ ବିଶେଷ କରି ଡାକ୍ତର, ସୋସିଆଲ ମିଡିଆ ଇନଫ୍ଲୁଏନ୍ସ ମାନଙ୍କ ଉପରେ ଲାଗୁ ହେବ ।

କିନ୍ତୁ ମିଳିଥିବା ଉତ୍ପାଦକକୁ ଫେରସ୍ତ କରିଲେ ଏହି ଟ୍ୟାକ୍ସ ଲାଗୁ ହେବ ନାହି । ନିୟମ ଅନୁଯାୟୀ ଯଦି ଆପଣ ୧ ବର୍ଷରେ କ୍ରିପ୍ଟ କରେନ୍ସିରେ ୧୦ହଜାରରୁ ଅଧିକ ଖର୍ଚ୍ଚ କରନ୍ତି ତେବେ TDS ଦେବାକୁ ପଡିବ । ଜୁନ ମାସ ପରେ ନିବେଶକ ମାନେ ଡିମାଟ ଆକାଉଣ୍ଟର KYC ଅପଡେଟ କରିବାକୁ ସମର୍ଥ ହେବେ ନାହି ।

ଏହାର ଅର୍ଥ ଯଦି ଆପଣ ନିଜର ଡିମାଟ ଓ ଟ୍ରେଡିଙ୍ଗ ଆକାଉଣ୍ଟର KYC ପ୍ରକ୍ରିୟାକୁ ଜୁନ ୩୦ ତାରିଖ ସୁଧା ସଂପୂର୍ଣ୍ଣ ନ କରନ୍ତି ତେବେ ଜୁନ ୩୦ ପରେ ଆପଣଙ୍କୁ ଅନେକ ସମସ୍ୟାର ସମୁଖିନ୍ନ ହେବାକୁ ପଡିବ । ଏହା ସହ ଜୁନ ୩୦ ସୁଧା ଆଧାର ସହ ପ୍ୟାନ କାର୍ଡ ଲିଙ୍କ ନ କରିଲେ ଜୋରିମାନା ଭରିବାକୁ ପଡିବ । ଏଥିପାଇଁ ୫୦୦ରୁ ୧୦୦୦ ଟଙ୍କା ଜୋରିମାନା ଦେବାକୁ ପଡିବ । ଏହା ସହ ଜୁଲାଇ ୧ ରୁ ସରକାର ନୂଆ ଶ୍ରମ ଆଇନ ଲାଗୁ କରିବାକୁ ଯାଉଛନ୍ତି ।

ଏହା ଲାଗୁ ହେଲେ ଦେଶରେ ଥିବା ସବୁ ସରକାରୀ ଓ ବେସରକାରି କର୍ମଚାରୀଙ୍କୁ ଦୈନିକ ୮ ଘଣ୍ଟା ବଦଳରେ ୧୨ ଘଣ୍ଟା କାମ କରିବାକୁ ପଡିବ । ହେଲେ ସପ୍ତାହକୁ ୩ ଦିନ ଛୁଟି ମିଳିବ । ନୂଆ ଶ୍ରମ ଆଇନ ଲାଗୁ ହେଲେ ଆହୁରି ଅନେକ ପରିବର୍ତ୍ତନ ହେବ । ନୂଆ ନିୟମ ଅନୁଯାୟୀ କମ୍ପାନୀ ଗୁଡିକ ସେମାନଙ୍କର କର୍ମଚାରୀଙ୍କର ମୂଳ ବେତନକୁ ମୋଟ ବେତନର ଅତି କାମରେ ୫୦%କୁ ବୃଦ୍ଧି କରିବାକୁ ପଡିବ ।

ଫଳରେ PF ଓ ଗ୍ରାଜ୍ୟୁଏଟରେ କର୍ମଚାରୀଙ୍କ ଅବଦାନ ବୃଦ୍ଧି ପାଇବ । ଯାହା ଭବିଷ୍ୟତରେ କର୍ମଚାରୀଙ୍କୁ ସହାୟକ ହେବ ବୋଲି କୁହାଯାଉଛି । ଏହା ସହ ଜୁଲାଇ ୧ରୁ ଏଲପିଜି ଦର ବଦଳିବାର ସମ୍ଭାବନା ରହିଛି । ଏହା ବ୍ଯତୀତ ଦୁଇ ଚକିଆ ଯାନରେ ଦର ବୃଦ୍ଧି ଘଟିବ । ଗାଡି କମ୍ପାନୀ ଗୁଡିକ ନିଜର ବ୍ରାଣ୍ଡ ଉପରେ ୩୦୦୦ ଟଙ୍କା ବୃଦ୍ଧି କରିପାରନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *